ରାଜ୍ୟ ବିଜେପି ଶୋଚନୀୟ ପରାଜୟ ଆଡ଼କୁ ଯାଉଛି

Above Post Content

ଭୁବନେଶ୍ୱର: ଓଡିଶା ବିଜେପି ସଭାପତି ଚାଷୀଙ୍କ ବିଷୟରେ କିଛି ବକ୍ତବ୍ୟ ରଖିଛନ୍ତି । ଏହା ତାଙ୍କ କୁମ୍ଭୀର କାନ୍ଦଣାକୁ ଦର୍ଶାଉଛି । ୨୦୧୭ ମାର୍ଚ୍ଚରେ ଓଡିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନ ଏମଏସପି ୨୯୩୦ଟଙ୍କା ବୃଦ୍ଧି କରିବାକୁ ପାରିତ କରାଯାଇଥିଲା । ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ, ବିଜେପି ବି ସମର୍ଥନ କରିଥିଲେ । ୭ ବର୍ଷ ମଧ୍ୟରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି ମନମୋହନ । ନିର୍ବାଚନ ଆସିଛି, ନିଦ ଭାଙ୍ଗିଛି, ଚାଷୀଙ୍କୁ ବିଭ୍ରାନ୍ତ କରିବାକୁ ଆସିଛନ୍ତି । କାହିଁକି ସାତ ବର୍ଷ ହେବ ଧାନ ୨୯୩୦ ହେଲାନି ? କାହିଁକି ବିଜେପି ବିଧାୟକ ପାଟି ଫିଟାଇଲେ ନାହିଁ ? ନୀରବ ଦ୍ରଷ୍ଟା ସାଜିଲେ । ନିଜ ଦଳ ବିଧାୟକଙ୍କ ଅକର୍ମତାକୁ ଦର୍ଶାଇଲେ ମନମୋହନ । ଚାଷୀଙ୍କୁ ନିର୍ବାଚନ ମୋହରା ନ କରନ୍ତୁ । ନବୀନ ପଟ୍ଟନାୟକ ଚାଷୀଙ୍କ ବିକାଶ ସହ ମେରୁଦଣ୍ଡ ସୁଧାରିଛନ୍ତି । ଏହା ବିଜେପିର ଦୋମୁହାଁ ନୀତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

Middle post content

ଚାଷୀଙ୍କୁ ବିଭ୍ରାନ୍ତ କରୁଛି ବିଜେପି

After 2nd paragraph post ads

କେନ୍ଦ୍ର ବିଜେପି ଜାଣିଛି ଓଡିଶା ବିଜେପି ଶୋଚନୀୟ ପରାଜୟ ଆଡ଼କୁ ଯାଉଛି । ୩୦ ଜିଲ୍ଲା ପରିଷଦ ବିଜେପି ହାରିଥିଲା । ବିଜେପିକୁ ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ୯୦% ବିଜୟ ବିଜେଡି ଜିତିଛି । ବାରମ୍ବାର ହାରି ହତାଶ ହୋଇଥିବା ବିଜେପି କର୍ମୀଙ୍କୁ ଏପରି ବକ୍ତବ୍ୟ ଦିଆଯାଉଛି । ୨୦୨୪ ନିର୍ବାଚନରେ ବିଜେଡି୧୭ ଲୋକସଭା ଓ ୨୦୧୯ ତୁଳନାରେ ଅଧିକ ବିଧାୟକ ଜିତିବେ । ୩/୪ ବିଧାୟକ ପ୍ରାର୍ଥୀ ଜିତିକି ଆସିବେ । ଜୁନ ୪ରେ ଏହା ମନେ ପକାଇ ଦିଆଯିବ ବୋଲି କହିଛନ୍ତି ସସ୍ମିତ ପାତ୍ର ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami