ପାକିସ୍ତାନରେ କାହିଁକି ଲୋପ ପାଇଗଲା ଏକମାତ୍ର ହିନ୍ଦୁ ରାଜନୈତିକ ଦଳ ?

ପାକିସ୍ତାନରେ ଗୋଟିଏ ସମୟରେ ହିନ୍ଦୁଙ୍କ ଗୁରତ୍ୱ ଓ ଭାଗିଦାରୀ ସାବ୍ୟସ୍ତ କରିବାକୁ ଜୋରଦାର ଢଙ୍ଗରେ ଏକ ରାଜନୈତିକ ପାର୍ଟି ଆରମ୍ଭ ହୋଇଥିଲା । ଏହି ଦଳର ଆରମ୍ଭ କରିଥିବା ବ୍ୟକ୍ତିଥିଲେ ପାକିସ୍ତାନର ଜଣେ ଶକ୍ତିଶାଳୀ ହିନ୍ଦୁ ନେତା । ସେ ମଧ୍ୟ ଗୋଟିଏ ରାଜ୍ୟର ରାଜା ଥିଲେ । କିନ୍ତୁ ଏହି ରାଜନୈତିକ ପାର୍ଟି ଯେତିକି ଜୋରଦାର ଢଙ୍ଗରେ ଆରମ୍ଭ ହୋଇଥିଲା ସେତିକି ଚୁପଚାପ ବନ୍ଦ ମଧ୍ୟ ହୋଇଯାଇଥିଲା । ଆସନ୍ତୁ ଜାଣିବା କ’ଣ ଥିଲା ସେହି ଦଳର ନାମ ଓ କାହିଁକି ସେହି ଦଳ ପାକିସ୍ତାନର ହିନ୍ଦୁଙ୍କୁ ନିଜ ପଟକୁ ଆଣି ପାରିନଥିଲା ।

1990ରେ ଆରମ୍ଭ ହୋଇଥିଲା ପାକିସ୍ତାନର ଏକମାତ୍ର ହିନ୍ଦୁ ପାର୍ଟି

1990 ମସିହାରେ ହିନ୍ଦୁଙ୍କ ସ୍ୱାର୍ଥ ରକ୍ଷା କଥା କହି ଉମରକୋଟର ହିନ୍ଦୁ ରାଜା ରାଣା ଚନ୍ଦ୍ର ସିଂହ ଗୋଟିଏ ଦଳ ହିନ୍ଦୁ ରାଷ୍ଟ୍ରୀୟ ଦଳ ଆରମ୍ଭ କରିଥିଲେ ଉମରକୋଟ୍ ଯାହା ବିଭାଜନ ପୂର୍ବରୁ ଅମରକୋଟ ଭାବେ ପରିଚିତ ଥିଲା ତାହାର ରାଜପୁତ ରାଜା ଥିଲେ ରାଜା ରାଣା ଚନ୍ଦ୍ର ସିଂହ । ଉମରକୋଟ୍ ରାଜ୍ୟ ପାକିସ୍ତାନରେ ସାମିଲ ହେବା ପୂର୍ବରୁ 22 ହଜାର କିଲୋମିଟର ଅଂଚଳରେ ବ୍ୟପ୍ତ ଥିଲା ରାଣା ଚନ୍ଦ୍ର ସିଂହ ପାକିସ୍ତାନ ରାଜନୀତିରେ ସକ୍ରୀୟ ଥିଲେ ପାକିସ୍ତାନ ଗଠନ ପରେ ସେ ମୁସଲିମ୍ ଲିଗରେ ସାମିଲ ହୋଇ ମନ୍ତ୍ରୀ ମଧ୍ୟ ହୋଇଥିଲେ । ପରେ ସେ ପାକିସ୍ତାନ ପିପୁଲ’ସ ପାର୍ଟି ଗଠନରେ ଭୂମିକା ନିର୍ବାହ କରିଥିଲେ ଉମରକୋଟରୁ ସେ 7 ଥର ପାକିସ୍ତାନ ସଂସଦକୁ ନିର୍ବାଚିତ ହୋଇଥିଲେ । ସେ ମଧ୍ୟ ପାକିସ୍ତାନ ପିପୁଲ’ସ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଘନିଷ୍ଟ ମିତ୍ର ଥିଲେ । ତେବେ ପରେ ତାଙ୍କର ପିପିପିରୁ ମୋହ ଭଙ୍ଗ ହୋଇଥିଲା ଓ 1990ରେ ସେ ହିନ୍ଦୁ ରାଷ୍ଟ୍ରୀୟ ଦଳ ଗଠନ କରିଥିଲେ.

ଦଳର ପ୍ରତୀକ କ’ଣ ଥିଲା ?

ହିନ୍ଦୁ ରାଷ୍ଟ୍ରୀୟ ଦଳର ପତାକାର ରଙ୍ଗ ଶିବାଜୀଙ୍କ ପତାକା ଭଳି ଥିଲା ଓ ସେଥିରେ ଓମ୍ ସହିତ ତ୍ରୀଶୂଳ ଚିହ୍ନ ଥିଲା ପାକିସ୍ତାନରେ ଥିବା ହିନ୍ଦୁଙ୍କ ପ୍ରତିନିଧିତ୍ୱ କରିବା ଏହି ଦଳର ଲକ୍ଷ୍ୟ ଥିଲା । କିନ୍ତୁ କେବେ ମଧ୍ୟ ଏହି ଦଳ ସେହି ଲକ୍ଷ୍ୟ ହାସଲ କରି ପାରିନଥିଲା

ଦଳ ବିଫଳ ହେବାର କାରଣ କ’ଣ ଥିଲା ?

ରାଣା ଚନ୍ଦ୍ର ସିଂହ ଦଳର ଗଠନ ତ’ କରିଥିଲେ କିନ୍ତୁ ଏହାର ଅଧିକାଂଶ ପଦାଧିକାରୀ ତାଙ୍କର ବନ୍ଧୁ ପରିଜନ ଥିଲେ ଦଳରେ ଉଚ୍ଚ ଜାତିର ବର୍ଚ୍ଚସ୍ୱ ଥିଲାଛୋଟ ଜାତିର ହିନ୍ଦୁଙ୍କର ଏଥିରେ ପ୍ରତିନିଧିତ୍ୱ ପ୍ରାୟତଃ ନଥିଲା । ତେଣୁ ସବୁ ହିନ୍ଦୁ ଏହି ଦଳ ସହିତ ଯୋଡ଼ି ହୋଇ ପାରିନଥିଲେପିପିପି ଦଳିତ ହିନ୍ଦୁଙ୍କୁ ଜାତୀୟ ଆସେମ୍ଲିକୁ ପଠାଇ ହିନ୍ଦୁ ଭୋଟ୍ ହାତେଇ ପାରିଥିଲାପାକିସ୍ତାନ ହିନ୍ଦୁ ରାଷ୍ଟ୍ରୀୟ ଦଳ କୌଣସି ନିର୍ବାଚନରେ କିଛି ମଧ୍ୟ ପ୍ରଭାବ ଦେଖାଇ ପାରିନଥିଲା ।ସବୁଠାରୁ ବଡ଼ କଥା ହେଲା ରାଜନିତୀରେ ତିଷ୍ଟି ରହିବା ପାଇଁ ଏହାର ପ୍ରତିଷ୍ଠାତା ମଧ୍ୟ ପରେ ପିପିପିରେ ସାମିଲ ହୋଇଥିଲେ । ଏବେ ପାକିସ୍ତାନର ହିନ୍ଦୁ ଦଳ କେବଳ ନାମକୁ ମାତ୍ର ଅଛି । ଏହାର କୌଣସି ରାଜନୈତିକ ଆଧାର ନାହିଁ

hindu party in pakistanhindu political party in pakistanpakistan hindu leaderpakistan hindu partypakistan hindu political leaderpakistan hindu political partypakistan political historypakistan political newspakistan political partiesrana chandra singh historyrana chandra singh pakistan
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami