ଶହେ ବର୍ଷର ଇତିହାସରେ ଏମିତି ପ୍ରଥମ ଥର ପାଇଁ ହୋଇଛି । ଏହି ହେଡ୍ ଲାଇନ୍ ପଢ଼ିବା ପରେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ କ’ଣ ଏମିତି ହୋଇଛି ? ଉତ୍ତର ସନ୍ନି ପାଜି, ରଜନୀକାନ୍ତ, ଭାରତ କୁମାର ଓ ଚିରଞ୍ଜବୀଙ୍କ ସହିତ ଜଡ଼ିତ । ଏହି 4 ଷ୍ଟାରଙ୍କ ଫିଲ୍ମ ଶହେ ବର୍ଷ ଭିତରେ ଏମିତି କିଛି କରିଛି ଯାହା ଆଗରୁ କେବେ ଭାରତୀୟ ସିନେମାରେ ହୋଇନଥିଲା ।
ଶହେ ବର୍ଷରେ ପ୍ରଥମ ଥର ପାଇଁ ସୁପର ୱିକେଣ୍ଡ୍
ଗୋଟିଏ ୱିକେଣ୍ଡ୍ ବା ସପ୍ତାହନ୍ତରେ ଗୋଟିଏ ଫିଲ୍ମ ବକ୍ସ ଅଫିସରେ କମାଲ ଦେଖାଇବା କଥା ଆମେ ଜାଣିଛେ । କିନ୍ତୁ ଏକକାଳୀନ ଚାରି ଚାରିଟି ଫିଲ୍ମ ବକ୍ସ ଅଫିସରେ ଧମାକା କରିବା ଭଳି ବିଚିତ୍ର ଘଟଣା ଶହେ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘଟିଛି । ଅତିକମରେ ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀରେ ଆଗରୁ ଏମିତି ଦେଖିବାକୁ ମିଳିନଥିଲା । ରଜନୀକାନ୍ତଙ୍କ ଜେଲର, ସନି ଦେୱଲଙ୍କ ଗଦ୍ଦର-2, ଅକ୍ଷୟ କୁମାରଙ୍କ ଓଏମଜି 2 ଓ ଚିରଞ୍ଜବୀଙ୍କ ଭୋଲା ଶଙ୍କର ଏହି କମାଲ କରି ଦେଖାଇଛନ୍ତି । ଭାରତୀୟ ଫିଲ୍ମ ପ୍ରଡ୍ୟୁସର ସଂଘ ମଧ୍ୟ ଏହି ତଥ୍ୟ ଉପରେ ମୋହର ମାରିଛି ଯେ,ଶହେ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ସପ୍ତାହନ୍ତରେ 4ଟି ଫିଲ୍ମ ଏକାଥରକେ ବକ୍ସ ଅଫିସର ରେକର୍ଡ୍ ବ୍ୟବସାୟ କରୁଛନ୍ତି ।
4 ଫିଲ୍ମଙ୍କ ବ୍ୟବସାୟ ପ୍ରଥମ ସପ୍ତାହରେ 3ଶହ କୋଟିରୁ ଅଧିକ
ସନ୍ନି ଦେୱଲଙ୍କ ଗଦର ବକ୍ସ ଅଫିସରେ ଟିକେଟ୍ କାଉଣ୍ଟରରେ ଭଙ୍ଗାରୁଜା କରୁଛି କହିଲେ ଭୁଲ ହେବନି । ସନ୍ନି ପାକିସ୍ତାନରେ ହ୍ୟାଣ୍ଡ ପମ୍ପ ଓପାଡ଼ିଲା ଭଳି ଏହି ଫିଲ୍ମ ରେକର୍ଡ ଓପାଡି ନୂଆ ରେକର୍ଡ୍ ସୃଷ୍ଟି କରୁଛି । ପ୍ରଥମ ଦିନରେ 42 କୋଟି 10 ଲକ୍ଷର ଟିକେଟ୍ ବିକ୍ରି କରିଥିବା ଗଦ୍ଦର ଶନି ଓ ରରିବାରକୁ ମିଶାଇ ଶହେ କୋଟିରୁ ଉଦ୍ଧ୍ୱ ବ୍ୟବସାୟ କରିଛି । ସେହିଭଳି ସୁଦୂର ଦକ୍ଷୀଣରେ ଜେଲର ରଜନୀକାନ୍ତ ଶହେ କୋଟି ଟପି ଅଢେଇଶ କୋଟି ପାଖାପାଖି ହେଲେଣି । କୁହାଯାଉଛି ଦ୍ୱିତୀୟ ସପ୍ତାହ ବେଳକୁ ଏହି ଫିଲ୍ମ ତିନି ଶହ କୋଟି କ୍ଲବରେ ସାମିଲ ହୋଇଯିବ । ଆନ୍ଧ୍ର ଓ ତେଲେଙ୍ଗାନାରେ ଚିରଞ୍ଜବୀଙ୍କ ଭୋଲାଶଙ୍କର ରୂପ ଦର୍ଶକଙ୍କୁ ପସନ୍ଦ ଆସୁଛି । ତାଙ୍କ ଫିଲ୍ମ ମଧ୍ୟ ପ୍ରଥମ ସପ୍ତାହନ୍ତରେ ପାଖାପାଖି 50 କୋଟି ବିଜନେସ୍ କରି ସାରିଲାଣି । ଅନ୍ୟପକ୍ଷରେ ଅକ୍ଷୟଙ୍କ ଓ ମାଇ ଗଡ୍ 2 ବି ବକ୍ସ ଅଫିସରେ କମାଲ ଦେଖାଉଛି । ସନିଙ୍କ ଗଦ୍ଦର ମାଡରେ ଏହି ଫିଲ୍ମର ବକ୍ସ ଅଫିସ କଲେକ୍ସନ କିଛିଟା ପ୍ରଭାବିତ ହୋଇଛି ସତ କିନ୍ତୁ ରେସରୁ ଓହରି ନାହିଁ । ଫିଲ୍ମର କାହାଣୀ ଲୋକଙ୍କୁ ପସନ୍ଦ ଆସୁଛି । ଏହା ପ୍ରଥମ ଦିନରେ 16 କୋଟିର ବିଜନେସ୍ କରିଥିଲା । ଏହାପରେ ଓଏମଜିର ବ୍ୟବସାୟ ବଢ଼ିଛି । ତେଣୁ ଆଗକୁ ମଧ୍ୟ ଏହାର କଲେକ୍ସନ ବଢ଼ିବ ।
ଶହେ ବର୍ଷ ମଧ୍ୟରେ ଏମିତି କେବେ ହୋଇଥିଲା କି ?
ଉତ୍ତର ହେଉଛି ନା । ଶହେ ବର୍ଷ ମଧ୍ୟରେ ଏମିତି କେବେ ହୋଇନଥିଲା । ଏକାକାଳୀନ 4 ଟି ଫିଲ୍ମ ବ୍ଲକ ବଷ୍ଟର ହିଟ୍ ହେବାର ଏହା ପ୍ରଥମ ଘଟଣା । ଆଗରୁ ଦୁଇଟି ଫିଲ୍ମ ହିଟ୍ ହେବାର ନଜିର ରହିଛି । କନ୍ତୁ ଏକାଥରକେ 4ଟି ଫିଲ୍ମ ହିଟ୍ ହେବାର ଉଦାହରଣ ନାହିଁ ।