ସାହାରନପୁରର ଗୁପ୍ତା ଭାଇ କିଏ ? ଯାହାଙ୍କ ପାଇଁ ଦକ୍ଷୀଣ ଆଫ୍ରିକା ଜଳୁଛି

ଦକ୍ଷୀଣ ଆଫ୍ରିକା ଏବେ ଜଳୁଛି । ପ୍ରାୟ ୩୦ ବର୍ଷ ପରେ ଦକ୍ଷୀଣ ଆଫ୍ରିକରେ ଭୀଷଣ ଦଙ୍ଗା ହେଉଛି । ତେବେ ଏଥର ଏହି ଦଙ୍ଗାରେ ଟାର୍ଗେଟରେ ଅଛନ୍ତି ଭାରତୀୟ । ଭାରତୀୟଙ୍କ ଦୋକାନ, ପ୍ରତିଷ୍ଠାନ ଉପରେ ଆକ୍ରମଣ ହେଉଛି । ନିଧଡକ ଭାବେ ଚାଲିଛି ଲୁଟତରାଜ ଭାରତୀୟ ନିଜ ସୁରକ୍ଷା ପାଇଁ ବନ୍ଧୁକ ସହ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ତେବେ ଏହି ପୁରା ହିଂସା ପାଇଁ ଭାରତର ତିନି ଭାଇଙ୍କୁ ଦାୟି କରାଯାଉଛି । ଏହି ତିନି ଭାଇ ୧୯୯୩ ମସିହାରେ ଉତ୍ତର ପ୍ରଦେଶର ସାହରନପୁରରୁ ଦକ୍ଷୀଣ ଆଫ୍ରିକା ଯାଇଥିଲେ । ସେଠାରେ ବ୍ୟବସାୟରେ ବ୍ୟାପକ ସଫଳତା ପାଇଥିଲେ । ଆଉ ତା’ପରେ ଦକ୍ଷୀଣ ଆଫ୍ରିକାର ରାଜନୀତିରେ ହସ୍ତକ୍ଷେପ କରିବାକୁ ଆରମ୍ଭ କରିଥିଲେ । ଏବେ ସେମାନଙ୍କ ପାଇଁ ଦେଶରେ ଆରମ୍ଭ ହୋଇଥିବା ଦଙ୍ଗାର ଶିକାର ସାଧାରଣ ଭାରତୀୟ ହେଉଛନ୍ତି । ଏହି ତିନି ଭାଇ ଦକ୍ଷୀଣ ଆଫ୍ରିକାରେ ଗୁପ୍ତା ବ୍ରଦର୍ଶ ଭାବେ ପରିଚିତ । ଆସନ୍ତୁ ଜାଣିବା ଗୁପ୍ତା ବଦର୍ଶଙ୍କ ଉତ୍ଥାନ ଓ ପତନର କାହାଣୀ ।

୨୨ ମିଲିୟନ ଡଲାର ଟର୍ଣ୍ଣ ଓଭର ଥିଲା ,ଏବେ ପଳାତକ

ଗୁପ୍ତା ବ୍ରଦର୍ସଙ୍କ କାହାଣୀ କୌଣସି ବଲିଉଡ୍ ଫିଲ୍ମର କାହାଣୀ ଭଳି । ୧୯୯୩ ମସିହାରେ ଉତ୍ତର ପ୍ରଦେଶର ସାହାରନପୁରରୁ ଅତୁଲ ଗୁପ୍ତା ନାମକ ଯୁବକ ଦକ୍ଷୀଣ ଆଫ୍ରିକାରେ ପହଂଚନ୍ତି । ସେଠାରେ ସେ ସାହାରା କମ୍ପ୍ୟୁଟର୍ସ ନାମରେ ଏକ କମ୍ପାନୀ ଖୋଲନ୍ତି । ଗୋଟିଏ ଛୋଟ କମ୍ପାନୀ ଭାବେ ଆରମ୍ଭ ହୋଇଥିବା ସାହାରା କମ୍ପ୍ୟୁଟର୍ସ ଗୁପ୍ତା ପରିବାର ପାଇଁ ମୁଳଦୁଆ ସାବ୍ୟସ୍ତ ହୋଇଥିଲା । ଏବେ ଏହି କମ୍ପାନୀରେ ୧୦ ହଜାର ଲୋକ କାମ କରୁଛନ୍ତି । ଏକ ରିପୋର୍ଟ ଅନୁସାରେ କମ୍ପାନୀର ବାର୍ଷିକ ଟର୍ଣ୍ଣଓଭର ପ୍ରାୟ ୨୨ ମିଲିୟନ ଡଲାର ।

ଦଙ୍ଗାର ଖଳନାୟକ ଗୁପ୍ତା ଭ୍ରାତା

ଅତୁଲ ଗୁପ୍ତା ଦକ୍ଷୀଣ ଆଫ୍ରିକାରେ ପହଂଚିବା ପରେ ନିଜର ବାକି ଦୁଇ ଭାଇଙ୍କୁ ସେଠାକୁ ଡକାଇଥିଲେ । ତେବେ ସମ୍ଭବତଃ ଗୁପ୍ତା ଭାଇମାନେ ମଧ୍ୟ କେବେ ଏହା ଭାବିନଥିବେ ଯେ, ଦିନେ ସେମାନେ ଦକ୍ଷୀଣ ଆଫ୍ରିକାର ସବୁଠାରୁ ଶକ୍ତିଶାଳୀ ପରିବାରରେ ପରିଣତ ହେବେ । ଏହି ତିନିଭାଇଙ୍କ ପିତା ସାହରନପୁରରେ ମୁହଁଲଗା ପାଉଡରରେ ବ୍ୟବହୃତ ସୋପେସଟୋନର ବିତରଣ କରୁଥିଲେ । ୧୯୯୩ରେ ଅତୁଲ ପ୍ରଥମେ ଦିଲ୍ଲୀ ଓ ଦିଲ୍ଲୀରୁ ଦକ୍ଷୀଣ ଆଫ୍ରିକା ଯାଇଥିଲେ । ପରେ ତାଙ୍କ ସହିତ ଭାଇମାନେ ଯୋଗ ଦେଇଥିଲେ । ଏବେ ଏହି ତିନି ଭାଇ ମିଡିଆରୁ ମାଇନିଂ ସବୁଥିରେ ସମ୍ପୃକ୍ତ ଅଛନ୍ତି । ତେବେ ବ୍ୟବସାୟ ବୃଦ୍ଧି ସହିତ ଗୁପ୍ତା ବ୍ରଦର୍ସଙ୍କ ରାଜନୈତିକ ମହତ୍ୱାକାଂକ୍ଷା ବୃଦ୍ଧି ପାଇଥିଲା । ସେମାନେ ସେଠାକାର ରାଜନୈତିକ ଗତିବିଧିରେ ହସ୍ତକ୍ଷେପ କରିବାକୁ ଲାଗିଥିଲେ ।

୨୦୧୬ ମସିହାରେ ଅତୁଲ ଗୁପ୍ତାଙ୍କ ସମ୍ପତ୍ତିର ମୁଲ୍ୟ ୭୮ କୋଟି ଡଲାର ଥିଲା । ସେହି ବର୍ଷ ସେ ଦକ୍ଷୀଣ ଆଫ୍ରିକାର ୧୬ ନମ୍ବର ଧନି ଥିଲେ । କିନ୍ତୁ ସେହି ୨୦୧୬ରୁ ହିଁ ଗୁପ୍ତା ଭାଇଙ୍କ ପତନ ପର୍ବ ଆରମ୍ଭ ହୋଇଥିଲା । ସରକାରରେ ଥିବା ଆଫ୍ରିକାନ କଂଗ୍ରେସ ସହିତ ଗୁପ୍ତା ବ୍ରଦର୍ସଙ୍କ ସମ୍ପର୍କକୁ ନେଇ ଧିରେ ଧିରେ ମିଡିଆରେ ଖବର ଆସିବାକୁ ଲାଗିଲା । ଯାହାକୁ ଅବଶ୍ୟ ଗୁପ୍ତା ପରିବାର ଖଣ୍ଡନ କରୁଥିଲା । କିନ୍ତୁ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ସହିତ ଗୁପ୍ତା ପରିବାରର ସମ୍ପର୍କକୁ ନେଇ ବେସ ଆଲୋଚନା ମଧ୍ୟ ହୋଇଥିଲା । ଜୁମାଙ୍କ ସହ ସମ୍ପର୍କର ଫାଇଦା ଉଠାଇ ଗୁପ୍ତା ପରିବାର ନିଜ ବ୍ୟବସାୟ ବଢାଉଛନ୍ତି ବୋଲି ଅଭିଯୋଗ ଜୋର ଧରିଥିଲା ।

ଦକ୍ଷୀଣ ଆଫ୍ରିକାରେ ନୂଆ ନାମ Zupta

ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ସହିତ ଗୁପ୍ତା ପରିବାରର ସମ୍ପର୍କ ଏତେ ନିବିଡ ଥିଲା ଯେ, ମିଡିଆ ଜୁମା ଓ ଗୁପ୍ତାଙ୍କୁ ଏକାକାର କରି ନୂଆ ନାଁ ଦେଇଥିଲା ଜୁପ୍ତା । ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିବା ଜୁମା ଏବେ ଜେଲରେ ଅଛନ୍ତି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ୧୫ ମାସର ସଜା ହୋଇଛି । ଏହାରି ଭିତରେ ଦେଶରେ ଆରମ୍ଭ ହୋଇଛି ଦଙ୍ଗା । ଜୁମା କ୍ଷମତାରୁ ଯିବା ପରେ ଗୁପ୍ତା ଭାଇମାନେ ଦକ୍ଷୀଣ ଆଫ୍ରିକା ଛାଡି ଦେଇ ଦୁବାଇରେ ଅଛନ୍ତି । ଏଣେ ଗୁପ୍ତା ଭାଇଙ୍କୁ ଦେଶକୁ ଫେରାଇ ଆଣିବା ସହିତ ସେମାନଙ୍କ ସମ୍ପତ୍ତି ଜବତ ପାଇଁ ଦାବି ଜୋର ଧରୁଛି । ଏହାରି ଭିତରେ ଗୁପ୍ତା ବ୍ରଦର୍ସଙ୍କ ଅନେକ କମ୍ପାନୀ ବିକ୍ରି ହୋଇ ସାରିଲାଣି । କରଜଦାତାଙ୍କ ଟଙ୍କା ଫେରସ୍ତ ପାଇଁ ଗୁପ୍ତା ପରିବାର ସମ୍ପତ୍ତି ନିଲାମି ପାଇଁ ଉଦ୍ୟମ ହେଉଛି । ଏହା ସହିତ ଗୁପ୍ତା ପରିବାର ଯେଉଁ ଟଙ୍କା ବେଆଇନ୍ ଭାବେ ଦେଶ ବାହାରକୁ ପଠାଇ ଥିଲେ ତାକୁ ଆମେରିକା ଓ ଦୁବାଇରୁ ଫେରାଇ ଆଣିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି ।

ଗୁପ୍ତା ବ୍ରଦର୍ସଙ୍କ ପୁଅ ବାହାଘରରେ ୨ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ବିବାହରେ ଦକ୍ଷୀଣ ଆଫ୍ରିକାର ନାମି ଦାମୀ ଲୋକ ଯୋଗ ଦେଇଥିଲା । ୨୦ ଏପ୍ରିଲ ୨୦୧୩ରେ ଏକ ପ୍ରାଇଭେଟ୍ ଏୟାର ବସ ଦକ୍ଷୀଣ ଆଫ୍ରିକାର ବାୟୁସେନା ବିମାନ ଘାଟିରେ ଅବତରଣ କରିଥିଲା । ଏହି ବିମାନରେ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ୨୧୭ ଜଣ ସବାର ଥିଲେ । ଜୁମାଙ୍କ ସହିତ ସମ୍ପର୍କ ପାଇଁ ଗୁପ୍ତା ପରିବାରକୁ ବିମାନ ଅବତରଣ ପାଇଁ ସହଜରେ ଅନୁମତି ମିଳିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ଗୁପ୍ତା ଭାଇଙ୍କ ପାଇଁ ନିଶାନାରେ ଭାରତୀୟ

ଜୁମାଙ୍କୁ ୧୫ ମାସର ସଜ୍ଜା ମିଳି ସାରିଛି । ତାଙ୍କ ଜେଲ ଯିବା ପରେ ଆରମ୍ଭ ହୋଇଥିବା ଦଙ୍ଗାର ଶିକାର ହୋଇଛନ୍ତି ଭାରତୀୟ ଓ ଭାରତୀୟ ବଂଶୋଦ୍ଭବ । ଦଙ୍ଗାରେ ଏପର୍ଯ୍ୟନ୍ତ ୭୨ ଜଣ ପ୍ରାଣ ହରାଇଲେଣି । ମୃତକଙ୍କ ମଧ୍ୟରେ ଭାରତୀୟ ମଧ୍ୟ ରହିଛନ୍ତି । ବାଛି ବାଛି ଭାରତୀୟଙ୍କ ଦୋକାନ ଲୁଟ୍ ହେଉଛି । ଭାରତୀୟ ସମ୍ପତ୍ତି ଉପରେ ହମଲା ହେଉଛି । ଗୋଟାଙ୍ଗ୍ ଓ ନାଟାଲ ପ୍ରଦେଶ ଦଙ୍ଗା ଦ୍ୱାରା ସର୍ବାଧିକ ପ୍ରଭାବିତ । ଡରବନରେ ଲକ୍ଷାଧିକ ଭାରତୀୟ ରହୁଛନ୍ତି । ଏହି ଭାରତୀୟଙ୍କ ଘର ଓ ସମ୍ପତ୍ତି ଲୁଟ୍ ହେଉଛି । ଏକ ହିସାବ ଅନୁସାରେ କେବଳ ଡର୍ବାନରେ ୫୦ ହଜାର ବ୍ୟବସାୟିକ ସମ୍ପତ୍ତି ଲୁଟ୍ ହୋଇଛି ।

african congressAfrican National Congressarrest of former president Jacob Zumaatul guptaatul gupta richest south african in 2016bollywood film storydurban riotsgupta bhaigupta brothers involvement in south africa politicsGupta Brothers of Saharanpurindians in south africaJacob Zumaloot shopsmilitary airbaseprivate air busprotests in Gauteng and KwaZulu-Natalriotssahara computerssaharanpursaharanpur gupta brothersSouth Africa Zuma riotssouth africas powerful familythe fall of zuptaUttar Pradesh’s Saharanpur to South AfricaZUMA AND GUPTAS — ZUPTAzuptaଅତୁଲ ଗୁପ୍ତାଆଫ୍ରିକାନ କଂଗ୍ରେସଉତ୍ତର ପ୍ରଦେଶର ସାହରନପୁରରୁ ଦକ୍ଷୀଣ ଆଫ୍ରିକାଗୁପ୍ତା ବ୍ରଦର୍ସଙ୍କ ପୁଅ ବାହାଘରଗୁପ୍ତା ଭାଇଗୋଟାଙ୍ଗ୍ ଓ ନାଟାଲ ପ୍ରଦେଶଜୁପ୍ତାଜୁମା ଏବେ ଜେଲରେଜ୍ୟାକବ ଜୁମାଡର୍ବାନଦକ୍ଷୀଣ ଆଫ୍ରିକରେ ଭୀଷଣ ଦଙ୍ଗାଦକ୍ଷୀଣ ଆଫ୍ରିକାର ୧୬ ନମ୍ବର ଧନି ଥିଲେଦକ୍ଷୀଣ ଆଫ୍ରିକାର ରାଜନୀତିରେ ହସ୍ତକ୍ଷେପଦକ୍ଷୀଣ ଆଫ୍ରିକାର ସବୁଠାରୁ ଶକ୍ତିଶାଳୀ ପରିବାରଦୁର୍ନୀତି ଅଭିଯୋଗପ୍ରାଇଭେଟ୍ ଏୟାର ବସବଲିଉଡ୍ ଫିଲ୍ମର କାହାଣୀଭାରତୀୟଙ୍କ ଦୋକାନ ଲୁଟ୍ମିଡିଆ ଜୁମା ଓ ଗୁପ୍ତାଙ୍କୁସାହାରନପୁରସାହାରନପୁରର ଗୁପ୍ତା ଭାଇସାହାରା କମ୍ପ୍ୟୁଟର୍ସ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami