ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ପାଣ୍ଡିଆନ

ଭୁବନେଶ୍ୱର: ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ଆଜି ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଧିବଦ୍ଧ ଭାବେ ଦଳରେ ସ୍ୱାଗତ କରିଛନ୍ତି । ୫ଟି ସଚିବ ଭାବେ ବେଶ ଖ୍ୟାତି ଅର୍ଜନ କରିଥିବା ବେଳେ ନବୀନ ନିବାସରେ ବହୁ ବରିଷ୍ଠ ନେତା ତାଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ଉଷା ଦେବୀ, ବାସନ୍ତୀ ହେମ୍ବ୍ରମ, ମାନସ ମଙ୍ଗରାଜ, ସମୀର ଦାଶ, କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡିରେ ସାମିଲ ହେବା ପରେ ନବୀନ ନିବାସରୁ ଶଙ୍ଖ ଭବନକୁ ଯାଇଥିଲେ । ସେଠାରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ଶଙ୍ଖ ଭବନରୁ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେବେ ବୋଲି ଜଣାଯାଇଛି ।

ସୂଚନା ଥାଉକି, ଅକ୍ଟୋବର ୨୩ ତାରିଖରେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଭି.କେ. ପାଣ୍ଡିଆନ । ଅକ୍ଟୋବର ୨୪ରେ ତାଙ୍କୁ ଆମ ଓଡ଼ିଶା , ନବୀନ ଓଡ଼ିଶା ଏବଂ ୫ଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୦୦ ମସିହା ଆଇଏଏସ ଅଧିକାରୀ ଭି.କେ. ପାଣ୍ଡିଆନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ-ଜିଲ୍ଲାପାଳ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରେ ଯୋଗଦେଇଥିଲେ ଭି.କେ. ପାଣ୍ଡିଆନ ।

retired ias officer vk pandian oins bjdv k pandianv k pandian join bjd
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami