୪୫ ବର୍ଷରୁ ଅଧିକ ହେଲାଣି ଗାଁରେ ପଶିନି ରସୁଣ, ପିଆଜ

Above Post Content

ବିହାର: ପିଆଜ ଓ ରସୁଣର ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ନେଇ ସବୁବେଳେ ଚର୍ଚ୍ଚା । କୁହାଯାଏ, ଗରିବଙ୍କ ଘରେ ପ୍ରତ୍ୟେକ ଦିନ ପିଆଜ ଦରକାର ପଡ଼ିଥାଏ । ପିଆଜ ଓ ରସୁଣ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ତଥାପି ଏମିତି ଏକ ଗାଁ ଅଛି ଯେଉଁଠି ବର୍ଷ କି ଦୁଇ ବର୍ଷ ନୁହେଁ ୪୫ ବର୍ଷରୁ ଅଧିକ ଦିନ ହେଲାଣି ଲୋକେ ପିଆଜ ରସୁଣ ଖାଇନାହାନ୍ତି । ଏମିତି କି ଏହାକୁ ଘରକୁ କିଣି ଆଣିବାକୁ ବି ଭୟ କରିଥାନ୍ତି । କାହିଁକି ଜାଣନ୍ତୁ ।

Middle post content

ପରମ୍ପରାକୁ ଭାଙ୍ଗିଲେ ଘଟୁଛି ଅଘଟଣ

After 2nd paragraph post ads

ଏହି ଗାଁ ବିହାରର ଜହାନାବାଦ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ତ୍ରିଲୋକି ବିଘା ଗାଁ ଭାବେ ପରିଚିତ । ଏହି ଗାଁରେ ପ୍ରାୟ ୩୦ ରୁ ୩୫ ଟି ଘର ରହିଛି । ଏଠାରେ ବସବାସ କରୁଥିବା ସମସ୍ତଙ୍କ ଘରେ ପିଆଜ ଏବଂ ରସୁଣ ଖାଇବା ପୁରା ନିଷେଧ । ଏଠାକାର ଲୋକଙ୍କ କହିବା କଥା ହେଲା, ଗାଁରେ ବହୁ ପୁରୁଣା ଏକ ଠାକୁରବାଡି ମନ୍ଦିର ରହିଛି । ଏଠାରେ ଏହି ଠାକୁରଙ୍କର ବହୁତ ମାହାତ୍ମ୍ୟ ରହିଛି । ତାଙ୍କ ପାଖରେ ଯେଉଁ ଲୋକ ମାନସିକ କରନ୍ତି ତାହା ନିଶ୍ଚୟ ପୂରଣ ହୁଏ । ତେଣୁ ଏହି ମନ୍ଦିର ଯୋଗୁଁ ପ୍ରାୟ ୪୫ ବର୍ଷରୁ ଅଧିକ ହେବ ଏହି ଗାଁର ଲୋକମାନେ ପିଆଜ ଏବଂ ରସୁଣ ଖାଇବା ବନ୍ଦ କରିଦେଇଛନ୍ତି । ଗାଁରେ ଅନେକ ଲୋକ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରିବାରୁ ସେମାନଙ୍କ ଘରେ ଅନେକ ଅଘଟଣ ଘଟିଥିଲା ବୋଲି ଲୋକେ କୁହନ୍ତି । ଏହି ଘଟଣା ପରେ ଏଠାକାର ଲୋକମାନେ ରସୁଣ ଓ ପିଆଜ ଖାଇବା ବନ୍ଦ କରି ନ ଥିଲେ ବରଂ ବଜାରରୁ ଆଣିବା ବନ୍ଦ କରିଦେଇଥିଲେ । କେବଳ ରସୁଣ ଏବଂ ପିଆଜ ନୁହେଁ, ମାଂସ ଏବଂ ମଦ୍ୟପାନ ଭଳି ଜିନିଷ ଏହି ଗାଁରେ ନିଷେଧ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami