ଠକ, ଗୁଣ୍ଡା, ଜମି ମାଫିଆଙ୍କୁ କୋଳେଇ ନେଇଛି ବିଜେପି

Above Post Content

ଭୁବନେଶ୍ୱର: ରାଜ୍ୟ ବିଜେପି ଗୁଣ୍ଡା, ଜମି ଜବରଦଖଲକାରୀ, ଠକଙ୍କୁ କୋଳେଇ ନେଉଛି । କେବଳ ସେମାନଙ୍କୁ କୋଳେଇ ନେଉନିି ବରଂ ଟିକେଟ ମଧ୍ୟ ଦେଇଛନ୍ତି । ତେଣୁ ଏବେ ରାଜ୍ୟ ବିଜେପି ଜମି ମାଫିଆ, ଠକ, ଗୁଣ୍ଡାଙ୍କ ଦଳ ପାଲଟିଛି ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର । ରବିବାର ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଏପରି କହିଛନ୍ତି ।

ଅପରାଧିକ କାର୍ଯ୍ୟକଳାପ ପାଇଁ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ ପ୍ରଶାନ୍ତ

After 2nd paragraph post ads

ରାଷ୍ଟ୍ରୀୟ ମୁଖପାତ୍ର ପାତ୍ର ଆହୁରି କହିଛନ୍ତି ଯେ, ଅପରାଧିକ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ବିଜେପି ତାଙ୍କୁ କୋଳେଇ ନେଇ ଚଳିତ ନିର୍ବାଚନରେ ଟିକେଟ ଦେଇଛି । ଗତକାଲି ସେ ଭୁବନେଶ୍ୱର ଲୋକସଭାର ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ବୋଲଗଡ଼ର ଏକ ପୋଲିଂ ବୁଥ୍‌ରେ ଇଭିଏମ୍ ଭାଙ୍ଗି ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଓଡ଼ିଶା ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହାୟତାରେ ଫେରାର ହୋଇଯାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । ସେହିପରି ପ୍ରଶାନ୍ତ ଜଗଦେବ ମଦ୍ୟପ ଅବସ୍ଥାରେ ବିଜେପି କର୍ମୀଙ୍କୁ ନିଜ କାର ଚଢାଇବା ସହିତ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ବିଜେପି ଟାଉନ ସଭାପତିଙ୍କୁ ମାଡ଼ ମାରିଥିଲେ । ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ମଧ୍ୟ ବିଜେପି ତାଙ୍କୁ କୋଳେଇ ନେଇଥିଲା ।

Middle post content

ସରକାରୀ ଜମିରେ ଠିଆ ହୋଇଛି ଘରୋଇ ଚ୍ୟାନେଲ

ଓଡ଼ିଶା ବିଜେପି ଏବଂ ଅପରାଧୀଙ୍କୁ ସ୍ୱାଗତ କରି ଟିକେଟ ଦେବାର ନୀତି ବିଷୟରେ ସେମାନେ ବୋଧହୁଏ ଅଜ୍ଞ । ଏହି କେନ୍ଦ୍ରୀୟ ନେତାମାନେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହୁଛନ୍ତି । ଏହା ଶୁଣି ସମଗ୍ର ଓଡ଼ିଶାବାସୀ ହସୁଛନ୍ତି । କାରଣ ଦୁଇ କେନ୍ଦ୍ରୀୟ ନେତା କେନ୍ଦ୍ରାପଡ଼ାରେ ପ୍ରଚାର କରି ଜମି ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛନ୍ତି ବୋଲି କହିବା ସହ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଭୋଟ୍ ମାଗିଥିଲେ । ଆଜି ଜମି ଜବରଦଖଲକାରୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ବୈଜୟନ୍ତ ପଣ୍ଡା । ତାଙ୍କ କମ୍ପାନୀ ଅନୁସୂଚିତ ଜାତିର ଲୋକଙ୍କ ଠାରୁ ବେଆଇନ ଭାବେ ଜମି ଜବରଦଖଲ କରିଛି । ଏଥିପାଇଁ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରହିଛି । ସେହିଭଳି ତାଙ୍କ ମାଲିକାନାରେ ଥିବା ଟିଭି ଚ୍ୟାନେଲ ସରକାରୀ ଜମିକୁ ଜବରଦଖଲ କରିଛି । ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ହଟାଇଦେଇଥିଲା ବିଜେଡି । କିନ୍ତୁ ବିଜେପି ତାଙ୍କୁ ନିଜ ଦଳରେ ସାମିଲ କରିଛି । ବିଜେପି ଏହି ଜମି ଜବରଦଖଲକାରୀଙ୍କୁ ଟିକେଟ୍ ଦେଇଥିଲେ ।

ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ ପ୍ରଦୀପ

ସେହିଭଳି ଚାକିରି ଦେବାର ପ୍ରତିଶ୍ରୁତି ଦେଇ ନିଜ ନିର୍ବାଚନମଣ୍ଡଳୀର ଗରିବ ଲୋକଙ୍କୁ ଠକିଥିଲେ ପ୍ରଦୀପ ପାଣିଗ୍ରାହୀ । ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡି ବହିଷ୍କାର କରିଥିଲା । ଯେଉଁ ବ୍ୟକ୍ତିଙ୍କ ବିରୋଧରେ ବିଜେପି ଆନ୍ଦୋଳନ କରୁଥିଲା, ତାଙ୍କୁ ସେମାନେ ଫୁଲମାଳ ପକାଇ ନିଜର ଆଗଧାଡ଼ିର ନେତା କରିଥିଲେ । ଦୀର୍ଘ ବର୍ଷ ଧରି କାମ କରିଥିବା ଦଳର ନେତାଙ୍କୁ ଅଣଦେଖା କରି ସେମାନେ ଜଣେ ଠକଙ୍କୁ ଟିକେଟ୍ ଦେଇଥିଲେ । ଏହା ହେଉଛି ବିଜେପିର ଅସଲ ଚେହେରା । ଏହା ଏମିତି ଏକ ଦଳ ଯିଏ ଗୁଣ୍ଡା, ଜମି ଦଖଲକାରୀ, ଠକ ଏବଂ କଳାଧନ କାରବାରୀଙ୍କୁ ଖୋଲା ହୃଦୟରେ କୋଳେଇ ନେବା ସହିତ ଦଳୀୟ ଟିକେଟ ଦେଇଥାଏ ବୋଲି ଡ. ପାତ୍ର କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami