ଓଡ଼ିଶା ଇତିହାସରେ ଲିପିବଦ୍ଧ ରହିବ ବିଜେଡିର ନିର୍ବାଚନୀ ଇସ୍ତାହାର

Above Post Content

ଭୁବନେଶ୍ୱର : ଓଡ଼ିଶା ଇତିହାସରେ ଲିପିବଦ୍ଧ ରହିବ ବିଜେଡିର ନିର୍ବାଚନୀ ଇସ୍ତାହାର । ଆସନ୍ତା ୨୦୩୪ ସୁଦ୍ଧା ଓଡ଼ିଶା ହେବ ନମ୍ୱର-୧ ରାଜ୍ୟ । ଇସ୍ତାହାରରେ ସବୁବର୍ଗର ଲୋକଙ୍କୁ ଗୁରୁତ୍ୱ ଦେଇଛି ବିଜେଡ଼ି । ଏହା ଏକ ଐତିହାସିକ ଇସ୍ତାହାର ପତ୍ର । ଯୁବକଙ୍କ ପାଇଁ ଆସିବ ସ୍ୱତନ୍ତ୍ର ବଜେଟ୍ । ୧୦ ବର୍ଷ ପାଇଁ ୧ ଲକ୍ଷ କୋଟିର ଅଲଗା ବଜେଟ୍ ପ୍ରସ୍ତୁତ ହୋଇଛି । ପ୍ରତି ବର୍ଷ ଯୁବକଙ୍କ ପାଇଁ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନେଇ ବିଜେଡି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି ।

Middle post content

୨୦୩୪ ସୁଦ୍ଧା ଓଡ଼ିଶା ହେବ ନମ୍ୱର-୧ ରାଜ୍ୟ

After 2nd paragraph post ads

ବିଜେଡିର ନିର୍ବାଚନୀ ଇସ୍ତାହାର ଓଡ଼ିଶା ଇତିହାସରେ ଲିପିବଦ୍ଧ ରହିବ । ଓଡ଼ିଶାକୁ ଗରିବ, କ୍ଷୁଧାପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ କବଳିତ ପଛୁଆ ରାଜ୍ୟରୁ ବିଜେଡି ସରକାର ଗତ ୨୪ ବର୍ଷ ମଧ୍ୟରେ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟଭିତ୍ତିକ ରାଜ୍ୟରେ ପରିଣତ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ଆଶୀର୍ବାଦ ସହିତ ଏହି ଲୋକାଭିମୁଖୀ ଇସ୍ତାହାରରେ ଉପସ୍ଥାପିତ ଗ୍ୟାରେଣ୍ଟିଗୁଡ଼ିକ ଫାଇଭ-ଟି ଗଭର୍ଣ୍ଣାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ । ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପାଳନର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡ଼ିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ଼ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ମିଳିବ ବୋଲି ବିଜେଡି କହିଛି । ସବୁ ବର୍ଗର, ସବୁ ପଢ଼ିର, ଯୁବ, ଛାତ୍ର, ମଧ୍ୟବିତ୍ତ, କର୍ମୀଜୀବୀ ମହିଳା ଓ ପୁରୁଷଙ୍କ ପାଇଁ ବିଜେଡିର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି ବୋଲି ବିଜେଡି କହିଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami