ଗୁଗୁଲ୍ ଆଣିଲା ନୂଆ ଦମଦାର ଫିଚର୍‌

Above Post Content

ସୋସିଆଲ ମିଡିଆ ଯୁଗରେ ଆଜି ବି ଅନେକ ଲୋକ ପଢିବା ପାଇଁ ପସନ୍ଦ କରନ୍ତି । ଖାଲି ସମୟରେ ବହି ଏବଂ ନୋଭେଲ୍ ଆଦି ପଢିବାରେ ଅନେକ ଲୋକ ରୁଚି ରଖନ୍ତି । ଅନେକ ଲୋକ ନିଜ ଫୋନ୍, ଟ୍ୟାବ୍ କିମ୍ବା ଲାପଟପ୍ ରେ କାହାଣୀ,ନ୍ୟୁଜ୍ ଆଦି ପଢିବା ପସନ୍ଦ କରନ୍ତି । ଗୁଗୁଲ୍ ଏପରି ୟୁଜର୍ସଙ୍କ ପାଇଁ ଏକ ନୂତନ ଫିଚର ଆଣିଛି । ଯାହା ସାହାଯ୍ୟରେ ବର୍ତ୍ତମାନ ଆପଣ ପଢିବା ବ୍ୟତୀତ ଏହାକୁ ଶୁଣି ମଧ୍ୟ ପାରିବେ ।
ଆଣ୍ଡ୍ରଏଡ୍ ଉପଭୋକ୍ତାମାନେ ବର୍ତ୍ତମାନ ମ୍ୟୁଜିକ୍ ଏବଂ ପୋଡକାଷ୍ଟ ପରି ୱେବପେଜକୁ ଶୁଣି ମଧ୍ୟ ପାରିବେ । Google ‘Listen to this page’ ନାମକ ଏକ ନୂଆ ଫିଚର ଆଣିଛି । ଏହି ଫିଚର ବିଶେଷତ୍ୱ ହେଉଛି ଆପଣ ନିଜ ଗ୍ୟାଜେଟ୍ ବନ୍ଦ କରି ନିଜ ମନ ପସନ୍ଦ content ଶୁଣିପାରିବେ । ଆପଣଙ୍କୁ କେବଳ କ୍ରୋମ ବ୍ରାଉଜରରେ ଯେକୌଣସି ୱେବ୍ ପୃଷ୍ଠା ଖୋଲିବାକୁ ପଡିବ ଏବଂ ବିକଳ୍ପକୁ ଯାଇ ‘Listen to this page’ ଉପରେ କ୍ଲିକ୍ କରିବା ପାଇଁ ପଡିବ । ଏହା ପରେ ଆପଣ ସମସ୍ତ text ପଢିବା ପରିବର୍ତ୍ତେ ଶୁଣି ମଧ୍ୟ ପାରିବେ ।ଗୁଗୁଲ ବର୍ତ୍ତମାନ ଏହି ଫିଚରକୁ ୧୨ ଟି ଭାଷାରେ ଆରମ୍ଭ କରିବାପାଇଁ ଯାଉଛି । ଏଥିରେ ଆରବୀ, ବଙ୍ଗାଳୀ, ଚାଇନିଜ୍, ଇଂରାଜୀ, ଫରାସୀ, ଜର୍ମାନ, ହିନ୍ଦୀ, ଇଣ୍ଡୋନେସିଆ, ଜାପାନିଜ୍, ପର୍ତ୍ତୁଗୀଜ୍, ଋଷ ଏବଂ ସ୍ପାନିସ୍ ପରି ଭାଷା ସାମିଲ ଅଛି ।

Middle post content

ଏହି ଫିଚରକୁ କେମିତି ବ୍ୟବହାର କରିବେ

After 2nd paragraph post ads

ଏହି ଫିଚରକୁ ବ୍ୟବହାର କରିବାକୁ, ସର୍ବପ୍ରଥମେ ଗୁଗୁଲ୍ କ୍ରୋମ୍ ଖୋଲନ୍ତୁ, ଏହା ପରେ ଆପଣ ଶୁଣିବାକୁ ଚାହୁଁଥିବା ୱେବପୃଷ୍ଠାକୁ ଓପନ୍ କରନ୍ତୁ । ଏହା ପରେ ଉପର ପାର୍ଶ୍ୱରେ ଥିବା ‘More’ ବଟନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ‘ଲିସନ ଟୁ ଦିସ୍ ପେଜ୍’ ବିକଳ୍ପକୁ କ୍ଲିକ୍ କରନ୍ତୁ । ଏପରିକି ଆପଣ ନିଜ ପସନ୍ଦ ଅନୁଯାୟୀ ପାଠ୍ୟର ସ୍ୱର ମଧ୍ୟ ବାଛିପାରିବେ । ସେହିପରି IOS’ ରେ ମଧ୍ୟ ଆପଣ “Listen to Page” ନାମରେ ଫିଚର ପାଇପାରିବେ । ଯାହାକୁ ଆପଣ ଶିରି ସ୍ୱରରେ ମଧ୍ୟ ଶୁଣି ପାରିବେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami