ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର 

Above Post Content

ଭୁବନେଶ୍ୱର: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର ଭାବେ ବେଶ୍ ପରିଚିତ । ଯେତେବେଳେ ହିମନ୍ତ ମୁହଁ ଖୋଲନ୍ତି, ସେ ଆବର୍ଜନା ହିଁ କୁହନ୍ତି । ଆସାମରେ ମଧ୍ୟ କେହି ତାଙ୍କୁ ଗୁରୁତ୍ୱର ସହ ନିଅନ୍ତି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର ।

Middle post content

ଚିଟଫଣ୍ଡ କେସ୍‌ରେ ଜଡ଼ିତ ଅଛନ୍ତି ହିମନ୍ତ

After 2nd paragraph post ads

ଡ. ପାତ୍ର ଗଣମାଧ୍ୟମକୁ ଆହୁରତ କହିଛନ୍ତି ଯେ, ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ଚିଟଫଣ୍ଡ କେସ୍‌ରେ ଜଡ଼ିତ ଅଛି । ସେ ତାଙ୍କ ରାଜ୍ୟକୁ ଦେବାଳିଆ କରିସାରିଲେଣି । ତାଙ୍କର ରାଜ୍ୟର ଋଣଭାର ବହୁତ ବେଶୀ । ଅପରପକ୍ଷରେ ବିତ୍ତୀୟ ବ୍ୟବସ୍ଥା ପରିଚାଳନାରେ ଓଡ଼ିଶା ଭାରତବର୍ଷରେ ସର୍ବୋକ୍ରୃଷ୍ଟ ରାଜ୍ୟ ସୁପରିଚିତ । ଏହି ବିଷୟରେ ସେ ଓଡ଼ିଶା ଆସି ଟ୍ୟୁସନ ନେଲେ ଭଲ ହୁଅନ୍ତା । ତାଙ୍କ ରାଜ୍ୟର ଯୁବକମାନେ ରାଜରାସ୍ତାରେ ଚାକିରି ପାଇଁ ହାହାକାର କରୁଛନ୍ତି ଏବଂ ବେକାରି ସମସ୍ୟା ଅତ୍ୟନ୍ତ ଉତ୍କଟ । ସ୍ୱାସ୍ଥ୍ୟସେବା ମଧ୍ୟ ଅତ୍ୟନ୍ତ ବିପର୍ଯ୍ୟସ୍ତ ତାଙ୍କ ରାଜ୍ୟରେ । ସେ ନିଜକୁ ହାସ୍ୟାସ୍ପଦ ସ୍ଥିତିକୁ ନେଇଆସିଛନ୍ତି । ତାଙ୍କର ବକ୍ତବ୍ୟ ମଧ୍ୟ ହାସ୍ୟାସ୍ପଦ । ଆମେ ଆଶା କରୁଛୁ ଭାରତୀୟ ଜନତା ପାର୍ଟି ତାଙ୍କୁ ଓଡ଼ିଶାକୁ ଆଉ ପ୍ରଚାର ପାଇଁ ପଠାଉ, କାରଣ ତାଙ୍କର ଆସିବା ଦ୍ୱାରା ଓଡ଼ିଶା ବିଜେପି ପ୍ରାର୍ଥୀ ମାନଙ୍କର ପରାଜୟ ଆହୁରି ବିପୁଳ ବ୍ୟବଧାନରେ ହେବ ବୋଲି ସେ ସୁନିଶ୍ଚିତ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami