ଯୋଡି ଶଙ୍ଖରେ ଭୋଟ ଦେବାକୁ ନବୀନ କଲେ ଅପିଲ୍‌

Above Post Content

ମୟୁରଭଞ୍ଜ: ମୟୁରଭଞ୍ଜରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାର ଦୁଇଟି ସ୍ଥାନ ରାଇରଙ୍ଗପୁର ଏବଂ ବାରିପଦାରେ ନିର୍ବାଚନୀ ପ୍ରଚାର କରିଛନ୍ତି ନବୀନ ପଟ୍ଟନାୟକ । ଜନସାଧାରଣଙ୍କୁ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ଭଲ କି ବୋଲି ନବୀନ ପଚାରି ବୁଝିଛନ୍ତି । ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କରିଥିଲେ ଅପିଲ । ଏହି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି ।

Middle post content

ଓଡ଼ିଶାରେ ନିର୍ମାଣ ହୋଇଛି ସବୁଠୁ ଅଧିକ ଆଦିବାସୀ ଛାତ୍ରାବାସ

After 2nd paragraph post ads

ରାଇରଙ୍ଗପୁରରେ ପାଣ୍ଡିଆନ କହିଥିଲେ, ଆଦିବାସୀ ଭାଇଭଉଣୀମାନଙ୍କ ବିକାଶ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ସେଥିଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ସେମାନଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ଦେବସ୍ଥଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପଦକ୍ଷେପ ନେଇଆସୁଛନ୍ତି । ଆଦିବାସୀମାନଙ୍କ ଉପରେ ଥିବା ୫୦ ହଜାର ମାମଲା ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ପାଣ୍ଡିଆନ କହିଥିଲେ । ପାଣ୍ଡିଆନ ବିଜେଡି ସରକାରର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏଥିସହିତ ସାରା ଦେଶରେ ସବୁଠାରୁ ଅଧିକ ଆଦିବାସୀ ଛାତ୍ରାବାସ ଓଡ଼ିଶାରେ ନିର୍ମାଣ ହୋଇଛି ବୋଲି କହିଥିଲେ ।ଆସନ୍ତା ଜୁନରେ ମୁଖ୍ୟମନ୍ତ୍ରୀ ପୁନର୍ବାର ଶପଥ ଗ୍ରହଣ କରିବେ । ଶପଥ ନେବା ପରେ ସର୍ବପ୍ରଥମେ ବିଜୁଳି ବିଲ୍ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ୨ୟ ଦସ୍ତଖତ କରିବେ । ସେହିପରି ୩ୟରେ ମୁଖ୍ୟମନ୍ତ୍ରୀ ମିଶନଶକ୍ତି ଯୋଜନାରେ ମହିଳାମାନଙ୍କୁ ପେନସନ୍ ଦେବା ଘୋଷଣାରେ ଦସ୍ତଖତ କରିବେ ବୋଲି ପାଣ୍ଡିଆନ କହିଥିଲେ । ସେହିପରି, ବାରିପଦାର ଛଉ ପଡ଼ିଆରେ ଆୟୋଜିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami