ଆସାମ ଓ ମିଜୋରାମ ମଧ୍ୟରେ ସୀମାବିବାଦର ଅସଲ କାରଣ କ’ଣ ?

ସୋମବାର ଦିନ ଆସାମ ପୋଲିସର ୫ ଜଣ ଯବାନ ପ୍ରାଣ ହରାଇଛନ୍ତି । ଗତ କେଇ ଦଶକ ଧରି ଆସାମ ଓ ମିଜୋରାମ ମଧ୍ୟରେ ଚାଲିଥିବା ସୀମା ବିବାଦ କାରଣରୁ ଏହି ଯବାନଙ୍କୁ ନିଜ ଜୀବନ ହରାଇବାକୁ ପଡିଲା । ଗତ ବର୍ଷ ଅକ୍ଟୋବରରେ ମଧ୍ୟ ଦୁଇ ରାଜ୍ୟଙ୍କ ମଧ୍ୟରେ ସୀମାକୁ ନେଇ ବିବାଦ ହୋଇଥିଲା । ଗତ ବର୍ଷ ଦୁଇଥର ହୋଇଥିବା ବିବାଦ କାରଣରୁ ଦୁଇ ରାଜ୍ୟର ଜନତା ପରସ୍ପରର ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୮ ଜଣ ପ୍ରାଣ ହରାଇଥିଲେ । କୁହାଯାଉଛି ଯେ, ଦେଶର ପ୍ରଥମ ଥର ପାଇଁ ଦୁଇଟି ରାଜ୍ୟର ପୋଲିସଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଗୋଟିଏ ରାଜ୍ୟର ଏତେ ସଂଖ୍ୟକ ପୋଲିସ ପ୍ରାଣ ହରାଇଛନ୍ତି । ତେବେ ଦୁଇ ରାଜ୍ୟଙ୍କ ମଧ୍ୟରେ ଏହି ସୀମା ବିବାଦ କ’ଣ ?

ଆସାମର ଅନ୍ୟ ରାଜ୍ୟଙ୍କ ସହିତ ରହିଛି ସୀମା ବିବାଦ

ମିଜୋରାମର ସୀମା ଆସାମର ବାରକ ଘାଟି ସହିତ ଲାଗିଛି । ଦୁଇ ରାଜ୍ୟର ସୀମା ବାଂଲାଦେଶ ସହିତ ଲାଗିଛି । ଉତ୍ତର ପୂର୍ବାଂଚଳ ରାଜ୍ୟ ଗୁଡିକଙ୍କ ମଧ୍ୟରେ ଅଧିକାଂଶ ସମୟରେ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥାଏ । ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ ଭଳି ରାଜ୍ୟ ସହିତ ମଧ୍ୟ ସୀମା ବିବାଦ ରହିଛି । ଗତ ମାସରେ ମେଘାଳୟ ଓ ଆସାମ ପୁଣିଥରେ ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଥିଲେ । କରୋନା ଭାଇରସ କାରଣରୁ ଲକଡାଉନ୍ କାଳରେ ଆସାମ ଓ ମିଜୋରାମ ମଧ୍ୟରେ ସୀମାବିବାଦ ପୁଣିଥରେ ଆରମ୍ଭ ହୋଇଥିଲା ।

ଜଟିଳ ସୀମା ବିବାଦ

ଉତ୍ତର ପୂର୍ବାଂଚଳରେ ସୀମା ବିବାଦ ଅତ୍ୟନ୍ତ ଜଟିଳ । ଏହି କାରଣରୁ ଆସାମ ଓ ମିଜୋରାମ ନାଗରିକ ମୁହାଁମୁହିଁ ହୋଇଥାନ୍ତି । ଉଭୟ ରାଜ୍ୟ ପରସ୍ପର ସହିତ ୧୬୫ କିଲୋମିଟର ଲମ୍ବ ସୀମା ବାଣ୍ଟିଥାନ୍ତି । ଏହି ସୀମା ବିବାଦ ସେଇ ସମୟରୁ ରହିଛି ଯେତେବେଳେ ମିଜୋରାମ ଲୁଶାଇ ହିଲ୍ ନାମରେ ପରିଚିତ ଥିଲା । ଲୁସାଇ ହିଲ ଆସାମର ହିଁ ଏକ ଜିଲା ଥିଲା । ୧୮୭୫ ମସିହାରେ ତତ୍କାଳୀନ ବ୍ରିଟିଶ ସରକାର ଏକ ବିଜ୍ଞପ୍ତି ଜାରି କରି ଲୁସାଇ ହିଲକୁ କାଚର ପ୍ଲେସଠାରୁ ଅଲଗା କରିଥିଲେ । ଏହାପରେ ୧୯୩୩ର ବିଜ୍ଞପ୍ତି ଦ୍ୱାରା ଲୁସାଇ ହିଲ୍ ଓ ମଣିପୁର ମଧ୍ୟରେ ସୀମା ରେଖାଙ୍କିତ ହୋଇଥିଲା ।

ବିବାଦର ଅସଲ କାରଣ

ମିଜୋରାମ ବାସିନ୍ଦାଙ୍କ ଯୁକ୍ତି ଯେ, ସୀମାକୁ ୧୮୭୫ ନୋଟିଫିକେସନ ଅନୁସାରେ ରେଖାଙ୍କିତ କରିବାର ଥିଲା । ଏହି ସୀମାରେଖାକୁ ୧୮୭୩ ବେଙ୍ଗଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର ରେଗୁଲେସନ୍ ଆକ୍ଟ ଦ୍ୱାରା ତିଆରି କରାଯାଇଥିଲା । ମିଜୋ ନେତାଙ୍କ କହିବା ହେଉଛି ୧୯୩୩ର ନୋଟିଫିକେସନକୁ ଆଗରୁ ମଧ୍ୟ ବିରୋଧ କରାଯାଇଛି । ସେମାନଙ୍କ କହିବା ହେଉଛି ସୀମାରେଖା ନିର୍ଦ୍ଧାରଣ କରିବା ବେଳେ ମିଜୋ ନାଗରିକଙ୍କ ମତାମତ ନିଆ ଯାଇନଥିଲା । ଆସାମ ସରକାର ୧୯୩୩ ସୀମା ନିର୍ଦ୍ଧାରଣକୁ ମାନୁଥିବା ବେଳେ ମିଜୋ ଏହାକୁ ମାନନ୍ତି ନାହିଁ । ବିବାଦର ମୁଳରେ ରହିଛି ୧୯୩୩ର ନୋଟିଫିକେସନ୍ ବା ସୀମା ରେଖା ନିର୍ଧାରଣ ।

ଆସାମ ସହିତ ଅନେକ ରାଜ୍ୟର ସୀମା

ସ୍ୱାଧିନତା ମିଳିବା ପରେ ମଧ୍ୟ ଏହି ସୀମା ବିବାଦର କୌଣସି ସମାଧନ ମିଳି ପାରିନାହିଁ । ୧୯୮୬ ମସିହାରେ ଷ୍ଟେଟ୍ ଅଫ୍ ମିଜୋରାମ ଆକ୍ଟ ପାସ୍ ହୋଇଥିଲା । ୧୯୮୭ରେ ମିଜୋରାମ ଏକ ଅଲଗା ରାଜ୍ୟରେ ପରିଣତ ହୋଇଥିଲା । ଅନ୍ୟପକ୍ଷରେ ୧୯୫୦ରେ ଆସାମ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା । ଏହାପରେ ୧୯୬୦ରୁ ୧୯୭୦ ମଧ୍ୟରେ ଆସାମର ବିଭାଜନ ହୋଇ ଆଉ କେତୋଟି ରାଜ୍ୟ ତିଆରି ହୋଇଥିଲା । ଏହା ସହିତ ଆସାମର ସୀମା ହ୍ରାସ ପାଇଥିଲା । ମିଜୋରାମ ଲୋକଙ୍କ ଯୁକ୍ତି ହେଉଛି ଯେ, ଆସାମ ଓ ମିଜୋରାମ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ନୋ ମ୍ୟାନ୍ସ ଲ୍ୟାଣ୍ଡରେ ଯଥାସ୍ଥିତି ବଜାୟ ରଖିବା ଉଚିତ ।

ଅକ୍ଟୋବରରେ ହୋଇଥିଲା ହିଂସା

ସୋମବାରର ହିଂସା ପୂର୍ବରୁ ଅକ୍ଟୋବର ୨୦୨୦ ଓ ଫେବ୍ରୁଆରି ୨୦୧୮ରେ ମଧ୍ୟ ସୀମାକୁ ନେଇ ହିଂସା ହୋଇଥିଲା । ୨୦୧୮ରେ ହୋଇଥିବା ବିବାଦ କାଳରେ ମିଜୋରାମ ଜିରଲାଇ ପାର୍ଟି ଜଙ୍ଗଲରେ ଗଛକାଟି ଗୋଟିଏ ରେଷ୍ଟ୍ ହାଉସ ତିଆରି କରିଥିଲା । ଯାହାକୁ ଆସାମ ପୋଲିସ ଓ ବନ ବିଭାଗ ଭାଙ୍ଗି ଦେଇଥିଲେ । ରେଷ୍ଟ୍ ହାଉସ ଆସାମ ସୀମା ଭିତରେ ତିଆରି ହୋଇଛି ବୋଲି ସେତେବେଳେ ଆସାମ ପୋଲିସ ଦାବି କରିଥିଲା । ସେହି ସମୟରେ ଏମଜେଡପିର ସଦସ୍ୟ ଆସାମ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ ।

1875 demarcation୧୮୭୫ ମସିହା1933 demarcation1933 notification୧୯୩୩ର ନୋଟିଫିକେସନ୍arunachal pradeshassam governmentassam policeAssam-Mizoram border disputeattack on assam citizensbangladeshbarak valleyBEFR act 1873Bengal Eastern Frontier Regulationbritish colonialcorona virusdifferentiated Lushai Hills from the plains of CacharLushai HillsmeghalayaMizo Zirlai PawlMizoram borders Assam’s Barak ValleyMZPnagalandno mans landnorth east border disputeresthouse in assam borderstate of mizoramଅରୁଣାଚଳ ପ୍ରଦେଶଆସାମ ଓ ମିଜୋରାମଆସାମ ନାଗରିକଙ୍କ ଉପରେ ଆକ୍ରମଣଆସାମ ପୋଲିସଆସାମ ସରକାରଉତ୍ତର ପୂର୍ବାଂଚଳରେ ସୀମା ବିବାଦଦୁଇଟି ରାଜ୍ୟର ପୋଲିସନାଗାଲାଣ୍ଡନୋ ମ୍ୟାନ୍ସ ଲ୍ୟାଣ୍ଡବାରକ ଘାଟିବାଂଲାଦେଶବେଙ୍ଗଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର ରେଗୁଲେସନ୍ ଆକ୍ଟବ୍ରିଟିଶ ସରକାରମିଜୋରାମ ଜିରଲାଇ ପାର୍ଟିମେଘାଳୟଲୁଶାଇ ହିଲ୍ଷ୍ଟେଟ୍ ଅଫ୍ ମିଜୋରାମସୀମା ବିବାଦସୀମା ରେଖାଙ୍କିତ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami