ପୁଣି ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି, ବୁଥ୍‌ରେ ଭାଙ୍ଗିଲେ ଇଭିଏମ

Above Post Content

ଖୋର୍ଦ୍ଧା: ପୁଣି ଦେଖିବାକୁ ମିଳିଲା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି । ବୋଲଗଡରେ ଇଭିଏମ ଭାଙ୍ଗି ପ୍ରଶାନ୍ତ ଜଗଦ୍ଦେବ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପୋଲିସ ତାଙ୍କୁ ଗୋଡାଇ ଗୋଡାଇ ଧରିଛି । ଏବେ ତାଙ୍କୁ ବୋଲଗଡ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି ।

Middle post content

ଅପରାଜିତାଙ୍କ ଗାଡ଼ିରେ ଫେରାର ହେଉଥିବା ବେଳେ ଧରିଲା ପୋଲିସ

After 2nd paragraph post ads

ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ହଠାତ୍ ପହଞ୍ଚିଥିଲେ ପ୍ରଶାନ୍ତ । ଭୋଟିଂ ପାଇଁ ଲୋକ ଲାଇନରେ ଥିବା ବେଳେ ପ୍ରଶାନ୍ତ ବୁଥ୍ ଭିତରେ ଜୋରଜବରଦସ୍ତ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିଥିଲେ । ପରେ ସେଠାରେ କାର୍ଯ୍ୟରତ ପୋଲିଂ ଅଫିସରଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏତିକିରେ ଶାନ୍ତ ହୋଇ ନ ଥିଲେ ପ୍ରଶାନ୍ତ । ପରେ ବୁଥ୍ ଭିତରେ ଥିବା ଇଭିଏମ ହୋଡିଂକୁ ଭାଙ୍ଗି ଦେଇଥିଲେ । ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା । ପରେ ପ୍ରଶାନ୍ତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ବସି ଫେରାର ହେଉଥିବା ବେଳେ ତାଙ୍କୁ ଗୋଡାଇ ଗୋଡାଇ ଧରିଥିଲା ପୋଲିସ । ଏବେ ବୋଲଗଡ ଥାନାରେ ପ୍ରଶାନ୍ତଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । କ’ଣ ପାଇଁ ପ୍ରଶାନ୍ତ ଏପରି ଭଙ୍ଗାରୁଜା କରିଛନ୍ତି ତାହା ଜଣାପଡ଼ିନାହିଁ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami