ଇପିଏଫ୍ ଆକାଉଣ୍ଟରୁ ପ୍ରୋଭିଡେଣ୍ଟ୍ ଫଣ୍ଡ ଟଙ୍କା ଉଠାଇବା ଏବେ ସହଜ ହୋଇଗଲାଣି । ପୂର୍ବରୁ ଟଙ୍କା ଉଠାଇବା ନିଜ ଅଫିସର ଏଚଆର ଡିପାର୍ଟମେଣ୍ଟ ସହିତ ପିଏଫ୍ ଅଫିସକୁ ଦୌଡିବାକୁ ପଡୁଥିଲା । ଏବେ କିନ୍ତୁ ଘରେ ବସି ଗୋଟିଏ ମାଉସ କ୍ଲିକରେ ନିଜ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ଯଦି ଆପଣ ଅନଲାଇନରେ ପିଏଫ୍ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ EPFO ପୋର୍ଟାଲକୁ ଯାଇ ୟୁନିଭର୍ସାଲ ଆକାଉଣ୍ଟ୍ ନମ୍ବର (UAN) ଆକ୍ଟିଭେଟ୍ କରିବାକୁ ପଡିବ । ଏହି ୟୁଏଏନ୍ ନମ୍ବରକୁ ଆଧାର ଲିଙ୍କ୍ କରିବାକୁ ପଡିବ । ଏହାପରେ ବ୍ୟାଙ୍କ ବିବରଣୀ ଦେଇ କେୱାଇସି ସଂପର୍କିତ ସବୁ ପ୍ରକ୍ରିୟାକୁ ପୁରା କରିବାକୁ ପଡିବ ।
1) ଅବସର ପରେ ଅନ୍ତିମ ଉଠାଣ
ଇପିଏଫ ଫଣ୍ଡରୁ ଅବସର ପରେ କିମ୍ବା ଚାକିରି ଚାଲିଯିବାର ଦୁଇ ମାସ ପରେ ଅନ୍ତିମ ଉଠାଣ କରା ଯାଇପାରିବ । ତେବେ କିଛି ବିଶେଷ ପରିସ୍ଥିତିରେ ଚାକିରି କାଳରେ ଆଂଶିକ ଟଙ୍କା ଉଠା ଯାଇପାରିବ । ଆସନ୍ତୁ ଜାଣିବା ୟୁଏଏନ୍ ନମ୍ବରକୁ କେମିତି ଆକ୍ଟିଭେଟ୍ କରାଯିବ ।
2) ଏମିତି UANକୁ ଆକ୍ଟିଭେଟ୍ କରନ୍ତୁ
ଇପିଏଫଓ ପୋର୍ଟାଲକୁ ଯାଇ ‘Our Services’କୁ ଚୟନ କରନ୍ତୁ । ଏହାପରେ ‘For Employees’ ଉପରେ କ୍ଲିକ୍ କରନ୍ତୁ । ତା’ପରେ ‘Member UAN/Online Services’ ଉପରେ କ୍ଲିକ୍ କରି ‘Activate your UAN’ ଉପରେ କ୍ଲିକ୍ କରନ୍ତୁ । (ଏହା ଡାହଣ ପଟେ ‘Important Links’ରେ ରହିଥାଏ)
3) ନିଜ ବିବରଣୀ ଦିଅନ୍ତୁ
ଏବେ ନିଜ ବିବରଣୀ ଯେମିତି ୟୁଏଏନ୍, ଜନ୍ମ ତାରିଖ, ମୋବାଇଲ ନମ୍ବର ଦେଇ ‘Get authorisation pin’ ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କ ମୋବାଇଲ ନମ୍ବରକୁ ଗୋଟିଏ ଓଟିପି ଆସିବ । ସେହି ନମ୍ବରକୁ ପୁରଣ କରି ‘I Agree’ ଉପରେ କ୍ଲିକ୍ କରନ୍ତୁ । ଏହାପରେ ‘Validate OTP and activate UAN’ ଉପରେ କ୍ଲିକ୍ କରନ୍ତୁ ।
4) ଆଧାର,ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରିବା ଅନିବାର୍ଯ୍ୟ
ୟୁଏନ୍ ଆକ୍ଟିଭେଟ୍ କରିବା ପରେ ଏହାକୁ ଆଧାର ତଥା ବ୍ୟାଙ୍କ୍ ଆକାଉଣ୍ଟ ସହ ଲିଙ୍କ୍ କରିବା ଜରୁରୀ ।
5) ଏଭଳି ପରିସ୍ଥିତିରେ ଆଂଶିକ ଟଙ୍କା ଉଠା ଯାଇପାରିବ
ସ୍ୱାସ୍ଥ୍ୟଗତ କାରଣ, ବିବାହ, ଶିକ୍ଷା ତଥା ଘର କିଣିବା ପାଇଁ ଆପଣ ନିଜ ଇପିଏଫ୍ ଆକାଉଣ୍ଟରୁ ଆଂଶିକ ଟଙ୍କା ଉଠାଇ ପାରିବେ । ଏହାସହ ଅବସର ନେବାର ଗୋଟିଏ ବର୍ଷ ପୂର୍ବରୁ ଆପଣ ନିଜ ଆକାଉଣ୍ଟରୁ 90 ପ୍ରତିଶତ ଟଙ୍କା ଉଠାଇ ପାରିବେ । ଯଦି ଆପଣ ଗୋଟିଏ ମାସରୁ ଅଧିକ ବେକାର ରୁହନ୍ତି ତେବେ ନିଜ ପିଏଫ୍ ଆକାଉଣ୍ଟରେ ଥିବା ଟଙ୍କାର 75 ପ୍ରତିଶତ ଉଠାଇ ପାରିବେ । ଯଦି ଦୁଇ ମାସରୁ ଅଧିକ ବେକାର ରୁହନ୍ତି ତେବେ ସବୁ ଟଙ୍କା ଉଠାଇ ପାରିବେ ।
6) ଅନଲାଇନ୍ ୟୁଏଏନ୍ ଜେନେରେଟ୍
ଇପିଏଫ୍ଓ ନିକଟରେ 2019ରୁ ଆଉ ଏକ ସୁବିଧା ଦେଉଛି । ତାହା ହେଉଛି ଯେ, ଜଣେ ନିଜ ନିଯୁକ୍ତିଦାତ୍ତାଙ୍କୁ ନପଚାରି ଅନଲାଇନ୍ ୟୁଏଏନ୍ ଜେନେରେଟ୍ କରିପାରିବେ ।