କରୋନା ଓ କମଳା ପାଇଁ ମାରପିଟ ନେଇଯିବ କି ସିନ୍ ଜିଙ୍ଗ ପିଙ୍ଗଙ୍କ ଗାଦି ?

ଚୀନର ଜିରୋ କରୋନା ନୀତି ଫେଲ ମାରିଛି । କଠୋର କଟକଣା ଲାଗୁ କରିବା ପରେ ତାକୁ ପ୍ରତ୍ୟାହାର କରିନେବା ଚୀନକୁ ମହଙ୍ଗା ପଡ଼ିବା ଭଳି ଲାଗିଲାଣି । ଚୀନ୍ ସରକାର ଯେତେ ଲୁଚାଇଲେ ମଧ୍ୟ କରୋନା ସତ ଧିରେ ଧିରେ ପଦାକୁ ଆସିବାକୁ ଲାଗିଲାଣି । କୁହାଯାଉଛି ଯେ, ଚୀନରେ ଦୈନିକ ୧୦ ଲକ୍ଷ କରୋନା ସଂକ୍ରମଣ ମାମଲା ଆସୁଛି । ଆଉ ଏହି ଧାରା ଯଦି ଜାରି ରହେ ତେବେ ଅତିକମରେ ୨୭ ଲକ୍ଷ ଲୋକ ପ୍ରାଣ ହରାଇବେ ବୋଲି ଆଶଙ୍କା କରାଯାଉଛି ।

କମଳା ପାଇଁ ମାରପିଟ୍

ଚୀନରେ ଔଷଧ ମିଳୁନି ରୋଗୀଙ୍କୁ ବେଡ୍ ମିଳୁନାହିଁସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଭୟାବହ । ଗୋଟିଏ ଭିଡିଓରେ ଏକ ହସ୍ପିଟାଲ ବାହାର ଦୃଷ୍ୟ ରହିଛି । ଯେଉଁଥିରେ ସଂକ୍ରମିତଙ୍କୁ ତଳେ ଶୁଆଇ ଅକ୍ସିଜେନ୍ ଦିଆଯାଉଛି । କିନ୍ତୁ ଅକ୍ସିଜେନ୍ ପାଇପକୁ ଲୁଗା ସୁଖାଇବାକୁ ଯେପରି ରଶି ବନ୍ଧା ଯାଏ ସେହି ଭଳି ରଶିରେ ଅକ୍ସିଜେନ୍ ପାଇପକୁ ଝୁଲାଇ ରଖାଯାଇଛି ।

ଅନ୍ୟ ଏକ ଭିଡଓରେ କରୋନା ଡିଟେନସନ୍ ସେଣ୍ଟରରେ ଜଣେ ମହିଳା କବଟାକୁ ଜୋରଦାର ଧକ୍କା ମାରି ରାଷ୍ଟ୍ରପତି ସିନ୍ ଜିନ୍ ପିଙ୍ଗଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ମହିଳା ଜଣକ କହୁଛନ୍ତି ଯେ, ‘‘ତୁମେ (ସିନ୍ ଜିନ୍ ପିଙ୍ଗ୍) ମୋତେ ମିଛ କହିଥିଲ । ତୁମେ କହିଥିଲ ଯେ, କୋରୋନା ଚାଲିଗଲା । ତେବେ ମୁଁ କ’ଣ ପାଇଁ ଏଠାରେ ଅଛି’’

ସଂକ୍ରମିତଙ୍କୁ ହସ୍ପିଟାଲରେ ବେଡ୍ ଓ ବଟିକା ମିଳୁନଥିବା ବେଳେ ଲୋକ ରୋଗ ପ୍ରତିହତକାରୀ ଶକ୍ତି ପାଇଁ କମଳା ଖୋଜୁଛନ୍ତି । ଗୋଟିଏ ଭିଡିଓରେ ଏକ ଫଳଦୋକାନରେ ଲୋକ କମଳା ନେବା ପାଇଁ ନିଜ ନିଜ ମଧ୍ୟରେ ମାରପିଟ୍ ହେଉଥିବାର ଦେଖିବାକୁ ମିଳିଛି ।

ଆର୍ୟୁବେଦର ଚାହିଦା ବଢିଛି

ଏହା ଭିତରେ ଚୀନରେ ଭାରତୀୟ ଔଷଧ ଆର୍ୟୁବେଦର ଚାହିଦା ବଢିଛିଚୀନ୍ ନାଗରିକ ଆର୍ୟୁବେଦ ଔଷଧ ଖୋଜୁଥିବା ବେଳେ ଯୋଗ କରୁଥିୂବା ଦେଖିବାକୁ ମିଳିଛି । ଏପରିକି କିଛି ଜଳଯୋଗ କରୁଥିବା ଦେଖିବାକୁ ମିଳିଛି

କରୋନା ଡ଼ର ଆଗରେ ଜିନ୍ ପିଙ୍ଗ ଫିକା

ଚୀନ୍ ନାଗରିକଙ୍କୁ କରୋନା ଏତେ ଡରାଇଲାଣି ଯେ, ସେମାନେ କମ୍ୟୁନିଷ୍ଟ୍ ପାର୍ଟି ବିରୋଧରେ ଖୋଲାଖୋଲି ବିଦ୍ରୋହ ଆରମ୍ଭ କଲେଣି । ଗତ ୩୪ ବର୍ଷ ମଧ୍ୟରେ ସରକାର ବିରୋଧରେ ଲୋକଙ୍କର ଏଭଳି ଖୋଲା ବିଦ୍ରୋହ କେବେ ମଧ୍ୟ ଦେଖିବାକୁ ମିଳିନଥିଲା ଯାହା ଏବେ ଦେଖିବାକୁ ମିଳୁଛି । ଲୋକଙ୍କ ମଧ୍ୟରେ ଗୋଟିଏ ଧାରଣା ବଳବତ୍ତର ହେଲାଣି ଯେ, ଏମିତିରେ କରୋନାରେ ଯଦି ମରିବାର ଅଛି ତେବେ ସରକାରଙ୍କୁ ବିରୋଧ କରି କାହିଁକି ମରିବୁ ନାହିଁ ? ତେଣୁ ସାଧାରଣ ଲୋକ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ବିରୋଧରେ ଖୋଲାଖୋଲି ରାସ୍ତା ଉପରକୁ ଆସିଲେଣି । କୁହାଯାଉଛି ଯେ, ଜିନ୍ ପିଙ୍ଗଙ୍କ ବିରୋଧରେ ଲୋକଙ୍କୁ କରୋନା ନିର୍ଭୟ କରିଦେଇଛି । ସେମାନେ ଜିନ୍ ପିଙ୍ଗ କିମ୍ବା ତାଙ୍କ ସେନାକୁ ଭୟ କରିବା ଛାଡି ଦେଲେଣି

china corona news todaychina covid 19 today's newschina covid 19 today's news 2022china covid 2022 latest newschina covid updatechina jinping latest newsxi jinping china latest newsxi jinping china newsxi jinping china news todayxi jinping status
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami