ବାପାବୋଉଙ୍କୁ ଘରଭଡ଼ା ଦେଇ ବଂଚାନ୍ତୁ ଆୟକର

ମାର୍ଚ୍ଚ ଆସିବାକୁ ଆଉ କେଇଦିନ ମାତ୍ର ବାକି । ଏହା ସହିତ ଆରମ୍ଭ ହୋଇଯିବ ଟ୍ୟାକ୍ସ ଭରଣ ଚିନ୍ତା କେଉଁଠି କେତେ ଦେଲେ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁଟ୍ୟାକ୍ସ ବ୍ରାକେଟ୍ ଭିତରକୁ ଆସୁଥିବା ଅନେକ ଏଭଳି ଅଙ୍କ କସନ୍ତି । ଆଜି ଆମେ ଆପଣଙ୍କୁ ଏଭଳି ୭ ଖର୍ଚ୍ଚ ବାବଦରେ କହିବୁ ଯାହା ଉପରେ ଆପଣ ଟ୍ୟାକ୍ସ ବଂଚାଇ ପାରିବେ

ପ୍ରି ନର୍ସରୀ ଫିସ୍ ଉପରେ ଡିଡକ୍ସନ

ଯଦି ଆପଣଙ୍କ ପିଲା ପ୍ଲେ ଗ୍ରୁପ୍,ପ୍ରି ନର୍ସରୀ କିମ୍ବା ନର୍ସରୀରେ ପଢୁଥାଏ ତେବେ ଆପଣ ଫିସ୍ ଉପରେ ଡିଡକ୍ସନ କ୍ଲେମ୍ କରିପାରିବେ । ଏହା 2015 ମସିହାରୁ ଆରମ୍ଭ ହୋଇଥିଲା । ଖୁବ କମ ଲୋକ ଏବାବଦରେ ଜାଣନ୍ତି ଓ କ୍ଲେମ୍ କରନ୍ତି ଧାରା 80 ସି ଅନ୍ତର୍ଗତରେ ଆପଣ ଦୁଇଟି ପିଲାଙ୍କ ପାଇଁ ଡିଡକ୍ସନ୍ କ୍ଲେମ୍ କରି ପାରିବେ ।

ଷ୍ଟାମ୍ପ ଡ୍ୟୁଟି ଉପରେ କର ଛାଡ

ଘର କିଣିବା ବେଳେ ଆପଣ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି’ ଉପରେ ଡିଡକ୍ସନ୍ କ୍ଲେମ୍ କରିପାରିବେ । ଧାରା 80 ସି ଅନ୍ତର୍ଗତରେ ଏହି ରିହାତି ନିଆ ଯାଇପାରିବ । ଯାହାର ସର୍ବାଧିକ ସୀମା ହେଉଛି 1.50 ଲକ୍ଷ ଟଙ୍କା । ଯେଉଁ ଆର୍ଥିକ ବର୍ଷର ଆପଣ ଘର କିଣିଥିବେ ସେହି ବର୍ଷ ହିଁ ଆପଣ ଷ୍ଟାମ୍ପ୍ ଡ୍ୟୁଟି୍ ଛାଡ କ୍ଲେମ୍ କରିପାରିବେ ତା’ ପର ଆର୍ଥିକ ବର୍ଷରେ କ୍ଲେମ୍ କଲେ ମିଳିବ ନାହିଁ

ଅଭିଭାବକଙ୍କୁ ଦେଉଥିବା ସୁଧ ଉପରେ ଛାଡ

ଘର କିଣିବା ପାଇଁ ଆପଣ ନିଜ ଅଭିଭାବକଙ୍କଠାରୁ ଲୋନ୍ ନେଇ ପାରିବେସେହି ଲୋନ୍ ପାଇଁ ଆପଣ ଦେଉଥିବା ସୁଧ ଉପରେ କୌଣସି ଟ୍ୟାକ୍ସ ଲାଗୁ ହୁଏନା । ଯଦି ଆପଣଙ୍କ ମାତାପିତା କମ ଟ୍ୟାକ୍ସ ସ୍ଲାବରୁ ଆସୁଥାନ୍ତି ତେବେ ଲାଭ ଅଧିକ ହେବ ଧାରା 24 ସି’ ଅନ୍ତର୍ଗତରେ ଏହି ଛାଡ କ୍ଲେମ୍ କରା ଯାଇପାରିବ । ଯାହାର ସର୍ବାଧିକ ସୀମା ହେଉଛି 2 ଲକ୍ଷ ଟଙ୍କା । ତେବେ ଏଥିପାଇଁ ଆପଣଙ୍କୁ ଲୋନ୍ ଉପରେ ସୁଧ ଦେଉଥିବା ଆଟେଷ୍ଟେଡ୍ ପ୍ରମାଣପତ୍ର ଯୋଗାଡ କରିବାକୁ ପଡିବ ।

ଅଭିଭାବକଙ୍କୁ ଦିଅନ୍ତୁ ଘର ଭଡା

ଯଦି ଆପଣ ନିଜ ଅଭିଭାବକଙ୍କ ଘରେ ରହୁଛନ୍ତି ତେବେ ତାଙ୍କୁ ମଧ୍ୟ ଆପଣ ଭଡା ଦେଇ ପାରିବେ ସେଇ ଭଡା ଉପରେ କର ଛାଡ କ୍ଲେମ୍ କରିପାରିବେ । ଅନ୍ୟପକ୍ଷରେ ଆପଣଙ୍କ ଅଭିଭାବକ ଷ୍ଟାଣ୍ଡାର୍ଡ ଡିଡକ୍ସନ ଓ ମ୍ୟୁନିସିପାଲ ଟ୍ୟାକ୍ସ ଉପରେ ଡିଡକ୍ସନ୍ କ୍ଲେମ୍ କରି ପାରିବେ । ଏଭଳି କରିବା ଦ୍ୱାରା ପୁରା ପରିବାର ସଂଚୟ କରି ପାରିବଆୟକର ଧାରା 10(13ଏ) ରେ ଏହି ପ୍ରାବଧାନ ରହିଛି । ତେବେ ଧ୍ୟାନ ରଖନ୍ତୁ ଯେ, HRA କିମ୍ବା ଦରମାର 10 ପ୍ରତିଶତରୁ ଅଧିକ ଘରଭଡା କିମ୍ବା ବେସିକ୍ ଦରମାର 50 ପ୍ରତିଶତ,ଏହାମଧ୍ୟରୁ ଯାହା କମ ହେବ,ସେତିକି ହିଁ ଡିଡକ୍ସନ୍ ଆପଣଙ୍କୁ ମିଳିବ । ଏହାସହ ଆପଣଙ୍କୁ ଘର ଭଡା ଏଗ୍ରିମେଣ୍ଟ ମଧ୍ୟ କରିବାକୁ ପଡିବ

ଗ୍ରୁପ୍ ହେଲ୍ଥ ଇନସ୍ୟୁରାନ୍ସ କଭର ଉପରେ କର ଛାଡ

ଗ୍ରୁପ୍ ହେଲ୍ଥ ଇନସ୍ୟୁରାନ୍ସ କଭର ପାଇଁ ଦେଇଥିବା ପ୍ରିମିୟମ ଉପରେ ମଧ୍ୟ ଆପଣ କରଛାଡ କ୍ଲେମ୍ କରିପାରିବେ । ଯଦି ନିଯୁକ୍ତିଦାତ୍ତା ଆପଣଙ୍କ ପରିବାର ପାଇଁ ଗ୍ରୁପ୍ ହେଲ୍ଥ କଭର ଦେଇଛନ୍ତି ଓ ଆପଣ ତାରା ପ୍ରିମିୟମ ଦେଉଛନ୍ତି ତେବେ ଆପଣ ସ୍ୱାଧିନ ଓ ରିଟେଲ୍ ହେଲ୍ଥ କଭର ଉପରେ ଟ୍ୟାକ୍ସ ଛାଡ ହକଦାର । ଆୟକର ଧାରା 80 ଡି’ ଅନ୍ତର୍ଗତରେ ଏହି ଛାଡ ମିଳିଥାଏ ଓ ଏହାର ସର୍ବାଧିକ ସୀମା ହେଉଛି 75 ହଜାର ଟଙ୍କା । କିନ୍ତୁ ଯଦି ପୁରା ପ୍ରିମିୟମ ଆପଣଙ୍କ ଅଫିସ ଦେଉଛି ତେବେ ଆପଣଙ୍କୁ କୌଣସି ଛାଡ ମିଳିବ ନାହିଁ ।

ଅଭିଭାବକଙ୍କ ଚିକିତ୍ସା ଖର୍ଚ୍ଚ

ନିଜ ଅଭିଭାବକଙ୍କ ଚିକିତ୍ସାରେ ଆପଣ ଯେତିକି ଟଙ୍କା ଖର୍ଚ୍ଚ କରିଥିବେ ତା’ଉପରେ ଆପଣ କର ଛାଡ ପାଇ ପାରିବେ ଆୟକର ଧାରା 80 ଡି’ ଏହି ସୁବିଧା ଦେଇଥାଏ । ଏଥିରେ ସର୍ବାଧିକ ସୀମା ହେଉଛି 50 ହଜାର ଟଙ୍କା

best tax saving investment plantax saving after budget 2023tax saving for salariedtax saving investmenttax saving investment plantax saving investment schemestax saving new budgettax saving plan 2023tax saving schemestax saving schemes in indiatax saving strategiestax saving tips 2023tax saving tips 2023 india
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami