ଭୋଟ୍ ଦେଲେ ନବୀନ , କହିଲେ ବିଜେଡ଼ିର ହେବ ବଡ଼ ବିଜୟ

Above Post Content

ଭୁବନେଶ୍ୱର: ଦେଶରେ ଚାଲିଛି ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ଏରୋଡ୍ରମ୍ ୟୁପି ସ୍କୁଲ କେନ୍ଦ୍ରରେ ଭୋଟ ଦେଇଛନ୍ତି । ଏହାପରେ ସେ ସେଲଫି ପଏଣ୍ଟରେ ଫଟୋ ଉଠାଇଥିଲେ । ମତ ସାବ୍ୟସ୍ତ ପରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଥିଲେ , ବିଜେଡ଼ିର ବଡ଼ ବିଜୟ ହେବ । ରାଜ୍ୟରେ ସ୍ଥିର ସରକାର ଗଠନ କରିବୁ । ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡ଼ିକୁ ବଡ଼ ବିଜୟ ମିଳିବ । ଏଥିସହ ଚଳିତ ନିର୍ବାନରେ ଇତିହାସ ରଚିବ ଓଡି଼ଶା । ଓଡ଼ିଶାବାସୀ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଗଠନ ହେବ ସ୍ଥିର ସରକାର । ଏହାସହ ସସସ୍ତ ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami