ଡ୍ରଗ୍ସ ମାଫିଆ ପାବ୍ଲୋ ଏସ୍କୋବାରର ଜଳହସ୍ତୀଙ୍କ କଲମ୍ବିଆ ସରକାର କଲେ ଫ୍ୟାମିଲି ପ୍ଲାନିଂ !

କଲମ୍ବିଆ ସରକାର କୁଖ୍ୟାତ ଡ୍ରଗ୍ ମାଫିଆ ପାବ୍ଲୋ ଏସ୍କୋବାରର ହିପ୍ପୋ(ଜଳହସ୍ତୀ)ର ଫ୍ୟାମିଲି ପ୍ଲାନିଂ କରିଛନ୍ତି ଏସ୍କୋବାର ୧୯୯୩ରେ ପୋଲିସ ଗୁଳିରେ ମରିବା ପୂର୍ବରୁ ନିଜ ପ୍ରାଇଭେଟ୍ ଚିଡିଆଖାନା ପାଇଁ ୪ଟି ଜଳହସ୍ତିକୁ ଆଫ୍ରିକାରୁ ଚୋରାରେ ଆଣିଥିଲା । ପରେ ଏହି ଜଳହସ୍ତିଙ୍କ ସଂଖ୍ୟା ବଢି ୮୦ ହୋଇଛିକୋକେନ୍ ବିଜେନ୍ସ ଓ ମେଡେଲିନ୍ ଡ୍ରଗ୍ସ କାର୍ଟେଲରେ ଏସ୍କୋବାରର ଭୂମିକା ପାଇଁ ଏହି ହିପ୍ପୋଙ୍କୁ କୋକେନ୍ ହିପ୍ପୋ ବୋଲି ମଧ୍ୟ କୁହାଯାଏ ।

କେମିକାଲ ପିଆଇ ଫ୍ୟାମିଲି ପ୍ଲାନିଂ

ବିବିସି ରିପୋର୍ଟ ଅନୁସାରେ ଏହି ୮୦ ହିପ୍ପୋଙ୍କ ମଧ୍ୟରୁ ୨୪ଟିଙ୍କୁ ଏଭଳି ରାସାୟନିକ ଦ୍ରବ୍ୟ ପିଆଯାଇଛି ଯାହା ଫଳରେ ସେମାନେ ସନ୍ତାନ ଜନ୍ମ କରି ପାରିବେ ନାହିଁ । ପାଖାପଖି ୧୪ଶହ କିଲୋ ଓଜନ ବିଶିଷ୍ଟ ଏହି ଜୀବ ଆକ୍ରାମକ ସ୍ୱଭାବର ହୋଇଥାନ୍ତି । ନିଜ ଅଂଚଳରେ ଏମାନେ ଅନ୍ୟ କାହାର ଅନୁପ୍ରବେଶକୁ ପସନ୍ଦ କରିନଥାନ୍ତି । ଏମାନେ ବିନା ଚେତାବନୀରେ ଆକ୍ରମଣ କରିଥାନ୍ତିହିପ୍ପୋଙ୍କ ଆକ୍ରମଣରେ ବାର୍ଷିକ ଶତାଧିକ ଲୋକ ପ୍ରାଣ ହରାନ୍ତି

କୌଣସି ଚିଡିଆଘର ରାଜି ନାହାନ୍ତି

ଏହି ହିପ୍ପୋଙ୍କୁ ଗ୍ରହଣ କରିବାକୁ କୌଣସି ଚିଡିଆଘର ରାଜି ନାହାନ୍ତିଏସ୍କୋବାରର ହତ୍ୟା ପରେ ତା’ ଚିଡ଼ିଆଖାନାରେ ଥିବା ପଶୁଙ୍କୁ ବିଭିନ୍ନ ଚିଡିଆଖାନାକୁ ନିଆଯାଇଥିଲା । ତେବେ ଏହି ହିପ୍ପୋଙ୍କୁ ନେବାକୁ କେହି ମଧ୍ୟ ରାଜି ହୋଇନଥିଲେ । ଫଳରେ ପ୍ରଶାସନ ଏହି ହିପ୍ପୋଙ୍କୁ ପାଖରେ ଥିବା ନଦୀକୁ ଛାଡି ଦେଇଥିଲା ଏବେ ସେହି ହିପ୍ପୋଙ୍କ ସଂଖ୍ୟା ବଢି ୪ରୁ ୮୦ ହୋଇଛି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏହି ହିପ୍ପୋ କାଳ ସାଜିଛନ୍ତି ।

ଝିଅକୁ ଶିତ ହେଉଥିଲା ବୋଲି ୧୩ କୋଟି ଟଙ୍କାର ନୋଟ୍ ଜାଳିଥିଲା

ଏସ୍କୋବାର ଗୋଟିଏ ସମୟରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ଥିଲା । ଦିନକୁ ତା’ର ଆୟ ୪ଶହ କୋଟି ଟଙ୍କା ଥିଲା । ପୋଲିସ ଠାରୁ ଲୁଚି ବୁଲୁଥିବା ଏସ୍କୋବାର ଗୋଟିଏ ସ୍ଥାନରେ ଲୁଚିଥିବା ବେଳେ ତା’ ଝିଅକୁ ଶିତ ହୋଇଥିଲା ଝିଅକୁ ଉଷୁମ ଦେବା ପାଇଁ ସେ ୨ ମିଲିୟନ ଡଲାର(୧୩ କୋଟି ଟଙ୍କା)ର କାଗଜ ନୋଟ୍ ଜାଳିଥିଲା । ଡ୍ରଗ୍ସରୁ ଏସ୍କୋବାରର ଆୟ ଏତେ ଥିଲା ଯେ, ତା’ ଆୟର ୧୦ ପ୍ରତିଶତ ମୁଶା ଖାଇ ଯାଉଥିଲେଟଙ୍କା ବିଡା କରିବା ପାଇଁ ସେ ପ୍ରତି ସପ୍ତାହରେ ୧ ହଜାର ଡଲାରର ରବର ବ୍ୟାଣ୍ଡ୍ କିଣୁଥିଲା ।

african hipposBBC reportcocaine business and medelin drugscocaine hipposcolombiacolombian govtdrug traffickerfamily planning of hipposmedellin cartelPablo Escobarକଲମ୍ବିଆ ସରକାରକୁଖ୍ୟାତ ଡ୍ରଗ୍ ମାଫିଆ ପାବ୍ଲୋ ଏସ୍କୋବାରକୋକେନ୍ ବିଜେନ୍ସ ଓ ମେଡେଲିନ୍ ଡ୍ରଗ୍ସକୋକେନ୍ ହିପ୍ପୋଫ୍ୟାମିଲି ପ୍ଲାନିଂବିବିସି ରିପୋର୍ଟ ଅନୁସାରେହିପ୍ପୋ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami