ଅଚାନକ ସଂସଦ ଅଧିବେଶନ ପଛର କାରଣ କ’ଣ ? ନିର୍ବାଚନୀ ଥୋପ ନା ଗ୍ରହ-ନକ୍ଷତ୍ର ଶାନ୍ତ ପାଇଁ ଉଦ୍ୟମ ?

ଗୁରୁବାର ଅଚାନକ ଖବର ଆସେ ଯେ,ସେପ୍ଟେମ୍ବର 18 ତାରିଖରୁ 22 ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ । ଏହି ଖବର ଆସିବା ବେଳକୁ ମୁମ୍ବାଇରେ ବିରୋଧୀ ମେଣ୍ଟ ଇ.ଣ୍ଡି.ଆର 68 ନେତା ଡେରା ପକାଇ ସାରିଲେଣିହୋଟେଲ ହୟାତର ଦାମୀ କରିଡରରେ ଦେଶର ନାମିଦାମୀ ନେତାଙ୍କ ଗହଳି ଲାଗି ସାରିଲାଣି । ଏହାରି ଭିତରେ ମୋଦି ସରକାରର ଏହି ବୋମା ବିସ୍ଫୋରଣ ବିରୋଧୀ ମେଣ୍ଟ ସହିତ ପୁରା ଦେଶକୁ ଚମକାଇ ଦେଇଥିଲା । କାରଣ ହେଉଛି ନିକଟ ଅତିତରେ ଏମିତି ସ୍ୱତନ୍ତ୍ର ଅଧିବେଶନ ବସି ନାହିଁ । ତେଣୁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅଧିବେଶନ ପଛର କାରଣ ଖୋଜା ଅବଶ୍ୟ ଶିବସେନା ନିଜ ହିନ୍ଦୁତ୍ୱ ଇମେଜକୁ ଅଧିକ ତୀକ୍ଷଣ ଓ ଅସରଦାର କରିବାକୁ କହିଥିଲା,ଗଣେଷ ଉତ୍ସବ ବେଳେ ଏମିତି ସ୍ୱତନ୍ତ୍ର ଅଧିବେଶନ ହିନ୍ଦୁ ଭାବାବେଗ ସହିତ ଖେଳ । କିନ୍ତୁ କାରଣ ଖୋଜୁଥିବା ଅନୁସଂଧାନୀ କହୁଛନ୍ତି ସ୍ୱତନ୍ତ୍ର ଅଧିବେଶନ ପଛରେ ମଧ୍ୟ ରହିଛି ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରଗ୍ରହ-ନକ୍ଷତ୍ରଙ୍କ ଚଳନ ଅନୁସାରେ ଏହି 4 ଦିନ ଶୁଭ ଥିବାରୁ କାଳେ ମୋଦି ସରକାର ନୂଆ ସଂସଦର ପ୍ରଥମ ଅଧିବେଶନ ଡାକିଛନ୍ତି । ଏହା ସହିତ ଆଉ କିଛି କାରଣ ମଧ୍ୟ ଗଣା ଯାଉଛିଯେମିତି ବିରୋଧୀ ମେଣ୍ଟକୁ ନିରସ୍ତ୍ର ଓ ହତାସ କରିବାକୁ ସରକାର କାଳେ ୱାନ୍ ନେଶନ,ୱାନ୍ ଇଲେକ୍ସନ ବିଲ୍ ଆଣିବେ । ଏହି ବିଲ୍ ଦ୍ୱାରା ଗୋଟିଏ ସମୟରେ ଦେଶର ସବୁ ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନ ହେବବିରୋଧୀଙ୍କ ଅଭିଯୋଗ ଗୋଟିଏ ସମୟରେ ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନ ହେଲେ ବିଜେପିର ଇଲେକ୍ସନ୍ ମେସିନାରି ଆଗରେ ବାକି ଦଳ କିଛି କରିପାରିବେ ନାହିଁ । କାରଣ କେବଳ ପାଣ୍ଠି ନୁହେଁ ଲୋକବଳରେ ବି ବିଜେପି ଆଗରେ ଅଛି । ତେବେ ଆସନ୍ତୁ ନଜର ପକାଇବା ଗୋଟିକ ପରେ ଗୋଟିଏ ସବୁ କାରଣ ଉପରେ,ଯେଉଁଥିପାଇଂ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥାଇପାରେ।

ଶୁଭ ଦିନରେ ନୂଆ ସଂସଦର ପ୍ରଥମ ଅଧିବେଶନ !

କୁହାଯାଉଛି କି, ସ୍ବତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ଯଦିଓ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ । କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୌସୁମୀ ଅଧିବେଶନ ପୂର୍ବରୁ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ନୂଆ ଏବଂ ପୁରୁଣା ସଂସଦ ଭବନର ଫଟୋକୁ ପୋଷ୍ଟ କରିଥିଲେ । କୁହାଯାଉଥିଲା କି, ମୌସୁମୀ ଅଧିବେଶନ ପୂର୍ବରୁ ନୂତନ ସଂସଦ ଭବନରେ ଅଧିବେଶନ ବସିବ । କିନ୍ତୁ ଏହା ହୋଇନଥିଲା । ଶୁଭ ମୁହୂର୍ତ୍ତରେ ସଂସଦ ଭବନର ଉଦଘାଟନ ହୋଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଅଧିବେଶନ ବସିନାହିଁ । ଏଣୁ ଚର୍ଚ୍ଚା ହେଉଛି କି ସ୍ବତନ୍ତ୍ର ଅଧିବେଶନ ଏହି ନୂଆ ସଂସଦ ଭବନରେ ୫ଦିନ ଧରି ଚାଲିପାରେ ।

ଜି 20 ବୈଠକ ଏବଂ ଚନ୍ଦ୍ରଯାନ ମିଶନ ମଧ୍ୟରେ ସଂଯୋଗ

ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଅନୁଷ୍ଠିତ ହେବଯାହାକି ଦେଶ ପାଇଁ ବଡ଼ ଗୌରବର କଥା ଶିଖର ସମ୍ମିଳନୀରେ ଦେଶର ବିକାଶକୁ ନେଇ ଆଲୋଚନା ହୋଇପାରେ । ସେପଟେ ଭାରତର ଚନ୍ଦ୍ରଯାନ ମିଶନ ସଫଳ ହେବା ଦେଶ ପାଇଁ ଗୌରବର କଥାବିଶ୍ବର ପ୍ରଥମ ଦେଶଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏଣୁ ଏହି ସ୍ବତନ୍ତ୍ର ଅଧିବେଶନରେ ମୋଦି ସରକାର ଚନ୍ଦ୍ରଯାନ ମିଶନ ଏବଂ ଜି-୨୦ ବୈଠକ ସମ୍ପର୍କରେ ୧୮ରୁ ୨୨ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ହୋଇପାରେ ।

ଡିସେମ୍ବରରେ ନିର୍ବାଚନ?

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆାଗୁଆ ନିର୍ବାଚନ ହେବ ଏକ ଦାବି କରିଥିଲେ । ଯାହାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆଲୋଚନା କରିଥିଲେ । କିନ୍ତୁ ଏହାକୁ ବିଜେପି ନେତାମାନେ ଅସ୍ବିକାର କରିଛନ୍ତି । ଏଣୁ ସ୍ବତନ୍ତ୍ର ଅଧିବେଶନରେ ସରକାର ବିଭିନ୍ନ କିଛି ଗୁରୁତ୍ବପୂର୍ଣ୍ଣ ବିଲ ପାସ କରିପାରନ୍ତି । ଏବଂ ବିଭିନ୍ନ ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଲୋଚନା ହେଉଛି

ୟୁସିସି, ଓ୍ବାନ ନେସନ, ଓ୍ବାନ ଇଲେକ୍ସନ୍ ଭଳି ବିଲ୍ ଆାଗତ କରିପାରନ୍ତି

କିଛି ମାସ ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଯାଉଛି । ଏଣୁ ସ୍ବତନ୍ତ୍ର ଅଧିବେଶନରେ ଓ୍ବାନ ନେସନ, ଓ୍ବାନ ଇଲେକ୍ସନ୍ (ଏକ ଦେଶ-ଏକ ନିର୍ବାଚନ) ବିଲ୍ ଆଗତ କରିପାରନ୍ତି । ଯାହାର ଅର୍ଥ ହେଉଛି ବିଭିନ୍ନ ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକା ସମୟରେ ହେବୟୁସିସି ମଧ୍ୟ ଲାଗୁ କରିପାରନ୍ତି ସରକାର । ଯାହାକି ପ୍ରଥମେ ଉତ୍ତରାଖଣ୍ଡରେ ଲାଗୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରି ଲୋକଙ୍କୁ ସରପ୍ରାଇଜ୍ ଦେଇପାରନ୍ତି । ଯେପରିକି ଗ୍ୟାସ ଦର କମିଥିଲା ସେହିଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ମଧ୍ୟ ନେଇପାରନ୍ତି । ଯାହାକି ସିଧା ସଳଖ ନିର୍ବାଚନ ପୂର୍ବରୁ ଲୋକଙ୍କ ଉପରେ ପ୍ରଭାବ ପକାଇପାରେ ।

ମୁମ୍ବାଇରୁ ନଜର ହଟାଇବା ଲକ୍ଷ୍ୟ ?

ମୁମ୍ବାଇରେ ଇଣ୍ଡିଆ ପକ୍ଷରୁ ବିରୋଧୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ସେଠାରେ ବିରୋଧୀ ମୋଦି ସରକାର ବିରୋଧରେ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହା ସହିତ ପୁରା ଦେଶର ନଜର ବିରୋଧି ମେଣ୍ଟ ଉପରେ ଅଛି ଦେଶର ସବୁ ଖବର କାଗଜ,ନ୍ୟୁଜ୍ ଚ୍ୟାନେଲରେ ଏବେ କେବଳ ବିରୋଧୀ ମେଣ୍ଚ ବାବଦରେ ଖବରମିଡିଆରେ ବିରୋଧୀ ମେଣ୍ଟକୁ ମିଳୁଥିବା ପ୍ରଚାର ଉପରୁ ନଜର ହଟାଇବା ପାଇଁ ମଧ୍ୟ ଏହା ଏକ ଚାଲ ବୋଲି କୁହାଯାଉଛି । ଯେଉଁଥିରେ କିଛି ସତ୍ୟତା ଥିବା ଭଳି ଲାଗୁଛିକାରଣ ସ୍ୱତନ୍ତ୍ର ଅଧିବେଶନ ଘୋଷଣା ସହିତ କିଛି ସମୟ ପାଇଁ ହେଉ ପଛେ ପୁରା ନ୍ୟାରେଟିଭ୍ ବଦଳି ଯାଇଥିଲା । ଏବେ ବିରୋଧୀ ମୋର୍ଚ୍ଚା ସହିତ ସରକାର ବି ମିଡିଆ ଲାଇମ୍ ଲାଇଟକୁ ଆସିଯାଇଛନ୍ତି । ଏହା ମୋଦି ସରକାରଙ୍କ ମିଡିଆ ମ୍ୟାନେଜମେଣ୍ଟର ଗୋଟିଏ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି ।

government calls parliament special session agenda not declaredindia govt newsindian government news todaylatest parliament sitting 2023new parliament monsoon session 2023new parliament session 2023special session indiaspecial session of parliamentspecial session of parliament 2023special session of parliament newsspecial sitting of parliament today
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami