ଖୁସି ଖବର ଦେଲେ ପାଣ୍ଡିଆନ, ସରକାରୀ କର୍ମଚାରୀ ପାଇବେ ବିଏସକେୱାଇ କାର୍ଡ

Above Post Content

ରାଉରକେଲା: ଏଥର ସମସ୍ତଙ୍କୁ ମିଳିବ ବିଏସକେୱାଇ କାର୍ଡ । ଏମିତି କି ସରକାରୀ କର୍ମଚାରୀ ବି ପାଇବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ଆଶା ଦିଦିଙ୍କ ଠୁ ଆରମ୍ଭ କରି ଅଙ୍ଗନୱାଡି ଦିଦି ସମସ୍ତେ ବିଏସକେୱାଇ କାର୍ଡର ଲାଭ ଉଠାଇବେ । ରାଉରକେଲା ନିର୍ବାଚନୀ ପ୍ରଚାରରେ ଏହି ଖୁସି ଖବର ଦେଇଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ପୂର୍ବରୁ ବିଏସକେୱାଇ କାର୍ଡ କେବଳ ବିପିଏଲ ହିତାଧିକାରୀଙ୍କୁ ମିଳୁଥିବା ବେଳେ ଏବେ ସମସ୍ତେ ଉପକୃତ ହେବେ ଏହି କାର୍ଡ଼ରୁ ।

Middle post content

ଅଧିକ ଲୋକ ଏହି ଯୋଜନାରେ ସାମିଲ ହୁଅନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଇଛା

After 2nd paragraph post ads

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ପାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏଣିକି ସମସ୍ତେ ଏହି କାର୍ଡର ସୁବିଧା ପାଇବେ । ରାଜ୍ୟ ସରକାରଙ୍କ ୫ଟି ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ଭାଗ ହେବେ କ୍ୟାସ୍‌ଲେସ ଚିକିତ୍ସା ସୁବିଧା ପାଉଛନ୍ତି । ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି । ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଆହୁରି ଅଧିକ ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami