ଅପରାଜିତା ସୋଲାର ଲାଇଟରୁ ଖାଇଛନ୍ତି ଦୁଇ କୋଟି କମିସନ

Above Post Content

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲଗାଇଥିବା ସୋଲାର ଲାଇଟ୍‌ଗୁଡ଼ିକ କିଣି ଦୁଇକୋଟିରୁ ଉର୍ଦ୍ଧ୍ୱ ଟଙ୍କା କମିଶନ ଖାଇଛନ୍ତି । ସୋଲାର ଲାଇଟଗୁଡ଼ିକ ୨୨ହଜାର ଟଙ୍କା ବୋଲି କହୁଥିବା ବେଳେ ସେଗୁଡ଼ିକର ପ୍ରକୃତ ମୂଲ୍ୟ ମାତ୍ର ୧୦/୧୨ ହଜାର ଟଙ୍କା । ଅପରାଜିତା ପ୍ରାୟ ୫ କୋଟି ଟଙ୍କାର ସୋଲାର ଲାଇଟ୍ କିଣି ଦୁଇ କୋଟିରୁ ଅଧିକ ଟଙ୍କା କମିସନ ଖାଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଏକଦା ଅପରାଜିତାଙ୍କ ଏକାନ୍ତ ସହଯୋଗୀ ଥିବା ଦେବାଶିଷ ନାୟକ ଓରଫ୍ ବାପି ।

Middle post content

ଅପରାଜିତାଙ୍କୁ କଟାକ୍ଷ କଲେ ଦେବାଶିଷ

After 2nd paragraph post ads

ସେ ଆହୁରି କହିଛନ୍ତି ଯେ, କ୍ୟାନ୍ସରକୁ କାଟି ନ ଫିଙ୍ଗିଲେ ତାହା ମଣିଷ ଜୀବନ ନେଇଯାଏ । ସେହିପରି ଅପରାଜିତା ଷଡ଼ଙ୍ଗୀ ଆଗାମୀ ଭବିଷ୍ୟତରେ କ୍ୟାନ୍ସର ହୋଇ ଭାରତୀୟ ଜନତା ପାର୍ଟିକୁ ମୃତ୍ୟୁମୁଖକୁ ନେଇଯିବେ ବୋଲି କଟାକ୍ଷ କରିଛନ୍ତି ଦେବାଶିଷ । ଅପରାଜିତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦେବାଶିଷ । ସେପଟେ ଅଣରାଜନୈତିକ ସଙ୍ଗଠନ ‘ଅଜିତା’ କରି କେବଳ ବିଜେପିକୁ ଭାଗଭାଗ କରିନାହାନ୍ତି; ବରଂ ଅଜିତା ନାମରେ ମହିଳାମାନଙ୍କଠାରୁ ୫୦ ଟଙ୍କା ଲେଖାଁଏ ଆଦାୟ କରି ସଂସ୍ଥାକୁ ବନ୍ଦ କରି ଦେଇଛନ୍ତି । ସେହିପରି ଜାତୀୟ ରାଜପଥରେ ନିର୍ମାଣ ହେଉଥିବା ବା ହୋଇସାରିଥିବା ଫ୍ଲାଏଓଭରଗୁଡ଼ିକରେ ସାଂସଦ ପାଣ୍ଠିରୁ ଟଙ୍କାଟିଏ ବିନିଯୋଗ ନ କରି କେବଳ ନାଁ ନେବାକୁ ଜବରଦସ୍ତ ଫଳକ ମାରିଛନ୍ତି ବୋଲି ଦେବାଶିଷ କହିଛନ୍ତି । ନିଜେ ବିହାରୀ ହୋଇ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି । ଜଣେ ସାଂସଦ ହୋଇ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଓ ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ‘ବିହାରୁଣୀ ସାଂସଦ ହଟାଅ, ଭୁବନେଶ୍ୱର ବଞ୍ଚାଅ’ ନାରା ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami