ପେଟ୍ରୋଲିୟମ ପ୍ରଡକ୍ଟକୁ GST ପରିଧିକୁ ଆଣିଲେ ଦର କମିବ କି ?

ଶତକ ପାର କରି ସାରିଛି ପେଟ୍ରୋଲ ଓ ଡିଜେଲ । ତୈଳ ଦର ବୃଦ୍ଧି କାରଣରୁ ସାଧାରଣ ଖାଉଟି ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିରେ କୁହାଯାଉଛି ଯେ, ଯଦି ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିଧିକୁ ଅଣାଯାଏ ତେବେ ଦର କମିବ । ତେବେ ଏଭଳି ଯୁକ୍ତିରେ କେତେ ସତ୍ୟତା ରହିଛି ? ଚଳିତ ବର୍ଷ ମାର୍ଚ୍ଚ ମାସରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଅଧ୍ୟୟନରେ ଦାବି କରାଯାଇଥିଲା ଯେ, ଯଦି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରକୁ ଅଣାଯିବ ତେବେ ଦର କମିବ । ଏସବିଆଇ ଅଧ୍ୟୟନ ଅନୁସାରେ ପେଟ୍ରୋଲିୟମ ଉତ୍ପାଦ ଉପରେ ଜିଏସଟି ଲାଗୁ ହେଲେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୬୮ ଟଙ୍କା ପଡିବ ।

ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ ଜିଏସଟି ପରିଧିକୁ ପେଟ୍ରୋଲ ଓ ଡିଜେଲକୁ ଆଣିବାର ସବୁଠୁ ବଡ଼ ଲାଭ ହେଉଛି ଦେଶ ବ୍ୟାପି ଟ୍ୟାକ୍ସ ଗୋଟିଏ ରହିବ । ପରିବହନ ଖର୍ଚ୍ଚ ଆଧାରରେ ପାଇକାରୀ ମୁଲ୍ୟ ଅଲଗା ରହିବ । ତେବେ ଏତେ ମଧ୍ୟ ଅଲଗା ହେବ ନାହିଁ ଯେ, ଗୋଟିଏ ରାଜ୍ୟରେ ଦୁଇଟି ସହରରେ ଦର ମଧ୍ୟରେ ବିରାଟ ପାର୍ଥକ୍ୟ ରହିବ ।

ଉଦାହରଣ ସ୍ୱରୁପ ଯଦି ଦିଲ୍ଲୀରେ ମୋଟ କର ୧୩୭ ପ୍ରତିଶତ ଓ ଜିଏସଟି ଦର ୫୦ ପ୍ରତିଶତ ରଖାଯାଏ ତେବେ ଦର ୧୦୧.୪୫ ପଇସା ପ୍ରତି ଲିଟର ବଦଳରେ ୬୫ ଟଙ୍କା ୭୧ ପଇସା ହେବ । ସେହିଭଳି ଡିଜେଲ ଉପରେ ୫୦ ପ୍ରତିଶତ ଦରରେ ଯଦି ଜିଏସଟି ଲାଗୁ କରାଯାଏ ତେବେ ତେବେ ଦର ୮୯.୮୭ ପଇସାରୁ କମି ୬୫ଟଙ୍କା ୯୩ ପଇସା ହେବ । ଏହା ଦ୍ୱାରା ସାଧାରଣ ଲୋକ ଫାଇଦାରେ ରହିବେ । କିନ୍ତୁ ସରକାରଙ୍କ ରାଜସ୍ୱ କମିଯିବ ।

ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିଧିକୁ ଆଣିବାରେ କ’ଣ ବଡ଼ ପ୍ରତିବନ୍ଧକ ?

କୌଣସି ବସ୍ତୁ କିମ୍ବା ସେବା ଉପରେ ଜିଏସଟି ଲାଗୁ କରିବା ପୂର୍ବରୁ ଏହା ଦେଖା ଯାଏ ଯେ, ଜିଏସଟି ପୂର୍ବ ବ୍ୟବସ୍ଥାରେ ସେହି ବସ୍ତୁ ଓ ସେବା ଉପରେ କେନ୍ଦ୍ର ତଥା ରାଜ୍ୟ ସରକାର କେତେ କର ଲଗାଉଥିଲେ । ଏହାର ଉଦ୍ଦେଷ୍ୟ ହେଉଛି ଯେମିତି କେନ୍ଦ୍ର ଓ ରାଜ୍ୟ ସରକାର ତଥା ତିନି କେନ୍ଦ୍ର ଶାସିତ ଅଂଚଳ କ୍ଷତିର ସମ୍ମୁଖୀନ ନହେବେ । ଯାହାକୁ ଆରଏନଆର ବା Revenue Neutral Rate (RNR) କୁହାଯାଏ । ପେଟ୍ରୋଲିୟମ ଉତ୍ପାଦ ଉପରେ ଜିଏସଟି ଲାଗୁ ନହେବାରେ ଏହା ହେଉଛି ସବୁଠାରୁ ବଡ଼ ବାଧା ।

ଏହାକୁ ସହଜ ଭାଷାରେ ବୁଝନ୍ତୁ…

ଜୁଲାଇ ୧୬ ତାରିଖ ଦିନ ଦିଲ୍ଲୀରେ ପେଟ୍ରୋଲର ବେସ୍ ପ୍ରାଇସ୍ (ଲିଟର ପ୍ରତି) ଥିଲା ୪୧ ଟଙ୍କା । ଏହା ଉପରେ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଏକ୍ସାଇଜ୍ ଡ୍ୟୁଟି ଥିଲା ୩୨ ଟଙ୍କା ୯୦ ପଇସାରାଜ୍ୟ ସରକାରଙ୍କ ଭ୍ୟାଟ୍ ୨୩.୪୩ ପଇସା । ଅର୍ଥାତ ମୋଟ ଟ୍ୟାକ୍ସ ଥିଲା ୫୬ ଟଙ୍କା ୩୩ ପଇସା । ବେସ ପ୍ରାଇସ୍ ର ପ୍ରତିଶତ ହିସାବରେ ଦେଖାଯାଏ ତ ଏହା ପାଖାପାଖି ୧୩୭ ପ୍ରତିଶତ । ଡିଜେଲ ମାମଲା ଏହା ୧୦୭ ପ୍ରତିଶତ ।

ଏବେ RNR ହିସାବରେ ପେଟ୍ରୋଲ ଓ ଡିଜେଲ ଉପରେ GST ଦର କ୍ରମଶଃ ୧୩୭ ପ୍ରତିଶତ ଓ ୧୦୭ ପ୍ରତିଶତ ହେବା କଥା । ଏବେ ଜିଏସଟି ଅନୁସାରେ ସର୍ବାଧିକ ଦର ୨୮ ପ୍ରତିଶତ । ଏଥିରେ ଯଦି ବି ସେସ୍ ମିଳାଯାଏ ତେବେ ତାହା ହେବ ୫୦ ପ୍ରତିଶତ । ଆଉ ଗୋଟିଏ ରାସ୍ତା ହେଉଛି ବିଶେଷ କର ଲାଗୁ କରିବା କିମ୍ବା ତମଖୁ ଭଳି ବିଶେଷ ସେସ୍ ଲାଗୁ କରିବା । ତେବେ ଏଭଳି ବର୍ତ୍ତମାନ ହେବା ସମ୍ଭବ ନୁହେଁ । ଜିଏସଟି ଲାଗୁ ଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟ ରାଜସ୍ୱ ହରାଇବେ । ତେଣୁ ଜିଏସଟିକୁ ନେଇ ସହମତି ତିଆରି ହୋଇ ପାରୁନାହିଁ ।

ପେଟ୍ରୋଲ-ଡିଜେଲ ଉପରେ ଜିଏସଟି ଲାଗୁ ହେଲେ ରାଜ୍ୟଙ୍କର ଲାଭ-କ୍ଷତି କେତେ ?

SBI ଇକୋନମିକ୍ ରିସର୍ଚ୍ଚ ରିପୋର୍ଟ ଅନୁସାରେ ଯଦି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିଧି ଭିତରକୁ ଅଣାଯାଏ ତେବେ ମହାରାଷ୍ଟ୍ରକୁ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡିବ । ମହାରାଷ୍ଟ୍ରକୁ ୧୦ ହଜାର ୪୨୪ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡିବ । ରାଜସ୍ଥାନକୁ ମଧ୍ୟ ୬ ହଜାର ୩୮୮ କୋଟି ଟଙ୍କା ଓ ମଧ୍ୟପ୍ରଦେଶ ୫ ହଜାର ୪୮୯ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ । ତେବେ ଉତ୍ତର ପ୍ରଦେଶ ଭଳି ରାଜ୍ୟକୁ ଲାଭ ମିଳିବ । ଉତ୍ତର ପ୍ରଦେଶ ରାଜକୋଷକୁ ଅତିରିକ୍ତ ୨ ହଜାର ୪୧୯ କୋଟି ଟଙ୍କା, ହରିଆନାକୁ ୧ ହଜାର ୮୩୨ କୋଟି ଟଙ୍କା, ପଶ୍ଚିମବଙ୍ଗକୁ ୧ ହଜାର ୭୪୬ କୋଟି ଓ ବିହାରକୁ ୬୭୨ କୋଟିର ଲାଭ ହେବ ।

biharcentral excise dutycentral govtcessdieselfuel productsGoods and Services Taxharyanahighest taxmadhya pradeshmaharashtrapetrolpetrol and diesel under GSTpetrol cesspetroleum productsrajasthanRevenue neutral raterevenue reducedRNRSBI economic research reportSBI economistsSBI ଇକୋନମିକ୍ ରିସର୍ଚ୍ଚ ରିପୋର୍ଟstate bank of Indiastate govt VATtobacco cessuttar pradeshVAT on petrolwest bengalଆରଏନଆରଉତ୍ତର ପ୍ରଦେଶକେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଏକ୍ସାଇଜ୍ ଡ୍ୟୁଟିଜିଏସଟି ପରିଧିତମଖୁ ସେସ୍ପଶ୍ଚିମବଙ୍ଗପେଟ୍ରୋଲ ଓ ଡିଜେଲପେଟ୍ରୋଲ ଓ ଡିଜେଲକୁ ଜିଏସଟିପେଟ୍ରୋଲିୟମ ଉତ୍ପାଦବିହାରମଧ୍ୟପ୍ରଦେଶମହାରାଷ୍ଟ୍ରରାଜସ୍ଥାନରାଜ୍ୟ ସରକାରଙ୍କ ଭ୍ୟାଟ୍ସରକାରଙ୍କ ରାଜସ୍ୱ କମିଯିବସେସ୍ହରିଆନା.
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami