ଭାରତରେ ନିର୍ମିତ ସ୍ୱଦେଶୀ କୋଭିଡ୍ ଟିକା କୋଭାକ୍ସିନକୁ ଏପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜରୁରୀ କାଳିନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଏମିତିର କୋଭାକ୍ସିନ୍ ନେଇଥିବା ଭାରତୀୟ ଯଦି ବିଦେଶ ଯିବାକୁ ଚାହିଁବେ ତେବେ ସେମାନଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡିବ କାରଣ ଏମର୍ଜେନସି ଅଥରାଇଜେସନ୍ (EUA) ପ୍ରଦାନ ପ୍ରକ୍ରିୟାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଅନେକ ଦେଶରେ କୋଭିଡ୍ ଟିକା ଆପ୍ରୋଭାଲକୁ ନେଇ ଭିନ୍ନ ଭିନ୍ନ ନିୟମ ରହିଛି ।
ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ରିପୋର୍ଟ ଅନୁସାରେ ଷ୍ଟ୍ରାଟେଜିକ୍ ଆଡଭାଇଜରି ଗ୍ରୁପ୍ ଅଫ୍ ଏକ୍ସପର୍ଟସ ଅନ୍ ଇମ୍ୟୁନାଇଜେସନ (SAGE)ର ବୈଠକ ଅକ୍ଟୋବର ୫ ତାରିଖରେ ହେବାର ଅଛି । କୋଭାକ୍ସିନକୁ ଇୟୁଏ ମାନ୍ୟତା ଦେବାକୁ ଏହି ବୈଠକ ଡକା ଯାଇଛି । ରିପୋର୍ଟ ଅନୁସାରେ ଜାତିସଂଘର ବିଶେଷ ଏଜେନ୍ସିର ସେଜ୍ ସେସନର ୧,୨, ଓ ତୃତୀୟ ଚରଣର କ୍ଲିନିକାଲ ଟ୍ରାଏଲ ଆଧାରରେ ଇୟୁଏ ସୁପାରିସ କରିବ ।
କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏମରଜେନ୍ସି ୟୁଜ୍ ଲିଷ୍ଟିଂରେ ସାମିଲ କରାଯାଇ ନାହିଁ । ୧୦ ଜୁନରେ ଆମେରିକାର ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେଶନ ମଧ୍ୟ କୋଭାକ୍ସିନର ଇୟୁଏ ପ୍ରସ୍ତାବକୁ ଖାରଜ କରିଦେଇଥିଲା । ଭାରତ ବାୟୋଟେକ୍ କୋଭାକ୍ସିନକୁ ନେଇ ପର୍ଯ୍ୟାପ୍ତ ସୂଚନା ଦେଇ ନଥିବା କଥା କହିଥିଲା ଆମେରିକୀୟ ଏଜେନ୍ସି । ଏପର୍ଯ୍ୟନ୍ତ କେବଳ ବ୍ରାଜିଲ, ଇରାନ, ଫିଲିପାଇନ୍ସ, ମରିସସ, ମେକ୍ସିକୋ, ନେପାଳ, ଗୁଆନା, ପାରାଗୁଏ ଓ ଜିମ୍ବାୱେ ହିଁ କୋଭାକ୍ସିନକୁ ମଂଜୁରି ଦେଇଛନ୍ତି ।
WHO ମାନ୍ୟତା ପାଇଁ କ’ଣ ପ୍ରକ୍ରିୟା ?
WHO ର ଏହି ପ୍ରକ୍ରିୟାରେ ୪ ପର୍ଯ୍ୟାୟ ରହିଥାଏ । ପ୍ରଥମ ପ୍ରକ୍ରିୟାରେ ଭ୍ୟାକ୍ସିନ ନିର୍ମାତାଙ୍କ ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ (EOI )କୁ ସ୍ୱୀକାର କରିବା, ଦ୍ୱିତୀୟରେ ଡବ୍ଲୁଏଚଓ ଏ ନିର୍ମାତ ମଧ୍ୟରେ ଏକ ପ୍ରି-ସବମିଶନ ବୈଠକ, ତୃତୀୟ ପର୍ଯ୍ୟାୟରେ ଡବ୍ଲୁଏଚଓ ତରଫରୁ ଡୋଜିୟର ସମୀକ୍ଷାକୁ ମଂଜୁରୀ ମିଳିବା । ଚତୁର୍ଥ ପର୍ଯ୍ୟାୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଲ୍ୟାଙ୍କନ ସ୍ଥିତି ଉପରେ ନିଷ୍ପତ୍ତି ନେଇଥାଏ । ଏହାପରେ ସଂଗଠନ ଟିକାକୁ ମଂଜୁରୀ ଦେବା ଉପରେ ଅନ୍ତିମ ନିର୍ଣ୍ଣୟ ନେଇଥାଏ । କୋଭାକ୍ସିନ ମାମଲାରେ ଏପର୍ଯ୍ୟନ୍ତ EOIକୁ ସ୍ୱିକାର କରାଯାଇନାହିଁ । ଏହି ସମ୍ବନ୍ଧରେ ଡବ୍ଲୁଏଚଓ ଅଧିକ ସୂଚନାର ଆବଶ୍ୟକତା ଥିବା କଥା କହିଛି । ଭାରତ ବାୟୋଟେକ୍ ଏପ୍ରିଲ ୧୯ ତାରିଖରେ EOI ଦାଖଲ କରିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଅନୁମତି ନମିଳିବା କାରଣରୁ ୟୁରୋପିୟ ସଂଘ ଓ ଆମେରିକା ଯେଉଁ ଭାରତୀୟ କୋଭାକ୍ସିନ ଟିକା ନେଇଛନ୍ତି ସେମାନଙ୍କୁ ନିଜ ଦେଶକୁ ପ୍ରବେଶ ଅନୁମତି ଦେବାକୁ ଅନିଛୁକ ଅଛନ୍ତି ।