ହେବିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା, ୪ରେ ଭାଗ୍ୟଫଳ

Above Post Content

ଭୁବନେଶ୍ୱର: ଆଜି ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେଉଛି । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ଭୋଟ୍ ଗ୍ରହଣ ଚାଲିଛି । ଆଜି ଚାଲିଛି ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା । ସବୁ ଆସନମଧ୍ୟରୁ ସମସ୍ତଙ୍କ ନଜରରେ ରହିଛି ସମ୍ବଲପୁର ଲୋକସଭା ଆସନ । କାରଣ ଏଠାରେ ଚାଲିଛି ହାଇଭୋଲଟେଜ ଫାଇଟ୍ । ଏଠାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଲଢୁଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଂଗ୍ରେସ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ମୁଖ୍ୟତଃ ଲଢେଇ ପ୍ରଣବ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ହେଉଛି ।

Middle post content

ମତଦାନ କଲେ ହେବିୱେଟ ନେତା

After 2nd paragraph post ads

ସେହିପରି ଆଉ ଏକ ହାଇଭୋଲଟେଜ ଆସନ ଭୁବନେଶ୍ୱରରେ ବି ନିର୍ବାଚନ ହେଉଛି । ଏଠାରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିର କ୍ୟାପନେଟ ମନ୍ମଥ ରାଉତରାୟଙ୍କ ମଧ୍ୟ ହେଉଛି ଫାଇଟ୍ । କଂଗ୍ରେସ ତରଫରୁ ୟାସିର ନୱାଜ୍ ଲଢେଇ କରୁଛନ୍ତି । ପୁରୀରେ ଏଥର ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକଙ୍କ ମଧ୍ୟରେ ବଡ଼ ଲଢେଇ ଦେଖିବାକୁ ମିଳୁଛି । କଂଗ୍ରେସରୁ ଜୟ ନାରାୟଣ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ କଟକ ଆସନ ଉପରେ ବି ରହିଛି ସମସ୍ତଙ୍କର ନଜର । ଏଠାରେ ଭର୍ତ୍ତୃହରି ମହତାବଙ୍କୁ ବିଜେପି ଟିକେଟ ଦେଇଥିବାବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର । ଏହି ଲୋକସଭା ବ୍ୟତୀତ ଢେଙ୍କାନାଳ ଓ କେନ୍ଦୁଝରରେ ବି ସଭିଙ୍କର ନଜର ରହିଛି । କେନ୍ଦୁଝରରେ ବିଜେଡି ଧନୁର୍ଜୟ ସିଦ୍ଧୁ, ବିଜେପି ଅନନ୍ତ ନାୟକ ଓ କଂଗ୍ରେସ ବିନୋଦ ବିହାରୀ ନାୟକଙ୍କୁ ଟିକେଟ ଦେଇଛି । ଢେଙ୍କାନାଳରେ ବିଜେଡିର ଅବିନାଶ ସାମଲ, ବିଜେପିର ରୁଦ୍ର ନାରାୟଣ ପାଣି ଓ କଂଗ୍ରେସର ସସ୍ମିତା ବେହେରାଙ୍କ ମଧ୍ୟରେ ଲଢେଇ ହେଉଥିବା ଦେଖିବାକୁ ମିଳୁଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami