ଦୁନିଆକୁ ଭାରତର ଉପହାର, USB, ଅପଟିକ୍ ଫାଇବର ଭଳି 8 ଆବିଷ୍କାର

1) ଶୂନ୍ୟ

ଶୁନ ବା ଜିରୋ ହେଉଛି ଭାରତର ଦୁନିଆକୁ ସବୁଠାରୁ ବଡ ଅବଦାନ । ଶୁନ ଯଦି ଆବିଷ୍କାର ହୋଇନଥାନ୍ତା ତେବେ ଆପଣଙ୍କ କାଲକ୍ୟୁଲେଟର ମଧ୍ୟ ହିସାବ କରି ପାରିନଥାନ୍ତା । ସୁପରକମ୍ପ୍ୟୁଟର ଶୂନ୍ୟ ବିନା ଅସମ୍ଭବ କଳ୍ପନା ହୋଇଥାନ୍ତା । ସପ୍ତସ ଶତାବ୍ଦୀରେ ଭାରତୀୟ ଜ୍ୟୋର୍ତିବିଦ୍ ବ୍ରହ୍ମଗୁପ୍ତ ଏହାର ଆବିଷ୍କାର କରିଥିଲେ । ପରେ ଆରବ ଦେଇ ଏହା ୟୁରୋପରେ ପହଂଚିଥିଲା । ମଧ୍ୟଯୁଗ ପର୍ଯ୍ୟନ୍ତ ୟୁରୋପରେ ଲାଟିନ ଅକ୍ଷରକୁ ସଂଖ୍ୟା ପାଇଁ ବ୍ୟବହାର ହେଉଥିଲା । କିନ୍ତୁ ଶୂନ ୟୁରୋପରେ ପହଂଚିବା ପରେ ସଂଖ୍ୟାକୁ ଲେଖିବା ସହଜ ହୋଇଥିଲା । ଏହାଦ୍ୱାର ଅଙ୍କର ଗୁଣନ ଓ ହରଣ ସହଜ ହୋଇଥିଲା । ଶୁନକୁ ମିଶାଇବା, ଫେଡିବା, ଗୁଣନ କରିବାରେ ବ୍ୟବହାର କରାଯାଇଥାଏ । ଭାରତୀୟ ଦର୍ଶନ ଶାସ୍ତ୍ରରେ ମଧ୍ୟ ଶୁନ୍ୟର ମହତ୍ୱ ରହିଛି । ଶୂନ୍ୟ ମାନେ କିଛି ନରହିବା ଅର୍ଥାତ ନିର୍ବାଣ

2) ଯୋଗ

ଶରିର ଓ ମନକୁ ସୁସ୍ଥ ରଖିବାର ବୈଦିକ ଉପାୟ ହେଉଛି ଯୋଗ । ଏବେ ଯୋଗ ଭାରତୀୟ ସୀମା ସରହଦ ଟପି ବିଦେଶରେ ମଧ୍ୟ ଲୋକପ୍ରିୟ ହୋଇ ପାରିଛି । ଯୋଗର ଉତ୍ପତି ଭାରତରେ । ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମରେ ଯୋଗକୁ ମହତ୍ୱ ଦିଆଯାଇଛି । ସ୍ୱାମୀ ବିବେକାନନ୍ଦ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହିତ ଯୋଗର ପରିଚୟ କରାଇଥିଲେ ।

3) ସାମ୍ପୁ

ବିଶ୍ୱକୁ ଭାରତର ଆଉ ଗୋଟିଏ ଦାନ ହେଉଛି ସାମ୍ପୁ । ବଜାରରେ ବିଦେଶୀ ସାମ୍ପୁର ଗହଳି ଭିତରେ ମନେ ରଖନ୍ତୁ ଏହା ଭାରତରୁ ବାହାରକୁ ଯାଇଥିଲା । ପଂଚଦଶ ଶତାବ୍ଦୀ ବେଳକୁ ଭାରତରେ ଅଂଳା, ପ୍ରାକୃତିକ ତୈଳ ଓ ଅନ୍ୟ ଜଡିବୁଟି ବ୍ୟବହାର କରି ସାମ୍ପୁ ତିଆରି ହେଉଥିଲା । ଯାହା ହିନ୍ଦୁସ୍ତାନୀ ଭାଷାରେ (ହିନ୍ଦି ଭାଷାର ପୂର୍ବଜ) ଚମ୍ପି କୁହାଯାଉଥିଲା । ଏହି ଚମ୍ପିର ଟେକନିକ୍ ବିଦେଶରେ ପହଂଚି ସାମ୍ପୁ ହୋଇଯାଇଥିଲା । ବ୍ରିଟିଶ ଏହି ଟେକନିକକୁ ପ୍ରଥମେ ଇଂଲଣ୍ଡ ନେଇଥିଲେ । ସେଠାରୁ ଏହା ୟୁରୋପର ବାକି ଦେଶକୁ ବ୍ୟାପିଥିଲା ।

4) ବୋତାମ

ସାର୍ଟରେ ବୋତାମ ଲଗାଇବା ବେଳେ କେବେ ଭାବିଛନ୍ତି ଏହାକୁ କିଏ ତିଆରି କରିଥିଲା ? ଯଦି ଜାଣି ନାହାନ୍ତି ତେବେ ଆଜି ଜାଣି ନିଅନ୍ତୁ । ବୋତାମକୁ ଆପଣଙ୍କ ପୂର୍ବଜ ଆବିଷ୍କାର କରିଥିଲେ । ପ୍ରାୟ 5 ହଜାର ବର୍ଷ ତଳେ ସିନ୍ଧୁ ଉପତ୍ୟକା ସଭ୍ୟତାରେ ବୋତାମର ବ୍ୟବହାରର ପ୍ରମାଣ ମିଳେ । ତେବେ ତ୍ରୟୋଦଶ ଶତାବ୍ଦୀ ବେଳକୁ ଜର୍ମାନୀରେ ବ୍ୟବହାରଯୋଗ୍ୟ ବୋତାମ ତିଆରି ହୋଇଥିଲା ।

5) ଫ୍ଲସ୍ ଟଏଲେଟ୍

ଏବେ ଆପଣ ଟଏଲେଟରେ ଯେଉଁ ଫ୍ଲସ୍ ବ୍ୟବାହର କରୁଛନ୍ତି ତାହା ମଧ୍ୟ ପ୍ରଥମେ ଭାରତରେ ଆବିଷ୍କୃତ ହୋଇଥିଲା । ଆଉ ଏହାର କ୍ରେଡିଟ୍ ମଧ୍ୟ ସିନ୍ଧୁ ସଭ୍ୟତାକୁ ଯିବ5 ହଜାର ବର୍ଷ ତଳେ ସିନ୍ଧୁ ସଭ୍ୟତାର ସହର ଗୁଡିକରେ ଏଭଳି ପାଇଖାନା ଥିବାର ପ୍ରମାଣ ମିଳେ । ଯଦିଓ ଏହି ଫ୍ଲସ ଆଧୁନିକ ଫ୍ଲସ ଟଏଲଟ ଭଳି ନୁହେଁ ତଥାପି ସିନ୍ଧୁ ସଭ୍ୟତାର ସିଷ୍ଟମରେ ବ୍ୟବହାର କରାଯାଇଥିବା ଟେକନିକ୍ ଦ୍ୱାର ଜୋରରେ ଜଳ ପ୍ରବାହିତ ହୋଇ ମଳକୁ ସଫା କରୁଥିଲା ।

6) ସାପ-ଶିଢି ଖେଳ

ଆମେ ସମସ୍ତେ ପିଲାଦିନେ ଖେଳିଥିବା ସାପ ଶିଢି ଖେଳ ମଧ୍ୟ ଭାରତରୁ ଭାରତ ବାହାରକୁ ଯାଇଥିଲା । ମୋବାଇଲ ଗେମ୍ ଯୁଗରେ କାର୍ଡ୍ ବୋର୍ଡ୍ ଗେମର ଲୋକପ୍ରିୟତା ହ୍ରାସ ପାଇଥିଲେ ମଧ୍ୟ କେବେ ଏହା ସମସ୍ତଙ୍କ ପ୍ରୀୟ ଗେମ୍ ଥିଲା । ବ୍ରିଟେନରେ ଏକଦା ଲୋକପ୍ରିୟ ଥିବା ଏହି ଖେଳ ଭାରତରୁ ସେଠାକୁ ଯାଇଥିଲା । ପୁରୁଣା କାଳରେ ଏହାକୁ ମୋକ୍ଷପତ୍ତମ ବୋଲି କୁହାଯାଉଥିଲା । ଏହି ଖେଳ ଜରିଆରେ ପିଲାଙ୍କୁ ଭଲ ଓ ଖରାପର ଅର୍ଥ ବୁଝାଇ ଦିଆଯାଉଥିଲା । ଏଥିରେ ସିଢି ଥିଲା ଭଲର ପ୍ରତିକସାପ ଥିଲା ଖରାପର ପ୍ରତୀକ । ଯେତେବେଳେ ଏହା ଆରମ୍ଭ ହୋଇଥିଲା ସେତେବେଳେ ଖେଳର ଅନ୍ତ ଅର୍ଥାତ 100 ନମ୍ବରରେ ପହଂଚିବାର ଅର୍ଥ ଥିଲା ବୈକୁଣ୍ଠ ପ୍ରାପ୍ତି । ତେବେ ଉନବିଂଶ ଶତାବ୍ଦୀରେ ଯେତେବେଳେ ଏହା ୟୁରୋପରେ ପହଂଚିଲା ସେତେବେଳେ ଏହିଖେଳରୁ ନୈତିକତାକୁ ପ୍ରାୟ ହଟାଇ ଦିଆଯାଇ କେବଳ ମନୋରଂଜନ ଅଙ୍ଗକୁ ରଖା ଯାଇଥିଲା । ତଥାପି ଏବେ ମଧ୍ୟ କିଛି ଏହି ଖେଳର ପ୍ରକୃତ ଅର୍ଥକୁ ଖୋଜି ବାହାର କରନ୍ତି

7) ରେଡିଓ ବ୍ରୋଡକାଷ୍ଟିଂ

ମାର୍କୋନିଙ୍କୁ ରେଡିଓର ଜନକ କୁହାଯାଏ କିନ୍ତୁ ପ୍ରକୃତରେ ତାଙ୍କ ପୂର୍ବରୁ ରେଡିଓ ଫ୍ରିକ୍ୱେନସୀକୁ ଆବିଷ୍କାର କରିଥିଲେ । 1978 ମସିହାରେ ନୋବେଲ ବିଜେତା ବୈଜ୍ଞାନିକ ନେଭିଲ ମୋଟ୍ କହିଥିଲେ ଯେ, ବୋସ୍ ନିଜ ସମୟଠାରୁ 60 ବର୍ଷ ଆଗରେ ଥିଲେ । ମାର୍କୋନୀଙ୍କଠାରୁ ବହୁତ ଆଗରୁ ବୋସ୍ ମିଲିମିଟର ରେଂଜ୍ ମାଇକ୍ରୋୱେଭ୍ ତରଙ୍ଗର ବ୍ୟବହାର କରି ବାରୁଦକୁ ଦୂରରୁ ଜାଳି ପାରିଥିଲେ ଓ ବେଲକୁ ବଜାଇ ପାରିଥିଲେ ।

8) ଫାଇଭର ଅପଟିକ୍ସ

ଫାଇଭର ଅପଟିକ୍ସ ବିନା ଇଣ୍ଟରନେଟ୍ ଅସମ୍ଭବ ଥିଲା ଓ ଇଣ୍ଟରନେଟ୍ ବିନା ଅଲଲାଇନ୍ ସପିଂ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହାକ ଜଣେ ଭାରତୀୟ ଆବିଷ୍କାର କରିଥିଲେ । ଆଉ ତାଙ୍କ ନାମ ହେଉଛି ନରିନ୍ଦର କପାନିପଂଜାବର ନରିନ୍ଦର 1955ରୁ 1965 ମଧ୍ୟରେ ଅନେକ ଗବେଷଣା ମୁଳକ ସନ୍ଦର୍ଭ ଲେଖିଥିଲେ ଯାହା ବିଶ୍ୱର ପ୍ରଖ୍ୟାତ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା । 1960ରେ ସାଇଣ୍ଟିଫିକ୍ ଆମେରିକାନରେ ପ୍ରକାଶିତ ତାଙ୍କର ଏକ ସନ୍ଦର୍ଭରୁ ଅପଟିକ୍ସ ଫାଇଭର ନାମ ମିଳିଥିଲା ।

9) ୟୁଏସବି

ୟୁଏସବି ନଥିଲେ ଆପଣ ଡାଟା ଟ୍ରାନସଫର କରି ପାରିନଥାନ୍ତେ । ମାନେ ଆପଣ ନିଜ ବନ୍ଧୁଙ୍କୁ ଫିଲ୍ମ ଦେଇ ପାରିନଥାନ୍ତେ କି ତାଙ୍କଠାରୁ ୱେବ ସିରିଜ୍ ଆଣି ଦେଖି ପାରିନଥାନ୍ତେୟୁନିଭର୍ସାଲ ସିରିଏଲ ବସ ଅର୍ଥାତ ୟୁଏସବି ପୋର୍ଟ୍ ଆମ ଜୀବନକୁ ସହଜ କରି ଦେଇଛି । ଆଗରୁ ଯେଉଁ କାମ ପାଇଁ ସିଡି ଆବଶ୍ୟକ ଥିଲା ସେହି କାମ ଏବେ ୟୁଏସବି କରୁଛି । ସିଡି ଅପେକ୍ଷା ପୁଣି ଅଧିକ ଡାଟା ୟୁଏସବିରେ ରହି ପାରୁଛି । ପେନ୍ ଡ୍ରାଇଭ୍ ବା ୟୁଏସବିର ଆବିଷ୍କାରକ ହେଉଛନ୍ତି ଅଜୟ ଭଟ୍ଟ । 1990 ଦଶକର ଆରମ୍ଭରେ ଭଟ୍ଟଙ୍କ ଟିମ୍ ପେନ୍ ଡ୍ରାଇଭ ଉପରେ କାମ ଆରମ୍ଭ କରିଥିଲେ । 2000 ମସିହା ବେଳକୁ ଏହା ବାସ୍ତବତାର ରୂପ ନେଇଥିଲା । 2009ରେ ଭଟ୍ଟଙ୍କୁ ଇଣ୍ଟେଲ ବିଜ୍ଞାପନରେ ଦେଖିବାକୁ ମିଳିଥିଲା । 2013ରେ ତାଙ୍କୁ ଅଣ ୟୁରୋପୀୟ ଶ୍ରେଣୀରେ ୟୁରୋପିଆନ୍ ଇନଭେଣ୍ଟର ସମ୍ମାନ ମିଳିଥିଲା

ajay bhattancestorsbhatt teambosch microwavebuttonchampichampi techniquedata transferEuropean inventorfather of fiber opticsfather of fibre opticsfiber opticsindian inventionsIndian mathematician Brahmaguptainvented pen drive in Indiainvention of zeroinventions in indiamade in indiamake in indianarinder & companynarinder kapanynevill mottoptic fiberpen driveradio broadcastingradio frequencyshampooshirt buttonsindh culturesnake laddersnake ladder gameswamy vivekanandatoilet flushuniversal serial busUSByogayoga invention by Indiazeroଅଙ୍କର ଗୁଣନ ଓ ହରଣଅଜୟ ଭଟ୍ଟଅପଟିକ୍ସ ଫାଇଭରଇଣ୍ଟେଲ ବିଜ୍ଞାପନକାର୍ଡ୍ ବୋର୍ଡ୍ ଗେମକାଲକ୍ୟୁଲେଟରଚମ୍ପିଚମ୍ପିର ଟେକନିକ୍ଜିରୋଡାଟା ଟ୍ରାନସଫରନରିନ୍ଦର କପାନିନିର୍ବାଣନେଭିଲ ମୋଟ୍ନୋବେଲ ବିଜେତା ବୈଜ୍ଞାନିକପଂଜାବର ନରିନ୍ଦରପେନ୍ ଡ୍ରାଇଭ୍ଫାଇଭର ଅପଟିକ୍ସଫ୍ଲସ୍ ଟଏଲେଟ୍ବୋତାମବୋସ୍ ମିଲିମିଟର ରେଂଜ୍ ମାଇକ୍ରୋୱେଭ୍ଭଟ୍ଟଙ୍କ ଟିମ୍ଭାରତରେ ଆବିଷ୍କୃତଭାରତୀୟ ଆବିଷ୍କାରଭାରତୀୟ ଜ୍ୟୋର୍ତିବିଦ୍ ବ୍ରହ୍ମଗୁପ୍ତମାର୍କୋନିମୋକ୍ଷପତ୍ତମଯୋଗୟୁଏସବିୟୁନିଭର୍ସାଲ ସିରିଏଲ ବସୟୁରୋପରେ ଲାଟିନ ଅକ୍ଷରୟୁରୋପିଆନ୍ ଇନଭେଣ୍ଟର ସମ୍ମାନରେଡିଓ ଫ୍ରିକ୍ୱେନସୀରେଡିଓ ବ୍ରୋଡକାଷ୍ଟିଂଶୂନ୍ୟସାଇଣ୍ଟିଫିକ୍ ଆମେରିକାନସାଇନ୍ସ ଜର୍ଣ୍ଣାଲସାପ ଶିଢି ଖେଳସାମ୍ପୁସିନ୍ଧୁ ଉପତ୍ୟକା ସଭ୍ୟତାସିନ୍ଧୁ ସଭ୍ୟତାସୁପରକମ୍ପ୍ୟୁଟରସ୍ୱାମୀ ବିବେକାନନ୍ଦ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami