କ୍ରେଡିଟ୍ କାର୍ଡ୍ ଯଦି ବ୍ୟବହାର କରୁଛନ୍ତି ତେବେ ଏହି ୩ ଭୁଲ କରନ୍ତୁ ନାହିଁ, ରହିବେ ଟେନସନ୍ ଫ୍ରି

ଆଜିର ସମୟରେ ପ୍ରାୟତଃ ସମସ୍ତେ କ୍ରେଡିଟ୍ କାର୍ଡ୍ ବ୍ୟବହାର କରନ୍ତି କ୍ରେଡିଟ୍ କାର୍ଡ୍ ବ୍ୟବହାର ଦ୍ୱାରା ଆପଣଙ୍କ ସିବିଲ ସ୍କୋର ଭଲ ରହିଥାଏ । ବ୍ୟାଙ୍କ ଲୋନ୍ ଦେବା ବେଳେ ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି ବା ଋଣ ଇତିହାସ ଯାଂଚ କରିଥାନ୍ତି । ଯଦି ଆପଣଙ୍କର କୌଣସି କ୍ରେଡିଟ୍ ହଷ୍ଟ୍ରି ନଥାଏ କିମ୍ବା ଆପଣ ଋଣ ଖିଲାପକାରୀ ହୋଇଥାନ୍ତି ତେବେ ଆପଣଙ୍କୁ ସହଜରେ ଋଣ ମିଳିନଥାଏ ବା ମିଳିଲେ ମଧ୍ୟ ବ୍ୟାଙ୍କ ଆପଣଙ୍କୁ ଅଧିକ ସୁଧ ମାଗିଥାଏ । ତେଣୁ କ୍ରେଡିଟ୍ କାର୍ଡକୁ ବ୍ୟବହାର କରିବା ଯେତିକି ଭଲ ତାକୁ ସାବଧାନତାର ସହ ବ୍ୟବହାର କରିବା ଆହୁରି ଜରୁରୀ ହୋଇଥାଏ । ତେଣୁ ଆପଣଙ୍କୁ ତିନୋଟି ଜିନଶ ଉପରେ ନଜର ରଖିବାକୁ ପଡିବ ।

କ୍ରେଡିଟ୍ ଲିମିଟ୍ କ୍ରସ୍ କରନ୍ତୁ ନାହିଁ

ପ୍ରଥମତଃ କ୍ରେଡିଟ୍ କାର୍ଡର ଏକ ଲିମିଟ୍ ରହିଛି । ଏହା ସହିତ ବିଲିଂ ଡେଟ୍ ମଧ୍ୟ ରହିଥାଏ । ବିଲିଂ ଡେଟର ପ୍ରାୟ ୨୦ ଦିନ ପରେ ଟଙ୍କା ପୈଠ କରିବାକୁ ହୋଇଥାଏ । ଯଦି ଆପଣ ଅନ୍ତିମ ତାରିଖ ପୂର୍ବରୁ ଟଙ୍କା ଦେଇ ଦିଅନ୍ତି ତେବେ ଏହା ବହୁତ ଭଲ କଥା । ଯାହାକି ଆପଣଙ୍କ ସିବିଲ ସ୍କୋରରେ ପ୍ରତିଫଳିତ ହୋଇଥାଏ । ଏମିତିରେ ଆପଣଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିନଥାଏଆର୍ଥିକ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଆପଣ ନିଜ କ୍ରେଡିଟ୍ ଲିମିଟର ୩୦ ପ୍ରତିଶତ ବ୍ୟବହାର କରନ୍ତି ଓ ଠିକ୍ ସମୟରେ ଟଙ୍କା ଦିଅନ୍ତି ତେବେ ଆପଣଙ୍କ ସିବିଲ ସ୍କୋର ମଜବୁତ ରହିଥାଏ । କିନ୍ତୁ ଯଦି ଆପଣ ନିଜ କ୍ରେଡିଟ୍ ଲିମିଟର ୩୦ ପ୍ରତିଶତରୁ ଅଧିକ ବ୍ୟବହାର କରନ୍ତି ଓ ଠିକ୍ ସମୟରେ ପେମେଣ୍ଟ୍ କଲେ ମଧ୍ୟ ଆପଣଙ୍କ ସିବିଲ ସ୍କୋର ଭଲ ରହିନଥାଏ । ସିଧା ଅର୍ଥରେ କହିବାକୁ ଗଲେ କ୍ରେଡିଟ୍ କାର୍ଡର ମାସିକ ବିଲକୁ କ୍ରେଡିଟ୍ ଲିମିଟର ୩୦ ପ୍ରତିଶତ ମଧ୍ୟରେ ରଖନ୍ତୁ

