ଗୋଳନ୍ଥରାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ

Above Post Content

ବ୍ରହ୍ମପୁର: ପୁଣି ନିୟନ୍ତ୍ରଣ ହରାଇଲା ବିଜେପି । ନିର୍ବାଚନ ଆରମ୍ଭରୁ ହିଁ ବିଜେପିର ଦାଦାଗିରି ଆରମ୍ଭ ହୋଇଯାଇଛି । ଗୋପାଳପୁର ନିର୍ବାଚନମଣ୍ଡଳିରେ ବିଜେପିର ଦାଦାଗିରି । ଗୋଳନ୍ଥରାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ଏକ ବୁଥ୍ ନିକଟରେ ଅଶାଳୀନ ଦୁର୍ବ୍ୟବବହାର ଅଭିଯୋଗ । ଜାଣିଶୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ । ବିକ୍ରମ ପଣ୍ଡା ବୁଥ ଅନୁଧ୍‌୍ୟାନ ପାଇଁ ଯାଉଥିବାବେଳେ କିଛି ବିଜେପି କର୍ମୀ ଜାଣିଶୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ । ବିଜେଡି ବିଧାୟକ ପ୍ରାର୍ଥୀ ଓ କର୍ମୀଙ୍କୁ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

Middle post content

ଚେନ୍‌, ମୁଦି ଲୁଟି ନେଲେ ବିଜେପି କର୍ମୀ

After 2nd paragraph post ads

ସେପଟେ ଭୈରବୀ ମନ୍ଦିରରୁ ଦର୍ଶନ ସାରି ୩ ବିଜେଡି କର୍ମୀ ଫେରୁଥିବାବେଳେ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି । ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଜେନାଙ୍କ ଉପସ୍ଥିତିରେ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ ବିଜେଡି କର୍ମୀ ହେଲେ କେ. ସନ୍ତୋଷ ଦାସ, କେଦାର ବେହେରା ଓ ବିକି ବେହେରା । ସମସ୍ତେ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବିଜେଡି କର୍ମୀଙ୍କ ଅଭିଯୋଗ ଅନୁସାରେ, ବିଜେପି କର୍ମୀ ଆକ୍ରମଣ କରିବା ସହ ସେମାନଙ୍କ ସୁନା ଚେନ ଓ ମୁଦି ଲୁଟ୍ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami