ହାରିବା ଭୟରେ ରକ୍ତ ଚାଉଳ ଚୋବାଉଛି ବିଜେପି

Above Post Content

ଭୁବନେଶ୍ୱର: ନିର୍ବାଚନରେ ବିଜେପିର ହେବ ଶୋଚନୀୟ ପରାଜୟ । ଏହା ଜାଣି ସାରିଲାଣି ବିଜେପି । ଏଥିପାଇଁ ବିଜେପି ରାଗରେ ରକ୍ତ ଚାଉଳ ଚୋବାଉଛି । ଶୁକ୍ରବାର ବରଗଡ଼ ଜିଲ୍ଲା ସୋହେଲା ଥାନା ଅଞ୍ଚଳରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଏହା ପ୍ରମାଣିତ କରିଛି । ଏନେଇ ଭଟଲି ନିର୍ବାଚନମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ଈରାଶିଷ ଆଚାର୍ଯ୍ୟ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ର୍ପୂବରୁ ମଧ୍ୟ ଈରାଶିଷଙ୍କ ଅପରାଧିକ କାର୍ଯ୍ୟକଳାପ ବିଷୟରେ ଓଡ଼ିଶାବାସୀ ଜାଣିଛନ୍ତି ।

Middle post content

ବିଜେପ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

After 2nd paragraph post ads

ଶୁକ୍ରବାର ଏହାର ପୁନରାବୃତ୍ତି କରିଛନ୍ତି ଈରାଶିଷ । ନେଗିମୁଣ୍ଡାର ବିଜେଡି କର୍ମୀ ସାନନ୍ଦ ସାହୁଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ ଈରାଶିଷଙ୍କ ୫ ଜଣ ସମର୍ଥକ । ସାନନ୍ଦଙ୍କ ପୁଅ ସୋହେଲା ଥାନାରେ ଏତଲା ଦେବା ପରେ ପୋଲିସ ସାନନ୍ଦଙ୍କୁ ଅମ୍ବାଭୋନା ଅଞ୍ଚଳର ଏକ ଜଙ୍ଗଲରୁ ଉଦ୍ଧାର କରିଥିଲା । ଅପହରଣକାରୀମାନେ ଭଟଲିର ବିଜେପି ବିଧାୟକ ପ୍ରାର୍ଥୀ ଈରାଶିଷ ଆଚାର୍ଯ୍ୟଙ୍କ ସମର୍ଥକ ବୋଲି ସାନନ୍ଦ ସାହୁ କହିଛନ୍ତି । ଗାଁରେ ବିଜେଡି ଅଫିସ ଖୋଲିବାରୁ ତାଙ୍କୁ ଅପହରଣ କରିବା ସହିତ ମାଡ଼ ମାରି ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସାନନ୍ଦ । ସେ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି । ଏହି ଘଟଣାରେ ଈରାଶିଷ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ବିଜେଡି ଦାବି କରିଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami