କେନ୍ଦ୍ରାପଡ଼ାବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୈଜୟନ୍ତ

Above Post Content

କେନ୍ଦ୍ରପଡ଼ା : କେନ୍ଦ୍ରାପଡାରୁ ଜଣଙ୍କୁ ୧୦ ବର୍ଷ ସାଂସଦ କରି ପଠାଇଥିଲୁ । ବିଶ୍ୱାସ ଥିଲା ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କିଛି କରିବେ । ହେଲେ ସେମିତି କିଛି ହେଲାନି । ସେ କେନ୍ଦ୍ରାପଡା ପାଇଁ କାମ କରିବା ପରିବର୍ତ୍ତେ ନିଜ କମ୍ପାନି ପାଇଁ କାମ କଲେ । କେନ୍ଦ୍ରାପଡା ଓ ମୋ ସହ ବିଶ୍ୱାସଘାତକତା କଲେ । ତେଣୁ କେନ୍ଦ୍ରପଡ଼ାବାସୀଙ୍କ ସହ ବିଶ୍ୱାସଘାତକତା କରିଥିବା ନେତାଙ୍କୁ ଆଉ ବିଶ୍ୱାସ କରନ୍ତୁ ନାହିଁ । ନାଁ ନନେଇ ବୈଜୟନ୍ତଙ୍କ ଉପରେ ଏପରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରପଡ଼ାରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ ।

Middle post content

ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ଅପିଲ

After 2nd paragraph post ads

ଆଜି କେନ୍ଦ୍ରାପଡା ବାରୁଅରେ ଜୋରଦାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସଭାକୁ ସମ୍ବୋଧିତ କରି ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ପଚାରିଛନ୍ତି ନବୀନ । ଏହାସହ ଜୁଲାଇରୁ ବିଜୁଳି ବିଲ ଆସିବନି ବୋଲି କହିଛନ୍ତି ନବୀନ । ବିଜେଡି ସରକାର ବିଜୁଳି ମାଗଣା ଦେବେ । ଏହାସହ ବିରୋଧୀ ଦଳକୁ ଟାର୍ଗେଟ କରି ନବୀନ କହିଛନ୍ତି, ବିରୋଧୀ ଦଳ ମିଛ ଅପପ୍ରଚାର କରୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରିବାକୁ କେନ୍ଦ୍ରାପଡାବାସୀଙ୍କୁ ଅପିଲ କରିଛନ୍ତି ନବୀନ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami