ଭୋଟରଙ୍କୁ ପ୍ରଲୋଭିତ କରୁଛିି ବିଜେପି ,ମାନୁନାହାଁନ୍ତି ଆଦର୍ଶ ଆଚରଣ ବିଧି

Above Post Content

ଭୁବନେଶ୍ୱର: ବାରମ୍ବାର ଅଭିଯୋଗ ପରେ ବି ବିଜେପି ମାନୁନାହିଁ ଆଦର୍ଶ ଆଚରଣ ବିଧି । ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି । କୌଣସି ନିୟମ ମାନୁନାହିଁ । ବିଜେପି ନେତା ଓ ପ୍ରାର୍ଥୀ ଗୋଟିଏ ପରେ ଗୋଟିଏ ବିଭିନ୍ନ ସ୍ଥାନରେ ହିଂସା ଘଟାଉଛନ୍ତି । ଏମିତି କି ଭୋଟରଙ୍କୁ ପ୍ରଲୋଭିତ କରୁଛନ୍ତି ବିଜେପି ନେତା ଓ ପ୍ରାର୍ଥୀ । ମଗ୍‌, ଶାଢ଼ି ଓ ଟଙ୍କା ବାଣ୍ଟୁଛନ୍ତି । ବିଜେପି ଗଣତନ୍ତ୍ର ପାଇଁ ବାରମ୍ବାର ବିପଦ ସୃଷ୍ଟି କରୁଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଅଭିଯୋଗ କରିଛି । ଭୋଗରାଇରେ ବିଜେପି ପ୍ରାର୍ଥୀ ଆଶିଷ ପାତ୍ର ସିଲେଇ ମେସିନ ବାଣ୍ଟିବାକୁ ରଖିଥିଲେ । ଯାହାକୁ ସ୍ଥାନୀୟ ତହସିଲଦାର ଜବତ କରିଛନ୍ତି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅନୁରୋଧ କରିଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami