ମଣିପୁର ହିଂସାର ମଞ୍ଜି

ମଣିପୁର ହିଂସା ପଛର କାହାଣୀ, କାହିଁକି ଦୁଇ ମାସରୁ ଅଧିକ ଦିନ ହେଲା ହିଂସାର ନିଆଁରେ ଜଳୁଛି ଗୋଟିଏ ରାଜ୍ୟ ?

ମଣିପୁର ଉତ୍ତରପୂର୍ବ ଭାରତର ଏମିତି ଗୋଟିଏ ରାଜ୍ୟ ଯାହାର ହିଂସା ସହିତ ରହିଛି ବହୁତ ପୁରୁଣା ସମ୍ପର୍କଉତ୍ତରପୂର୍ବ ଭାରତର ବାକି ରାଜ୍ୟଙ୍କ ଭଳି ଏହି ରାଜ୍ୟ ମଧ୍ୟ ଆତଙ୍କବାଦ ପୀଡିତ ଚୀନ୍ ଭଳି ଦେଶର ସମର୍ଥନରେ ସେଠାରେ ଅନେକ ଆତଙ୍କବାଦୀ ସଂଗଠନ ସକ୍ରୀୟ ଅଛନ୍ତିଉତ୍ତରପୂର୍ବ ଭାରତର ବାକି ରାଜ୍ୟ ଭଳି ଏହି ରାଜ୍ୟରେ ମଧ୍ୟ ବିଭିନ୍ନ ଜନଜାତିଙ୍କ ମଧ୍ୟରେ ସମ୍ପର୍କ ବେସ ସମ୍ବେଦନଶୀଳ । ଏହି ରାଜ୍ୟଗୁଡିକରେ ଜନଜାତି ନିଜ ଅଧିକାର ସାବ୍ୟସ୍ତ ପାଇଁ ସବୁବେଳେ ସଂଘର୍ଷରତ ଥାନ୍ତି । ଅଲଗା ରାଜ୍ୟଠାରୁ ଅଲଗା ଦେଶର ଦାବି ଭାରତର ଏହି ମ୍ୟାପ୍ ପାଇଁ ନୂଆ ନୁହେଁ ମଣିପୁରରେ ମଧ୍ୟ କୁକି ଓ ମୈତାଇ ସମ୍ପ୍ରଦାୟ ମଧ୍ୟରେ ଜମି ଓ ଜଙ୍ଗଲ ପାଇଁ ଚାଲିଥିବା ବର୍ଚସ୍ୱର ଲଢେଇରୁ ଜନ୍ନ ନେଇଛି ତାଜା ହିଂସା

ମଣିପୁରରେ ଗତ ୮୩ ଦିନ ଧରି ହିଂସା ଚାଲିଥିବା ସମୟରେ ଏହାରି ଭିତରେ ଏମିତିଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବା ଦ୍ୱାରା ସାରା ବିଶ୍ୱବାସୀଙ୍କୁ ଚକିତ କରିଦେଇଛି ।ଏହି ଭିଡିଓରେ କୁକି ସମ୍ପ୍ରଦାୟର ଦୁଇ ଜଣ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ପ୍ୟାରେଡ କରାଯାଉଛି । ଏହି ଭିଡିଓ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ଏବଂ ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୁଦ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ,ନଚେତ୍ ଆମେ ନିଜେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବୁ ।

ମଣିପୁରରେ କାହିଁକି ହେଲା ହିଂସା?

ବାସ୍ତବରେ ମଣିପୁରର ରାଜଧାନୀ ଇମ୍ଫାଲ ରାଜ୍ୟର ମଝିରେ ଅବସ୍ଥିତ. ଏହା ସମଗ୍ର ରାଜ୍ୟର ୧୦%ଅଟେ ।ଯେଉଁଥିରେ ରାଜ୍ୟର ୫୭% ଲୋକ ବାସ କରନ୍ତି ।ଅବଶିଷ୍ଟ ୯୦% ଆଖପାଖ ଅଞ୍ଚଳ ପାହାଡିଆ ଅଞ୍ଚଳ ,ଯେଉଁଠାରେ ରାଜ୍ୟର ୪୩% ଲୋକ ବାସ କରନ୍ତି ଇମ୍ପାଲ ଉପତ୍ୟକା ଅଞ୍ଚଳରେ ମୈତାଇ ସମ୍ପ୍ରଦାୟର ଜନସଂଖ୍ୟା ଅଧିକ ।ଏମାନେ ମୁଖ୍ୟତଃ ହିନ୍ଦୁ ଅଟନ୍ତି ।ଅନ୍ୟପକ୍ଷରେ ପାହାଡ ଅଞ୍ଚଳରେ ୩୩ଟି ସ୍ୱିକୃତୀପ୍ରାପ୍ତ ଜନଜାତି ବାସ କରୁଛନ୍ତି । ଏମାନଙ୍କ ମଧ୍ୟରେ ନାଗା ଓ କୁକି ଜନଜାତି ପ୍ରମୁଖ । ଏହା ବ୍ୟତୀତ ମଣିପୁର ଜନସଂଖ୍ୟାର ୮-୮ ପ୍ରତିଶତ ମୁସଲମାନ ଏବଂ ସାନମାହି ସମ୍ପ୍ରଦାୟର ଅଟନ୍ତି ।

ଭାରତୀୟ ସମ୍ବିଧାନର ଧାରା ୩୭୧c ଅନୁଯାୟୀ ,ମଣିପୁରର ପାହାଡ ଜନଜାତିଙ୍କୁ ସ୍ୱତନ୍ତ୍ର ମାନ୍ୟତା ଏବଂ ସୁବିଧା ମିଳିଛି,ଯାହା ମେଟେଇ ସମ୍ପ୍ରଦାୟ ପାଇନାହିଁ ।ଜମି ସଂସ୍କାର ଅଧିନିୟମ ହେତୁ ମେଟାଇ ସମ୍ପ୍ରଦାୟ ଜମି କିଣି ପାହାଡ ଅଞ୍ଚଳରେ ବସବାସ କରିପାରିବ ନାହିଁ । ଏଥିନିମନ୍ତେ ଦୁଇ ସମ୍ପ୍ରଦାୟ ମଧ୍ୟରେ ପାର୍ଥ୍ୟକ ବୃଦ୍ଧି ହୋଇଛି.

ହିଂସାର ଆରମ୍ଭ କେବେ ହେଲା?

ବର୍ତ୍ତମାନର ଉତ୍ତେଜନା ଚପରଚାନ୍ଦପୁର ଜିଲ୍ଲା ଠାରୁ ଆରମ୍ଭ ହେଇଥିଲା ।ଏହି ଜିଲ୍ଲା ମାନଙ୍କରେ କୁକି ଆଦିବାସୀମାନେ ଅଧିକ ।ଏପ୍ରିଲ ୧୮ରେ ଆଦିବାସୀ ନେତା ଫୋରମ୍ ଚୁରଚାନ୍ଦପୁରରେ ଆଠ ଘଣ୍ଟିଆ ବନ୍ଦ ଘୋଷଣା କରିଥିଲେ ।ହଠାତ୍ ଏହି ବନ୍ଦ ହିଂସାତ୍ମକ ରୂପ ନେଇଥିଲା . ସେହିଦିନ ରାତିରେ ଦୁଷ୍କର୍ମକାରୀମାନେ ତୁଇବୋଙ୍ଗ ଅଞ୍ଚଳରେ ଜଙ୍ଗଲ ବିଭାଗ କାର୍ଯ୍ୟାଳୟରେ ନିଆଁ ଲଗେଇ ଦେଇଥିଲେ୨୭-୨୮ଏପ୍ରିଲ ହିଂସାରେ ମୁଖ୍ୟତଃ ପୋଲିସ ଓ କୁକି ଆଦିବାସୀ ମୁହାଁମୁହିଁ ହୋଇଥିଲେ ।ଏହାର ଠିକ୍ ୫ମ ଦିନରେ ଅର୍ଥାତ୍ ମେ୩ ରେ ମଣିପୁରର ସମସ୍ତ ଆଦିବାସୀ ଛାତ୍ର ସଂଗଠନ ଆଦିବାସୀ ଏକତା ମାର୍ଚ୍ଚ ବାହାର କଲା ।ଏହା ମେଟେଇ ସମ୍ପ୍ରଦାୟକୁ st ମାନ୍ୟତା ପ୍ରଦାନ ବିରୁଦ୍ଧରେ ଥିଲା । ଏଠାରୁ ପରିସ୍ଥିତି ଆହୁରି ଖରାପ ହୋଇଗଲାଆଦିବାସୀଙ୍କ ଏହି ପ୍ରଦର୍ଶନ ବିରେଧରେ ମେଟାଇ ସମ୍ପ୍ରଦାୟର ଲୋକମାନେ ଠିଆ ହୋଇଥିଲେ ।ଏବେ ଯାଏଁ ହିଂସାରେ ୧୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ସହ ୩ ହଜାରରୁ ଅଧିକ ଲୋକ ଆହାତ ହୋଇଥିବାର ସୂଚନା ମିଳିଛି ।

ହିଂସାର ୩ କାରଣ-

(୧) ମେଟେଇ ସମ୍ପ୍ରଦାୟର STସ୍ଥିତିକୁ ବିରୋଧ-ମେଟେଇ ଜନଜାତି ସଂଘ ଗତ କିଛି ବର୍ଷ ଧରି ମେଟେଇ ସମ୍ପ୍ରଦାୟ ପାଇଁ ଆଦିବାସୀ ମାନ୍ୟତା ଦାବି କରିଆସୁଛି । ଏହି ମାମଲା ମଣିପୁର ହାଇକୋର୍ଟରେ ପହଞ୍ଚିଥିଲା ।ଏହି ସୁପାରିଶରେ ମେଟେଇ ସମ୍ପ୍ରଦାୟକୁ ଜନଜାତିର ମାନ୍ୟତା ଦେବାକୁ କୁହାଯାଇଛି

(୨) ବେଆଇନ ଏନକାଉଣ୍ଟର ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ-ସଂରକ୍ଷଣ ବିବାଦ ମଧ୍ୟରେ ମଣିପୁର ସରକାରଙ୍କ ବେଆଇନ ଏନକାଉଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଁକୁ ଆୟତ୍ତ ।

(୩) କୁକି ବିଦ୍ରୋହୀ ସଂଗଠନଗୁଡିକୁ ସରକାରଙ୍କ ସହ ହୋଇଥିବା ଚୁକ୍ତି ଭାଙ୍ଗିଛନ୍ତି –ହିଂସା ମଧ୍ୟରେ କୁକି ବିଦ୍ରୋହୀ ସଂଗଠନ ମଧ୍ୟ କେନ୍ଦ୍ର ସରକାରଙ୍କ ସହ ୨୦୦୮ ଚୁକ୍ତି ଭାଙ୍ଗିଛନ୍ତି ।ପ୍ରକୃତରେ କୁକି ଜନଜାତିର ଅନେକ ସଂଗଠନ ୨୦୦୫ ପର୍ଯ୍ୟନ୍ତ ସାମରିକ ବିଦ୍ରୋହର୍ ଜଡିତ ଥିଲେ ।

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା କାହା ଉପରେ ଦୋଷ ଲଦାଯାଇଛି?

ଭାଇରାଲ ଭିଡିଓରେ ଉଲଗ୍ନ ହୋଇ ପ୍ୟାରେଡ୍ ହୋଇଥିବା ଏହି ଦୁଇ ମହିଳା କୁକି ସଂପ୍ରଦାୟର ଅଟନ୍ତି ହିଂସା ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାବେଳେ ଏହି ଭିଡିଓରେ ମଇ ୪ ବିଷୟରେ କୁହାଯାଇଛି ।ମେଟେଇ ସମ୍ପ୍ରଦାୟର ଲୋକମାନେ ମହିଳାମାନଙ୍କୁ ଉଲଗ୍ନ କରି ବୁଲାଉଥିବାର ଅଭିଯୋଗ ହୋଇଛି ।

manipur violence historymanipur violence latest newsmanipur violence latest updatemanipur violence live updatesmanipur violence newsmanipur violence news todaymanipur violence reasonmanipur violence statusmanipur violence storymanipur violence updatemanipur violence update news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami