ଓଡ଼ିଶା ଅପେକ୍ଷା ବିଜେପି ଶାସିତ ରାଜ୍ୟରେ ବିଜୁଳି ଦର ଅଧିକ

Above Post Content

ଭୁବନେଶ୍ୱର: ବିଜୁଳିକୁ ନେଇ ବିଜେପିକୁ ଆଇନା ଦେଖାଇଛି ବିଜେଡି । ଓଡ଼ିଶାରେ ବିଜୁଳି ଉତ୍ପାଦନ ସତ୍ତ୍ୱେ ଏଠାରେ ଅଧିକ ଦର ଥିବା ଓ ଅନ୍ୟ ରାଜ୍ୟରେ କମ୍ ଦର ଅଛି ବୋଲି ବିରୋଧୀ ଯେଉଁ ମିଛ କଥା କହୁଛନ୍ତି, ଆଜି ତାର ସତ୍ୟାସତ୍ୟ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ବିଜେଡି ନେତା ସଂତୃପ୍ତ ମିଶ୍ର । ସେ କହିଛନ୍ତି- ଓଡି଼ଶାରେ ବିଜୁଳି ଦର ୟୁନିଟ ପିଛା ୪ ଟଙ୍କା ୬୨ ପଇସା ହୋଇଥିବା ବେଳେ ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶରେ ଏହା ୫ ଟଙ୍କା ୭୩ ପଇସା, ଆସାମରେ ୭ ଟଙ୍କା ୮୦ ପଇସା, ବିହାରରେ ୯ ଟଙ୍କା ୯୭ ପଇସା ଓ ଉତ୍ତର ପ୍ରଦେଶରେ ଏହା ୯ ଟଙ୍କାରୁ ଅଧିକ । ବିଜୁଳି ବିଲ୍ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିରୋଧୀ ଛାନିଆ ହୋଇ ଅପପ୍ରଚାର କରୁଛନ୍ତି ।

Middle post content

ବିଜେପି ଶାସିତ ରାଜ୍ୟରେ କେତେ ଅଛି ବିଜୁଳି ଦର

After 2nd paragraph post ads

ବିଜେପିର ନେତା ଜାଣିବା କଥା, ବିଜେପି ଶାସିତ ରାଜ୍ୟରେ କେତେ ଅଛି ବିଜୁଳି ଦର । ସଂତୃପ୍ତ ମିଶ୍ର ଏହା ବି ସ୍ପଷ୍ଟ କରିଛନ୍ତି- CAPTIVE POWER PRODUCER  ସରକାରଙ୍କଠାରୁ କୋଇଲା ନେଇ ଶକ୍ତି ଉତ୍ପାଦନ କରନ୍ତି । ତାକୁ ଗ୍ରୀଡ୍ କୁ ବିକନ୍ତି । ନ ହେଲେ  NTPC ପରି ସଂସ୍ଥାକୁ ଦିଅନ୍ତି । ଓଡ଼ିଶା ଶକ୍ତି ଉତ୍ପାଦନ କରେ ନାହିଁ । ଅନ୍ୟ ରାଜ୍ୟକୁ ବିଜୁଳି ଦେବା ନିଷ୍ପତ୍ତି କେନ୍ଦ୍ର ସରକାର ନିଅନ୍ତି, ଓଡ଼ିଶା ନୁହେଁ । ଶକ୍ତି ନିୟନ୍ତ୍ରଣ କମିଶନ ଦର ନିର୍ଦ୍ଧାରଣ କରନ୍ତି ।  NTPC  ୟୁନିଟ ପିଛା ୨ ଟଙ୍କା ୫୩ ପଇସାରେ ତାମିଲନାଡୁ ପରି ଓଡ଼ିଶାକୁ ବିଜୁଳି ବିକନ୍ତି । ସବୁ ରାଜ୍ୟ ପାଇଁ ଏହା ସମାନ । ସଂତୃପ୍ତ ମିଶ୍ର ଏହା ବି କହିଛନ୍ତି,  NTPC ପରି କେନ୍ଦ୍ରୀୟ ସଂସ୍ଥା ଓଡ଼ିଶାରୁ ଲାଭ ନେଉଛନ୍ତି ହେଲେ ଓଡ଼ିଶା ପାଇଁ କିଛି କରୁ ନାହାନ୍ତି । ନିଯୁକ୍ତିରେ ଓଡ଼ିଆଙ୍କୁ ଅଗ୍ରାଧିକାର ଦେଉ ନାହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami