ବଦଳିଯିବ ଫେସବୁକର ନାଁ, ଜୁକରବର୍ଗ ଖୋଜୁଛନ୍ତି ନୂଆ ନାଁ

ମାର୍କ୍ ଜୁକରବର୍ଗଙ୍କ (Mark Zuckerberg) ଫେସବୁକ୍ ନିଜ ନାମ ବଦଳାଇବ । ଏଥିପାଇଁ ଜୁକରବର୍ଗ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି । ଦି ଭର୍ଜର ଏକ ରିପୋର୍ଟ ଅନୁସାରେ ସେ ଏମିତି ଗୋଟିଏ ନାଁ ଖୋଜୁଛନ୍ତି ଯାହା ତାଙ୍କର ଆଗାମୀ ପ୍ରୋଜେକ୍ଟ ମେଟାଭର୍ସ ସହିତ ଫେସବୁକର ସମ୍ପର୍କକୁ ଦେଖାଉଥିବ । କୁହାଯାଉଛି ଯେ, ଅକ୍ଟୋବର ୨୮ ତାରିଖ ଦିନ ଫେସବୁକର ବାର୍ଷିକ କନେକ୍ଟ କନଫରେନ୍ସରେ ଏନେଇ ସୂଚନା ଦେଇପାରନ୍ତି । ନାମ ବଦଳାଇବା ପଛରେ ଫେସବୁକର ଉଦ୍ଦେଷ୍ୟ ହେଉଛି ନିଜକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଆଗକୁ ନେବା ।

ଫେସବୁକର ଲକ୍ଷ୍ୟ ହେଉଛି ଆଲ୍ଫାବେଟ୍ ଇଂକ୍ ଭଳି ହୋଲ୍ଡିଂ କମ୍ପାନୀ ଛିଡା କରିବା । ଯାହା ପାଖରେ ଗୁଗୁଲ ଭଳି କମ୍ପାନୀ ରହିଛି । ଜୁକରବର୍ଗ ଜୁଲାଇ ମାସରେ ହିଁ କହିଥିଲେ ଯେ, ଫେସବୁକର ଭବିଷ୍ୟ ‘ମେଟାଭର୍ସ’ରେ ହିଁ ନିହିତ ଅଛି । ତେବେ ଏଇଠି ଗୋଟିଏ ମନେ ରଖିବା ଭଳି କଥା ହେଉଛି ଯେ, ଫେସବୁକ ସିଲିକନ୍ ଭ୍ୟାଲିର ପ୍ରଥମ କମ୍ପାନୀ ନୁହେଁ ଯାହା ନିଜ ନାମ ବଦଳାଇବାକୁ ଯାଉଛି । ଏହା ପୂର୍ବରୁ ମଧ୍ୟ ଆଜିର ସମୟର ଅନେକ ଜଣାଶୁଣା କମ୍ପାନୀ ନିଜ ନାମ ବଦଳାଇଛନ୍ତି । ଆସନ୍ତୁ ଜାଣିବା ନିଜ ନାମ ବଦଳାଇଥିବା ସେହି ସବୁ କମ୍ପାନୀଙ୍କ ବାବଦରେ କିଛି ରୋଚକ କଥା

ଗୁଗଲର ପୁରୁଣା ନାମ ବ୍ୟାକରବ୍

ଗୁଗଲ ଯେତେବେଳେ ଲଂଚ୍ ହୋଇଥିଲା ସେତେବେଳେ ଏହାର ନାମ କିଛି ଅଲଗା ଥିଲା । ସେତେବେଳେ ଏହାର ନାମ ଥିଲା ବ୍ୟାକରବ୍ । ପରେ ବ୍ୟାକରବ ନାଁ ବଦଳି ହୋଇଥିଲା ଗୁଗଲ । ତେବେ ରୋଚକ କଥା ହେଉଛି ଗୁଗଲ ନାମ ଭୁଲ୍ ସ୍ପେଲିଂ କାରଣରୁ ପଡିଥିଲା । ଗୁଗଲର ପ୍ୟାରେଣ୍ଟ୍ କମ୍ପାନୀ ହେଉଛି ଆଲଫାବ୍ୟାଟ୍ ଇଂକ୍ । ଯାହାର ବର୍ତ୍ତମାନର ସିଇଓ ହେଉଛନ୍ତି ସୁନ୍ଦର ପିଚାଇ

ଇନଷ୍ଟାଗ୍ରାମ

ଇନଷ୍ଟାଗ୍ରାମରେ ନିଶ୍ଚିତ ଭାବେ ଆପଣ ନିଜ ଫଟୋ ଅପଲୋଡ୍ କରିଥିବେ । ନିଜ ଚିହ୍ନା ପରିଚୟଙ୍କ ପାଖରେ ନିଜ ବାବଦରେ ସୂଚନା ଦେବାର ମାଧ୍ୟମ ଭାବେ ଏହା ବେସ ଲୋକପ୍ରିୟ ହୋଇ ପାରିଛି । କିନ୍ତୁ ଦିନେ ଇନଷ୍ଟାଗ୍ରାମ୍ ଫ୍ଲପ୍ ଥିଲା । ଏହାର ପ୍ରଥମ ନାମ ଥିଲା ବର୍ବନ । ତେବେ ବହୁ ଚେଷ୍ଟା ପରେ ବି ଯେତେବେଳେ ଆପ୍ କ୍ଲିକ୍ କଲା ନାହିଁ ସେତେବେଳେ ଏହାର ପ୍ରତିଷ୍ଠାତା ଦ୍ୱୟ କେଭିନ୍ ସିଷ୍ଟ୍ରୋମ ଓ ମାଇକ୍ କ୍ରିଗର ବର୍ବନର ନାଁ ବଦଳାଇ ଇନଷ୍ଟାଗ୍ରାମ୍ କରିଥିଲେ । ଯାହାକି ହିଟ୍ ସାବ୍ୟସ୍ତ ହୋଇଥିଲା । ପରେ ଇନଷ୍ଟାଗ୍ରାମକୁ ଜୁକରବର୍ଗ କିଣିନେଇଥିଲେ ।

ଜୋମାଟୋ ବି ନାଁ ବଦଳାଇଛି

ପ୍ରବଳ ଭୋକ ବେଳେ ଜୋମାଟୋରେ ଲଗ୍ ଇନ୍ ତ କେବେ ନା କେବେ କରିଥିବେ । କିନ୍ତୁ ଜାଣିକରି ଆଶ୍ଟର୍ଯ୍ୟ ହେବେ ଜୋମାଟୋର ପ୍ରଥମ ନାଁ କ୍ଲିକ୍ କରିନଥିଲା । ତେଣୁ ଏହାର ନାଁ କମ୍ପାନୀ ବଦଳାଇଥିଲା । ଜୋମାଟୋର ପ୍ରଥମ ନାମ ଥିଲା ଫୁଡିବେ

ଆମାଜନର ଆମାଜିଂ ଷ୍ଟୋରି

ଏଥର ଚାଲନ୍ତୁ ଜାଣିବା ଆମାଜନର ଆମାଜିଂ ଷ୍ଟୋରି ବାବଦରେ । ବର୍ତ୍ତମାନ ସମୟରେ ସ୍ମାର୍ଟ ଫୋନ୍ ଧରୁଥିବା ଏମିତି ଜଣେ ବି କେହି ନଥିବେ ଯିଏ ଆମାଜନ ନାଁ ଶୁଣିନଥିବେ । ଆମାଜନ ହେଉଛି ଦୁନିଆର ପ୍ରସିଦ୍ଧ ଓ କୁଖ୍ୟାତ ଅନଲାଇନ୍ ଷ୍ଟୋର । ଯାହାକୁ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ୨.୦ (ଟୁ ପଏଣ୍ଟ ଜିରୋ) ବୋଲି ମଧ୍ୟ ନିକଟରେ ଏକ ଭାରତୀୟ ପତ୍ରିକା କହିଥିଲା । ପତ୍ରିକାର ଅଭିଯୋଗ ଯେ, ଆମାଜନ ଭାରତୀୟ ବ୍ୟବସାୟର ହତ୍ୟା କରୁଛି । ଯେଉଁ ଆମାଜନକୁ ନେଇ ଏତେ ଚର୍ଚ୍ଚା ସେହି ଆମାଜନ ପ୍ରଥମେ ବହି ବିକୁଥିଲା । ତାହା ପୁଣି ଗୋଟିଏ ଗ୍ୟାରେଜରୁ । ଏବେ କିନ୍ତୁ ଆମାଜନ ଦୁନିଆର ସବୁଠାରୁ ବଡ ଅନଲାଇନ୍ ରିଟେଲର । ତେବେ ଆମାଜନ ଜନ୍ମ ହେବା ବେଳେ ଏହାର ନାମ ଥିଲା କାଡବ୍ରା ଇଂକ୍ । ଜନ୍ମର କେଇ ମାସ ପରେ ମାଲିକ ଜୋଫ୍ କାଡବ୍ରାର ନାଁ ବଦଳାଇ କରିଦେଇଥିଲେ ଆମାଜନ. ଡଟ୍ କମ । ଆଉ ବାକି କଥା ଇତିହାସ । ଏବେ ଆମାଜନ ସବୁ ଦେଶରେ ନିଜ ବେପାର ଜମେଇକି ବସିଛି ।

ବ୍ରାଡସ ଡ୍ରିଙ୍କରୁ ପେପସି କୋଲା- ପେପସି କୋଲାରୁ ପେପସି

ଆମାଜନ ଭଳି ଆଉ ଗୋଟିଏ ମଲ୍ଟି ନ୍ୟାସନାଲ କମ୍ପାନୀ ହେଉଛି ପେପ୍ସି । କୋକାକୋଲର ପୁରୁଣା ଦୁଶମନ । କୁହାଯାଏ କୋକାକୋଲା ଓ ପେପସି ଭିତରେ ବ୍ୟବସାୟୀକ ଲଢେଇ ପାଇଁ ଦେଶରେ ସରକାର ବଦଳି ଯାଏ । ଗୋଟିଏ ହିସାବ ଅନୁସାରେ କଲମ୍ବିଆ ଭଳି ଦେଶରେ କୋକାକୋଲା ଓ ପେପସି କିଏ ରାଷ୍ଟ୍ରପତି ହେବ ତାହା ନିଷ୍ପତି ନିଅନ୍ତି । ୧୯୯୦ ଦଶକରେ ପେପସି ଭାରତକୁ ଆସିଥିଲା । ମାନେ ଜନ୍ମର ପାଖାପାଖି ୧୦୦ ବର୍ଷ ପରେ ପେପସି ଭାରତ ଆସିଥିଲା । ପେପସିର ଜନ୍ମ ଆମେରିକାର ୧୮୯୩ ମସିହାରେ ହୋଇଥିଲା । ଜନ୍ମ ବେଳେ ଏହାର ନାମ ଥିଲା ବ୍ରାଡସ ଡ୍ରିଙ୍କ୍ । କୋକାକୋଲାକୁ ଟକର ଦେବାକୁ ୫ ବର୍ଷ ପରେ ବ୍ରାଡସର ନାଁ ବଦଳାଇ ରଖା ଯାଇଥିଲା ପେପସି କୋଲା । ୧୯୬୧ ମସିହାରେ ପୁଣିଥରେ ପେପସି ତା’ ନବଦଳାଇଥିଲା । ପେପସି କୋଲାରୁ କୋଲାକୁ କାଟି ଖାଲି ପେପସି ରଖାଯାଇଥିଲା

alphabet inkAmazonbrads drinkCEO Sundar Pichaieast india company 2.0facebookfacebook yearly connect conferenceinstagramjeff bezoskevin systrom and mike kriegerMark Zuckerbergpepsi multinational companyproject metaversesilicon valley first company is facebooksocial media platformthe verge reportZomatoଆମାଜନଆଲଫାବ୍ୟାଟ୍ ଇଂକ୍ଇନଷ୍ଟାଗ୍ରାମ୍କେଭିନ୍ ସିଷ୍ଟ୍ରୋମ ଓ ମାଇକ୍ କ୍ରିଗରଜୋମାଟୋଦି ଭର୍ଜର ଏକ ରିପୋର୍ଟପ୍ରୋଜେକ୍ଟ ମେଟାଭର୍ସଫେସବୁକ ସିଲିକନ୍ ଭ୍ୟାଲିର ପ୍ରଥମ କମ୍ପାନୀଫେସବୁକର ବାର୍ଷିକ କନେକ୍ଟ କନଫରେନ୍ସବ୍ରାଡସ ଡ୍ରିଙ୍କ୍ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ୨.୦ମଲ୍ଟି ନ୍ୟାସନାଲ କମ୍ପାନୀ ହେଉଛି ପେପ୍ସିମାର୍କ୍ ଜୁକରବର୍ଗସିଇଓ ହେଉଛନ୍ତି ସୁନ୍ଦର ପିଚାଇ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami