ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା

Above Post Content

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିଜେପିକୁ କରିଛନ୍ତି ଟାର୍ଗେଟ । ବିରୋଧୀ ମିଛ କଥା କହି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲିି କହିଛନ୍ତି ନବୀନ ।

Middle post content

ବିଜେପିକୁ ଟାର୍ଗେଟ କଲେ ନବୀନ

After 2nd paragraph post ads

ଉଦବୋଧନ ଆରମ୍ଭ କରି ରାଜ୍ୟ ସକାରଙ୍କ ବିଭିନ୍ନ ଯୋଜନାର ନାଁ ନେଇଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ ଶୁଣି ମଞ୍ଚ ସ୍ଥଳ ଗୁଞ୍ଜରିତ ହୋଇଉଠିଥିଲା । ଏସବୁ ଯୋଜନା ଭଲ କି ବୋଲି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପଚାରିଥିଲେ । ଉତ୍ତରରେ ବଙ୍ଗୋମୁଣ୍ଡା ସଭା ସ୍ଥଳ ହଁରେ ପ୍ରକମ୍ପିତ ହୋଇଥିଲା । ଏହାପରେ ନବୀନ ଭଲ କି ଓ ବିଜେଡି ଭଲ କି ବୋଲି ପଚାରିଥିଲେ । ଏହି ସମୟରେ ଅଳ୍ପ ଭାଷଣରେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ଓ ଏହି ଦଳର ନେତାଙ୍କୁ ଟାର୍ଗେଟ କରିଥିଲେ । ବିଜେପି ନେତା ମିଛ କହୁଥିବା କହିଛନ୍ତି । ସେମାନେ ଜନତାଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦୁ ଥିବା କହିଛନ୍ତି । ଏହି ଅବସରରେ ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି କଥା ମନେ ପକାଇ ଦେଇଥିଲେ ନବୀନ । ଲୋକଙ୍କୁ ମାଗଣାରେ ବିଜୁଳି ମିଳିବା ନେଇ ଖୁସି ତ ବୋଲି ଜନତାଙ୍କୁ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଜୁଲାଇ ମାସରୁ ବିଜୁଳି ମାଫ୍ ବୋଲି କହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami