ପାସପୋର୍ଟ ଫଟୋରେ ହସିବା କାହିଁକି ମନା ?

ଯେତେବେଳେ ଆପଣ ପାସପୋର୍ଟ ତିଆରି କରିବାକୁ ପାସପୋର୍ଟ ଅଫିସକୁ ଯାଆନ୍ତି, ସେତେବେଳେ ସେଠାରେ ଫଟୋ ଉଠାଇବାକୁ ପଡ଼ିଥାଏ । ଫଟୋ ଉଠାଇବା ବେଳେ ସମ୍ବନ୍ଧିତ ଅଧିକାରୀ ଆପଣଙ୍କୁ କିଛି ନିର୍ଦ୍ଦେଶ ଦେଇଥାନ୍ତି । ଯେମିତି ଫଟୋ ଉଠାଇବା ବେଳେ ଚେହେରାକୁ ସାମାନ୍ୟ ରଖନ୍ତୁ ଓ ହସନ୍ତୁ ନାହିଁ । ତେବେ ଫଟୋ ଉଠାଇବା ବେଳେ ନହସିବା ପାଇଁ କାହିଁକି କୁହାଯାଇଥାଏ ? ପାସପୋର୍ଟରେ ଆପଣଙ୍କ ସ୍ମିତହାସ୍ୟ ବାଲା ଫଟୋ କ’ଣ ପାଇଁ ବ୍ୟବହାର ହୋଇନଥାଏ ? ଆସନ୍ତୁ ଜାଣିବା ଏହାର ଉତ୍ତର ।

ସମଗ୍ର ଦୁନିଆରେ ପାସପୋର୍ଟ ପାଇଁ ଫଟୋ ଉଠାଇବା ବେଳେ ଏହି କଥାକୁ କୁହାଯାଇଥାଏ । ପ୍ରାୟ ସବୁ ଦେଶରେ ଏବେ ଏହାକୁ ନେଇ ନିୟମ ମଧ୍ୟ ପ୍ରଣିତ ହୋଇଛି । ଏହାର କାରଣ ହେଉଛି ପାସପୋର୍ଟରେ ଫଟୋ ଯେମିତି ସଫା ଓ ସ୍ପଷ୍ଟ ଆସିବ । ଏଥିପାଇଁ ଆବେଦକଙ୍କୁ ନିଜ କେଶ ପଛକୁ ନେବାକୁ କୁହାଯାଏ । ନହସି ମୁହଁକୁ ସାମାନ୍ୟ ରଖିବାକୁ କୁହାଯାଏ ।

1) ଆଗରୁ କ’ଣ ଥିଲା ନିୟମ ?

କିଛି ବର୍ଷ ତଳ ପର୍ଯ୍ୟନ୍ତ ପାସପୋର୍ଟ ଆବେଦକଙ୍କୁ ଚଷମା ପିନ୍ଧିବା ଓ ହେୟାର ଷ୍ଟାଇଲରେ ଚେହେରାକୁ ହାଲୁକା ଭାବେ ଘୋଡାଇବା ପାଇଁ ଅନୁମତି ଥିଲା । କିନ୍ତୁ ଆମେରିକାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସବୁକିଛି ବଦଳି ଯାଇଥିଲା । ପାସପୋର୍ଟ ଫଟୋକୁ ନେଇ ସବୁଦେଶ କିଛି ନିୟମକୁ କଠୋର କରିଥିଲେ ।

2) ଟେକନିକ୍ ଆଣିଲା ପରିବର୍ତ୍ତନ

ଏୟାରପୋର୍ଟରେ ବ୍ୟବହୃତ ହେଉଥିବା ବାୟୋମେଟ୍ରିକ୍ ଟେକ୍ନୋଲୋଜି ପାସପୋର୍ଟ ଓ ଫଟୋକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି । କିଛି ଦେଶଙ୍କ ପାସପୋର୍ଟରେ ଚିପ୍ ବ୍ୟବହାର ହେଉଛି, ଯେଉଁଥିରେ ଆପଣଙ୍କର ସବୁ ସୂଚନା ଥାଏ ।

3) ଫଟୋ ଦିଏ ଆପଣଙ୍କ ସୂଚନା

ଫଟୋ ମଧ୍ୟ ଆପଣଙ୍କ ଚେହେରାର ଆକାରର ପୁରା ତଥ୍ୟ ଦେଇଥାଏ । ଯେମିତି ଦୁଇ ଆଖି ମଧ୍ୟରେ ଦୂରତା, ନାକ ଓ ଥୋଡି ମଧ୍ୟର ଦୂରାତ ଓ ମୁହଁର ଓସାର କେତେ ।

4) ଫଟୋର ଏଥିପାଇଁ ହସିବା ମନା

ଯଦି ଆପଣ ହସିବେ ତେବେ ଆପଣଙ୍କ ଚେହେରା ସାମାନ୍ୟ ଅବସ୍ଥାରେ ରହିବ ନାହିଁ । ଫଳେ ସଠିକ ସୂଚନା ଏକାଠି କରିବା ସହଜ ହୋଇନଥାଏ ।ପାସପୋର୍ଟ ଫଟୋ ଉଠାଇବା ପାଇଁ ଯେଉଁ ନୂଆ ଗାଇଡଲାଇନ୍ ରହିଛି ତାହା ଅନୁସାରେ ଚଷମା ପିନ୍ଧିବା, ଚେହେରା ଉପରେ ବାଳ ପଡିବା ଓ ହସିବା ମନା

5) ଫ୍ରାନ୍ସରେ ଅଦାଲତରେ ପହଂଚି ସାରିଛି ମାମଲା

ଫ୍ରାନ୍ସର ଜଣେ ନାଗରିକଙ୍କୁ ଏହି ନିୟମ ପସନ୍ଦ ଆସିନଥିଲା । ତାଙ୍କ ଯୁକ୍ତି ଥିଲା ଯେ, ପାସପୋର୍ଟରେ ହସୁଥିବା ଜଣେ ବ୍ୟକ୍ତିର ଫଟୋ, ସେହି ଦେଶର ସମୃଦ୍ଧି, ଉତ୍ସାହ ଓ ଖୁସିକୁ ପ୍ରଦର୍ଶିତ କରିଥାଏ । ଏମିତିରେ ପାସପୋର୍ଟ ଫଟୋ ଉଠାଇବା ବେଳେ ହସିବାକୁ ମନା କରିବା ଠିକ୍ ନୁହେଁ ବୋଲି ଅଭିଯୋଗ କରି ସେ ୨୦୧୪ରେ ନିଜ ଦେଶ ସରକାରଙ୍କ ବିରୋଧରେ ଅଦାଲତରେ ମାମଲା ରୁଜ୍ଜ କରିଥିଲେ । ତେବେ ଅଦାଲତ ମାମଲାକୁ ଖାରଜ କରି ଦେଇଥିଲେ । ଅଦାଲତ କହିଥିଲେ ଯେ, ମାମଲା ଯେତେବେଳେ ସୁରକ୍ଷା ସମ୍ବନ୍ଧିତ ସେତେବେଳେ ଖୁସି ପ୍ରଦର୍ଶନ କରୁଥିବା ଫଟୋ ବ୍ୟବହାର କିଛି ମାଇନା ରଖେନା ।

6) ଏମିତି ଆପଣଙ୍କୁ ଚିହ୍ନଟ କରାଯାଏ

ଯେତେବେଳେ ଆପଣ ଏୟାରପୋର୍ଟର ଇ ଗେଟ୍ ଦେଇ ପ୍ରବେଶ କରନ୍ତି ସେତେବେଳେ ଗେଟରେ ଲାଗିଥିବା କ୍ୟାମେରା ଆପଣଙ୍କୁ ଫଟୋରୁ ଆପଣଙ୍କୁ ଚିହ୍ନିଥାଏ । ଆପଣଙ୍କ ପାସପୋର୍ଟରେ ଲାଗିଥିବା ଫଟୋ ଓ ଆପଣଙ୍କ ଚେହେରାର ବାୟୋମେଟ୍ରିକ୍ ମିଶିଲେ ଆପଣଙ୍କୁ ସହଜରେ ପ୍ରବେଶ ଅନୁମତି ମିଳିଥାଏ । ଅନ୍ୟଥା ଆପଣ ଯାଂଚ ଘେର ଭିତରକୁ ଆସିଥାନ୍ତି ।

7) ପାସପୋର୍ଟ ତିଆର କରିବା ବେଳେ ଭଲ ଫଟୋ ପାଇଁ କ’ଣ କରିବେ ?

ପାସପୋର୍ଟ ଫଟୋ ଉଠାଇବା ବେଳେ କଳାରଙ୍ଗର ସାର୍ଟ୍ ପିନ୍ଧନ୍ତୁ । ମୁଣ୍ଡ ଓ କାନ୍ଧକୁ ସିଧା ସାମ୍ନାକୁ ରଖନ୍ତୁ । ମୁଣ୍ଡ ଅଧିକ ଉପରକୁ ଉଠାନ୍ତୁ ନାହିଁ ।ଆପଣଙ୍କ ବାଳ ଯେମିତି କାନ ଉପରେ ରହିବ ତାହାକୁ ଧ୍ୟାନ ଦିଅନ୍ତୁ । ଆଖି ସଫା ରହିବା ଉଚିତ । ପାସପୋର୍ଟ ଫଟୋ ଉଠାଇବାକୁ ଗଲା ପୂର୍ବରୁ ସେଲ୍ପି ନେଇ ପ୍ରାକ୍ଟିସ କରନ୍ତୁ ।

airportbiometric technologychips in passportfrance courtnew passport rules in india 2021passportpassport applicationpassport new guidelinespassport onlinepassport sevapassport seva registrationworld trade centerଆମେରିକାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟରନୂଆ ଗାଇଡଲାଇନ୍ପାସପୋର୍ଟପାସପୋର୍ଟ ଫଟୋପାସପୋର୍ଟରେ ଚିପ୍ଫ୍ରାନ୍ସର ଅଦାଲତବାୟୋମେଟ୍ରିକ୍ ଟେକ୍ନୋଲୋଜି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami