ଦିପାବଳୀରେ କାହିଁକି ଖେଳାଯାଏ ଜୁଆ ? ଦେବୀ ପାର୍ବତୀ ଓ ଭଗବାନ ଶିବଙ୍କର ଜୁଆ ସହିତ ସମ୍ପର୍କ କ’ଣ ?

ଆଉ କିଛି ଦିନ ପରେ ଆସିବ ଆଲୋକର ପର୍ବ ଦିପାବଳୀ । ବାଣର ଶବ୍ଦ ଓ ମିଠାର ମଧୁରତାକୁ ସମସ୍ତଙ୍କ ଅପେକ୍ଷା । ଏହା ଭିତରେ ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମନେ ପୁରା ସପ୍ତାହ ତାସ୍ ଖେଳି ସମୟ ବିତାଇବେ ଦିପାବଳୀରେ ଜୁଆ ଖେଳିବା ଉତ୍ତର ଭାରତରେ ଏକ ପ୍ରଥା । ଧିରେ ଧିରେ ଏହା ଭାରତର ଅନ୍ୟ ଅଂଚଳରେ ମଧ୍ୟ ବ୍ୟାପିଲାଣି । ତେବେ ଦିପାବଳୀରେ ହିଁ କାହିଁକି ଜୁଆ ଖେଳ ହୋଇଥାଏ ? ଏହାର ଧର୍ମ ସହିତ ସମ୍ପର୍କ କ’ଣ ? ଆସନ୍ତୁ ଜାଣିବା ଦିପାବଳୀ,ଜୁଆ ଓ ଶିବ-ପାର୍ବତୀଙ୍କ ସମ୍ପର୍କ କ’ଣ ।

ଜୁଆ,ଦିନେ ଦେବତାଙ୍କ ଖେଳ ଥିଲା,ଏବେ ବେଆଇନ୍

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜୁଆ ଦିନେ ଦେବତାଙ୍କ ଖେଳ ଥିଲା । ଜୁଆ ମାନବ ସଭ୍ୟତାର ସବୁଠାରୁ ପୁରୁଣା ଖେଳ । ହଜାର ହଜାର ବର୍ଷ ତଳେ ଯେତେବେଳେ ଲୋକ ତାସ,ସତରଂଜ ଭଳି ଖେଳ କ’ଣ ଜାଣିନଥିଲେ ସେତେବେଳେ ଜୁଆ ଖେଳୁଥିଲେମିଶରର ପିରାମିଡଠାରୁ ବେଦ,ପୁରାଣ ଓ ମହାଭାରତରେ ଜୁଆ ଖେଳର ଉଲ୍ଲେଖ ଅଛିମହାଭାରତ ପାଇଁ ସବୁଠାରୁ ବଡଡ କାରଣ ହିଁ ଥିଲା ଜୁଆରେ ଦ୍ରୌପଦୀଙ୍କୁ ହାରିବା । ଯାହାକୁ ନେଇ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଶେଷ ଯୁଦ୍ଧ ହୋଇଥିଲା ଜୁଆ ପାଇଁ ରାଜା ନିଜ ରାଜ୍ୟର କୌଣସି ଭାଗକୁ ବାଜି ଲଗାଇ ଦେଉଥିଲେ । ଏବେ ଜୁଆର ସ୍ୱରୂପ ବଦଳି ଯାଇଛି । ଏବେ ଅନଲାଇନ୍ ଗ୍ୟାମ୍ୱଲିଂ ହେଉଛି ଜୁଆର ନୂଆ ରୂପ । ତେବେ ଦିପାବଳୀରେ ଜୁଆ ଖେଳର ପରମ୍ପରା କେବେ ଓ କେମିତି ଆରମ୍ଭ ହୋଇଥିଲା ?

ଜୁଆରେ ଦେବୀ ପାର୍ବତୀଙ୍କଠାରୁ ହାରିଥିଲେ ଭଗବାନ ଶିବ

ସ୍କନ୍ଧ ପୁରାଣ ଅନୁସାରେ ଏକଦା ଦିପାବଳୀ ରାତ୍ରୀରେ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ମଧ୍ୟରେ ଜୁଆ ଖେଳ ହେଉଥିଲାଜୁଆରେ ଭଗବାନ ଶିବ ପାର୍ବତୀଙ୍କଠାରୁ ପରାସ୍ତ ହୋଇଥିଲେ । ନିଜ ବିଜୟରେ ଗଦଗଦ ପାର୍ବତୀ ଘୋଷଣା କରିଥିଲେ ଯେ, ଯିଏ ଦିପାବଳୀ ରାତିରେ ଜୁଆ ଖେଳିବ ବର୍ଷସାରା ତା’ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିବ । ଏହି କାରଣରୁ ଦିପାବଳୀର ପରଦିନକୁ ଦ୍ୟୁତ ପ୍ରତିପଦା କୁହାଯାଏସଂସ୍କୃତରେ ଦ୍ୟୁତ ଅର୍ଥ ହେଉଛି ଜୁଆ । ତେବେ କାହାଣୀ ଏଇଠି ସରିନି । ଜୁଆରେ ହାରିବା ପରେ ଭଗବାନ ଶିବ ଅଭିମାନ କରି ଘର ଛାଡି ଦେଇଥିଲେ । ସେ ଆସି ଗଙ୍ଗା କୁଳରେ ରହିବାକୁ ଲାଗିଲେ ଦେବୀ ପାର୍ବତୀ ପରେ ବହୁତ ଖୁସାମତ କରି ଶିବଙ୍କୁ କୈଳାଶ ଫେରାଇ ନେଇଥିଲେ । କିନ୍ତୁ ଖେଳ ସରି ନଥିଲା । ଶିବ ପୁଣି ଦେବୀ ପାର୍ବତୀଙ୍କୁ ଜୁଆ ଖେଳିବାକୁ ଆମନ୍ତ୍ରଣ କରିଥିଲେ । ଏଥର ଭଗବାନଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ ଭଗବାନ ବିଷ୍ଣୁ ଓ ବ୍ରହ୍ମା । ଉଭୟଙ୍କ ସାହାଯ୍ୟରେ ପାର୍ବତୀଙ୍କୁ ପରାସ୍ତ କରିପାରିଥିଲେ ଭଗବାନ ଶିବ

ଋଗବେଦରେ ଜୁଆ

ପ୍ରାୟ ୫ ହଜାର ବର୍ଷତଳେ ଲିଖିତ ଋଗବେଦରେ ଜଣେ ଜୁଆଡିର ଉଲ୍ଲେଖ ରହିଛି । ସେହି ସମୟରେ ମଧ୍ୟ ଲୋକ ଜୁଆ ଖେଳି ସର୍ବସ୍ୱ ହରାଉଥିଲେ । ସେହିଭଳି ଜଣେ ଜୁଆଡି଼ ନିଜ ଦୁର୍ଦ୍ଦଷା କଥା ବଖାଣି କହୁଛି ଯେ, ଏହି ଜୁଆ ଅଭ୍ୟାଶ କାରଣରୁ ମୁଁ ଗରିବ ହୋଇଗଲି,ମୋତେ କେହି ଉଧାର ଦେଉ ନାହାନ୍ତି ଓ ମୋ ସୁନ୍ଦରୀ ସ୍ତ୍ରୀ ମୋତ ଛାଡି ଚାଲିଗଲା । ଏହାପର ଶ୍ଲୋକରେ ଜୁଆଡ଼ିକୁ ଜୁଆ ଖେଳ ଛାଡି ଚାଷ କରିବାକୁ ପରାମର୍ଶ ଦିଆଯାଇଛି ।

୬୪ କଳାରୁ ଗୋଟିଏ ଜୁଆ ଖେଳିବା

ଆପଣ ପ୍ରାୟତଃ ୬୪ କଳା ବାବଦରେ ଶୁଣିଥିଲେଭଗବାନ ଶ୍ରୀକୃଷ୍ଣ ୬୪ କଳାର ଅଧିକାରୀ ଥିଲେ ବୋଲି ପୁରାଣରେ ରହିଛି । ଏହି ୬୪ କଳା ମଧ୍ୟରୁ ଗୋଟିଏ ଥିଲା ଜୁଆ । ତେଣୁ ଅର୍ଜୁନଙ୍କୁ ଗୀତା ଜ୍ଞାନ ଦେବା ସମୟରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ସବୁ ଛଳ ବିଦ୍ୟାରେ ମୁଁ ଜୁଆ । ଏମିତିରେ ମହାଭାରତର ନିଅଁ ମଧ୍ୟ ଜୁଆ ଖେଳରୁ ହିଁ ପଡିଥିଲାଦୁର୍ଯ୍ୟୋଧନ ସହିତ ଜୁଆ ଖେଳ ସବୁ ହରାଇବା ପରେ ଯୁଧିଷ୍ଠିର ପତ୍ନୀ ଦ୍ରୌପଦୀଙ୍କୁ ବାଜିରେ ହାରିଥିଲେ ଦ୍ରୌପଦୀ ଅପମାନିତ ହେବା ପରେ ଦୁର୍ଯ୍ୟୋଧନ ଓ ଦୁଃଶାସନର ରକ୍ତ ଚାହିଁଥିଲେ । ଆଉ ଆରମ୍ଭ ହୋଇଥିଲା ମହାଭାରତର କାଉଣ୍ଟଡାଉନ୍

gambling in indiaindian gambling siteslegal gambling in indiamahabharat the dicingshiv parvati chausar gameshiv parvati gamethe dicing in mahabharatawhy gambling is a waste of moneywhy yudhisthira played dice game
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami