ହୋମ ଲୋନ୍ 15ରୁ 20 ବର୍ଷ ମଧ୍ୟରେ ଶୁଝା ଯାଇଥାଏ । ତେବେ ଏହି ଅବଧି ମଧ୍ୟରେ ଅନେକ କିଛି ବଦଳି ଯାଇଥାଏ ।ଗ୍ରାହକଙ୍କ ଆର୍ଥିକ ସ୍ଥିତି,ସୁଧ ହାର,ସରକାରୀ ନୀତି ଓ ଦେଶର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଏହା ମଧ୍ୟରେ ସାମିଲ ଥାଏ । ତେଣୁ ମଝିରେ ମଝିରେ ହୋମ ଲୋନର ସମୀକ୍ଷା କରି ବଳକା ଟଙ୍କା ଉପରେ ନିଜର ରଖିବା ଉଚିତ ।
ହୋମ୍ ଲୋନ୍ ଉପରେ ନଜର ରଖିବା ଦ୍ୱାରା ସମୟ ପୂର୍ବରୁ ଏହାକୁ ବନ୍ଦ କରିବା, ବାଲାନ୍ସ ଟ୍ରାନସଫର ଓ ଟପ୍ ଅପ୍ ସମ୍ବନ୍ଧରେ ନିଷ୍ପତି ନେବାରେ ସାହାଯ୍ୟ ମିଳିଥାଏ । ଆସନ୍ତୁ ଏହାକୁ ବିସ୍ତାରରେ ବୁଝିବା ।
ବାଲାନ୍ସ ଟ୍ରାନସଫର
କମ ସୁଧ ଓ ଭଲ ସେବାର ଲାଭ ପାଇଁ ଗ୍ରାହକ ନିଜ ହୋମଲୋନକୁ ଅନ୍ୟ କୌଣସି ବ୍ୟାଙ୍କକୁ ଟ୍ରାନ୍ସଫର କରି ପାରିବେ । ଏଥିପାଇଁ ଇଏମଆଇ ଠିକ୍ ସମୟରେ ପୈଠ କରିବା ଆବଶ୍ୟକ । ଏହା ସହ କ୍ରେଡିଟ୍ ସ୍କୋର ମଧ୍ୟ ଭଲ ହୋଇଥିବା ଆବଶ୍ୟକ । ବାଲାନ୍ସ ଟ୍ରାନ୍ସଫର ପାଇଁ ନୁଆ ବ୍ୟାଙ୍କରେ କେୱାଇସି ଫର୍ମ,ଆୟ ନିଯୁକ୍ତି ପ୍ରମାଣ,ଚାଲୁ ଲୋନ ପେପର,ପୁରୁଣା ବ୍ୟାଙ୍କର ଏନଓସି ଓ ପେମେଣ୍ଟ୍ ଇତିହାସର ଷ୍ଟେଟମେଣ୍ଟ ସହ ବାଲାନ୍ସ ଟ୍ରାନ୍ସଫର ଫର୍ମ ଜମା କରିବାକୁ ପଡେ । ସାଧାରଣତଃ ଏଭଳି ମାମଲାରେ ନୂଆ ବ୍ୟାଙ୍କ ପ୍ରୋସେସିଂ ଫି ନେଇ ନଥାଏ ।
ଫୋରକ୍ଲୋଜର
ଆପଣ ବାକି ଥିବା ଟଙ୍କାକୁ ଡିପୋଜିଟ୍ କରି ଲୋନ୍ ବନ୍ଦ ମଧ୍ୟ କରି ପାରିବେ । ଏହି ପ୍ରକ୍ରିୟାକୁ ଫୋରକ୍ଲୋଜର କୁହନ୍ତି । ଏହା ସହ ବଳକା ଟଙ୍କାର ଗୋଟିଏ ବଡ ଭାଗକୁ ମଧ୍ୟ ଆପଣ ଏକାଥରେ ଦେଇ ପାରିବେ । ଏହାଦ୍ୱାରା ଲୋନ୍ ଅବଧି ଓ କିସ୍ତି କମିଯାଏ । ପାର୍ଟ ପେମେଣ୍ଟ୍ କିମ୍ବା ଫୋରକ୍ଲୋଜର ପାଇଁ ଲିଖିତ ଆବେଦନ କରିବାକୁ ପଡିଥାଏ । ଏଥିପାଇଁ ଆଇଡି ଓ ଘର ଠିକଣା ପ୍ରମାଣ ସହ ଲୋନ୍ ପେପର ଜମା କରିବାକୁ ପଡିଥାଏ । ଲୋନର ପାର୍ଟ ପେମେଣ୍ଟ୍ ଉପରେ କୌଣସି ଚାର୍ଜ ଲାଗୁ ହୁଏନା । ତେବେ କିଛି ଆର୍ଥିକ ସଂସ୍ଥା ଫୋରକ୍ଲୋଜିଂ ଚାର୍ଜ୍ ଅସୁଲ କରନ୍ତି । ହୋମ୍ ଲୋନ୍ ବନ୍ଦ ହେବା ପରେ ବ୍ୟାଙ୍କ ଠାରୁ ଘର କାଗଜପତ୍ର ଆଣିବା ଜରୁରୀ ହୋଇପଡେ ।
ଟପ୍ ଅପ୍ ଲୋନ୍
ଆଗରୁ ଚାଲୁଥିବା ଲୋନ୍ ଉପରେ ଟପ୍ ଅପ୍ ଲୋନ୍ ନିଆ ଯାଇପାରେ । ଆର୍ଥିକ ଆବଶ୍ୟକତା ପୁରଣ କରିବା ପାଇଁ ଏଭଳି ଲୋନ୍ ନିଆଯାଇଥାଏ । ଟପ୍ ଅପ୍ ଲୋନ୍ ସୁବିଧା ପାଇଁ ଗ୍ରାହକଙ୍କୁ ଗୋଟିଏ ଫର୍ମ ପୁରଣ କରିବାକୁ ପଡିଥାଏ । ଏହାସହ କେୱାଇସି ଦସ୍ତାବିଜ୍(ପାନ୍,ପରିଚୟ ପତ୍ର ଓ ଠିକଣା ପ୍ରମାଣ) ଆୟ ପ୍ରମାଣ,ନିଯୁକ୍ତି ପ୍ରମାଣ,ଟାଇଟଲ ଡିଡ୍ ଓ ଦସ୍ତାବିଜ୍ ସହ ସଂପର୍କିତ ପୁରୁଣା କାଗଜପତ୍ର ଦେବାକୁ ପଡିଥାଏ । ସାଧାରଣତଃ ଏଭଳି ଲୋନ୍ ଉପରେ ପ୍ରୋସେସିଂ ଫିସ୍ ଦେବାକୁ ପଡିଥାଏ । ଯେହେତୁ ଏହା ପର୍ସନାଲ ଲୋନ୍ ହୋଇଥାଏ,ତେଣୁ ଏହା ଉପରେ ସୁଧ ହାର ଅଧିକ ରୁହେ । କଣ ଧ୍ୟାନରେ ରଖିବେ ?
-ଫୋରକ୍ଲୋଜର ପୂର୍ବୁରୁ ମୁଳ ଓ ସୁଧ ପେମେଣ୍ଟ୍ ଉପରେ ମିଳିବାକୁ ଥିବା ଟ୍ୟାକ୍ସ ବେନିଫିଟ୍ର ଧ୍ୟାନ ରଖନ୍ତୁ ।
-ବାଲାନ୍ସ ଟ୍ରାନସ୍ଫର ସହିତ ଆର୍ଥିକ ସଂସ୍ଥା କିମ୍ବା ବ୍ୟାଙ୍କଠାରୁ ଟପ୍ ଅପ୍ ଲୋନ୍ ନିଆ ଯାଇ ପାରିବ