କ୍ରେଡିଟ୍ କାର୍ଡ ଦ୍ୱାରା ଟଙ୍କା ଉଠାନ୍ତୁ ନାହିଁ

କ୍ରେଡିଟ୍ କାର୍ଡ୍ ଦ୍ୱାରା ଟଙ୍କା ମଧ୍ୟ ଉଠାଯାଇପାରେକିନ୍ତୁ କେବେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁକ୍ୟାସ୍ ଉଠାଇବା ଦ୍ୱାରା ଆପଣଙ୍କୁ ବିନ୍ ସୁଧ ଅବଧି ମିଳିନଥାଏ । ଏହା ସହିତ କ୍ୟାସ୍ ଉଠାଇବା ପାଇଁ ଅନେକ ଅତିରିକ୍ତ ଚାର୍ଜେସ୍ ପଡିଥାଏ । ଏଚଡିଏଫସି ବ୍ୟାଙ୍କ ୱେବସାଇଟ୍ ଅନୁସାରେ ଯେତେବେଳେ ଆପଣ କ୍ରେଡିଟ୍ କାର୍ଡରେ ଟଙ୍କା ଉଠାନ୍ତି ସେତେବେଳେ ୨.୫ରୁ ୩ ପ୍ରତିଶତ କ୍ୟାସ୍ ଆଡଭାନ୍ସ ଫି’ ମଧ୍ୟ ଜମା କରିବାକୁ ପଡିଥାଏ । ଆଡଭାନ୍ସ ଫିସ୍ ମିନିମମ ୨୫୦ ଟଙ୍କାରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ହୋଇତାଏ । ଯେଉଁଦିନ ଆପଣ କ୍ୟାସ୍ ଉଠାନ୍ତି ସେହିଦିନଠାରୁ ସୁଧ ଚାର୍ଜ୍ ଆରମ୍ଭ ହୋଇଥାଏ । ଏହା ସେପର୍ଯ୍ୟନ୍ତ ଚାଲିଥାଏ ଯେପର୍ଯ୍ୟନ୍ତ ଆପଣ ପୁରା ଟଙ୍କା ପୈଠ ନକରନ୍ତିଏହା ସହିତ ପ୍ରତିମାସରେ ୨.୫ ପ୍ରତିଶତରୁ ୩.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଜମା କରିବାକୁ ପଡିଥାଏ । ଏହା ସହିତ କ୍ରେଡିଟ୍ କାର୍ଡ୍ ଦ୍ୱାରା ଟଙ୍କା ଉଠାଇବା ଆପଣଙ୍କ କ୍ରେଡିଟ୍ ସ୍କୋରକୁ ଦୁର୍ବଳ କରିଥାଏ ।

ମିନିମମ୍ ପେମେଣ୍ଟ୍ ଜାଲରେ ପଡନ୍ତୁ ନାହିଁ

କ୍ରେଡିଟ୍ କାର୍ଡ୍ ବିଲରେ ଟୋଟାଲ ବିଲ୍ ସହିତ ମିନିମମ୍ ପେମେଣ୍ଟ୍ କଥା ଉଲ୍ଲେଖ ଥାଏଆର୍ଥିକ ବିଶେଷଜ୍ଞ ସବୁବେଳେ ପୁରା ଟଙ୍କା ଦେବାକୁ କହିଥାନ୍ତି । ଯଦି ଆପଣ ମିନିମମ୍ ପେମେଣ୍ଟ୍ କରନ୍ତି ତେବେ ଆପଣ ଇଣ୍ଟ୍ରେଷ୍ଟ ଫ୍ରି ପିରିୟଡର ଲାଭରୁ ବଂଚିତ ହୁଅନ୍ତି । ଏହା ସହିତ ଟ୍ରାଂଜାକ୍ସନ ଦିନଠାରୁ ସୁଧ ଲାଗିବା ଆରମ୍ଭ ହୋଇଥାଏ । ଏହା ସହିତ ଆପଣଙ୍କୁ ମାସିକ ୩୦ରୁ ୪୦ ପ୍ରତିଶତ ସୁଧ ଦେବାକୁ ପଡିଥାଏ ।

billing dateCIBIL scorecredit cardcredit historycredit limithdfc bankminimum paymentଏଚଡିଏଫସି ବ୍ୟାଙ୍କକ୍ରେଡିଟ୍ କାର୍ଡ୍କ୍ରେଡିଟ୍ ଲିମିଟ୍କ୍ରେଡିଟ୍ ହିଷ୍ଟ୍ରି ବା ଋଣ ଇତିହାସବିଲିଂ ଡେଟ୍ମିନିମମ୍ ପେମେଣ୍ଟ୍ସିବିଲ ସ୍କୋର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami