୨୦ରେ ଓଡ଼ିଶାର ୫ ଲୋକସଭା ଆସନ ପାଇଁ ମତଦାନ

Above Post Content

ଭୁବନେଶ୍ୱର: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର । ମୋଟ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୯ ଲୋକସଭା ଆସନ ଲାଗି ପ୍ରଚାରର ଆଜି ହେଉଛି ଶେଷ ଦିନ । ଏହି ୪୯ ଆସନ ମଧ୍ୟରେ ରହିଛି ଓଡ଼ିଶାର ୫ ଲୋକସଭା ଆସନ । ସେଗୁଡ଼ିକ ହେଲା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା । ଏହିସବୁ ଆସନରେ ଆସନ୍ତା ୨୦ ତାରିଖରେ ଭୋଟଗ୍ରହଣ ହେବ । ଏଥିଲାଗି ଆଜି ସଂଧ୍ୟାରେ ସରୁଛି ପ୍ରଚାର ।

Middle post content

ଭୋଟଗ୍ରହଣ ଲାଗି ବ୍ୟାପକ ପ୍ରସ୍ତୁତ

After 2nd paragraph post ads

ଓଡ଼ିଶାର ଏହି ୫ ଲୋକସଭା ଆସନ ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟଗ୍ରହଣ ହେବ । ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୩ ଆସନରେ ଭୋଟଗ୍ରହଣ ହେବ । ମହାରାଷ୍ଟ୍ରର ମୋଟ ୪୮ ଆସନ ମଧ୍ୟରୁ ୧୩ ଆସନରେ ଭୋଟଗ୍ରହଣ ହେବ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଭୋଟଗ୍ରହଣରେ ବିହାରର ୫ ଆସନ, ଝାଡଖଣ୍ଡର ୩, ଉତ୍ତରପ୍ରଦେଶର ୧୪, ପଶ୍ଚିମବଂଗର ୭ ଆସନରେ ଭୋଟ ନିଆଯିବ । ପଞ୍ଚମ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ବାରାମୁଲା ଏବଂ ଲଦାଖ ଆସନରେ ମଧ୍ୟ ଭୋଟଗ୍ରହଣ ହେବ । ଭୋଟଗ୍ରହଣ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ସୁଦ୍ଧା ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚିଲେ ପୋଲିଂ ପାର୍ଟି । ପୋଲିସ ପକ୍ଷରୁ ନିର୍ବାଚନ ଲାଗି ବ୍‌୍ୟାପକ ବନ୍ଦୋବସ୍ତ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami