ରାଜଧାନୀରେ ପୁଣି ନବୀନ କରିବେ ବିଶାଳ ରୋଡ ଶୋ’

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପୁଣି ବିଶାଳ ରୋଡ ଶୋ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହି ଶୋକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ମଧ୍ୟ ଜାରିକରିଛି କମିସନରେଟ୍ ପୋଲିସ । ଅପରାହ୍ନ ସାଢେ ୫ଟାରୁ ରୋଡ ଶୋ ସରିବା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ମଧ୍ୟ ଓ ଏକାମ୍ର ପରେ ଉତ୍ତର ଭୁବନେଶ୍ୱରସ୍ଥିତ ରେଣ୍ଟାଲ୍ ଓମ୍‌ଫେଡ ଛକ, ପେଟ୍ରୋଲ ପମ୍ପ ଛକ, ସାଲିଆସାହି, ମେ’ଫେୟାର, ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ, ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା ମ୍ୟାକ୍ସ ଶୋ’ରୁମ ହୋଇ ପଟିଆ ଛକ ପର୍ଯ୍ୟନ୍ତ ଏହି ରୋଡ ଶୋ’ ହେବ । ଏହି ରାସ୍ତା ଦେଇ କୌଣସି ଯାନବାହନ ଯିବା ଆସିବା କରିପାରିବେ ନାହିଁ ।

ରୋଡ଼ ଶୋ’ ପାଇଁ ଜାରି ହେଲା ଟ୍ରାଫିକ କଟକଣା

ସେହିପରି ସିଆରପି ଛକଠାରୁ ରେଣ୍ଟାଲ ଓମଫେଡ ଛକ ପର୍ଯ୍ୟନ୍ତ ସାଢ଼େ ୫ଟାରୁ ରୋଡ ଶୋ ସରିବା ଯାଏଁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ । ଅନୁରୂପ ଭାବେ ସନ୍ଧ୍ୟା ସାଢ଼େ ୬ଟାରୁ ଜୟଦେବ ବିହାର ଛକ ଠାରୁ ବିଜୁ ପଟ୍ଟନାୟକ କଲେଜ ଆଡ଼କୁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ ।ସେହିଭଳି ସାଢ଼େ ୬ଟାରୁ ରୋଡ ଶୋ’ ସରିବା ପର୍ଯ୍ୟନ୍ତ ଜୟଦେବ ବିହାର ଛକ ଠାରୁ କିଟ୍ ଛକ ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହାନ ଚଳାଚଳ କରିପାରିବେ ନାହିଁ । ଏଥିସହ ଜୟଦେବ ବିହାର ଛକ ଦେଇ ଜାଭିୟର ଛକ ଆଡ଼କୁ ଆସୁଥିବା ଆମ୍ୱୁଲାନ୍ସଗୁଡ଼ିକ ଜୟଦେବ ବିହାର ଛକ ଠାରୁ ଦକ୍ଷିଣ ପାର୍ଶ୍ୱ ରାସ୍ତା ଦେଇ ଜାଭିୟର ଛକ ପର୍ଯ୍ୟନ୍ତ ଆସି ସେଠାରୁ ବାମ ପାର୍ଶ୍ୱ ସମାନ୍ତରାଳ ରାସ୍ତା ଦେଇ ଯାଇପାରିବେ । ସେପରି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଛକ ଆଡ଼କୁ ଆସୁଥିବା ଆମ୍ୱୁଲାନ୍ସଗୁଡ଼ିକ ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଡମଣା ଛକ ପର୍ଯ୍ୟନ୍ତ ଆସି ସେହିଠାରୁ ଦକ୍ଷିଣ ପାର୍ଶ୍ୱ ସମାନ୍ତରାଳ ରାସ୍ତା ଦେଇ ଯାଇପାରିବେ । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାକୁ ବନ୍ଦ କରିଦିଆଯିବ । ଉପରୋକ୍ତ ରାସ୍ତାରେ ନ ଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

cm naveen patnaiknaveen patnaiks road showtraffic restriction
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami