ପନ୍ନୁ ପ୍ଲାନରେ ଖାଲି ଖଲିସ୍ତାନ ନୁହେଁ ଉର୍ଦ୍ଦୁସ୍ତାନ ବି ଅଛି

ଗୁରପତବନ୍ତ ସିଂ ପନ୍ନୁ, କାନାଡାରେ ଥିବା ଭାରତୀୟ ହିନ୍ଦୁଙ୍କୁ ଖୋଲାଖୋଲି ଧମକ ଦେଉଛି । କାନାଡା ଛାଡ଼ି ଚାଲିଯିବାକୁ ପନ୍ନୁ ଭାରତୀୟ ହିନ୍ଦୁଙ୍କୁ ଧମକ ଦେଉଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କିନ୍ତୁ ଭାରତକୁ ନିନ୍ଦିତ କରିବାକୁ ଉଦ୍ଯମ ଜାରି ରଖିଛନ୍ତି । ଜଷ୍ଟିନଙ୍କ ନଜରରେ ପନ୍ନୁ ଭଳି ଆତଙ୍କବାଦୀ ଶିଖ୍ ସ୍ୱାଧିନତା ସଂଗ୍ରାମୀ । ଶିଖ୍ ବିଛିନ୍ନତାବାଦୀଙ୍କ କାଣ୍ଡକାରଖାନା ପ୍ରତି ଆଖି ବୁଜିଦେଇଥିବା କାନାଡା ସରକାର ପନ୍ନରୁ ଅସଲ ପ୍ଲାନ୍ କଥା ଜାଣିଛନ୍ତି କି ଜାଣି ନଜାଣିବାର ଅଭିନୟ କରୁଛନ୍ତି ତାହା ଏକ ବଡ଼ ପ୍ରଶ୍ନ । କାରଣ ପନ୍ନୁ କେବଳ ଖଲିସ୍ତାନ ଚାହେଁ ନାହିଁ ସେ ମଧ୍ଯ ଭାରତକୁ ପୁଣିଥରେ ଭାଗଭାଗ କରି ଆଉ ଏକ ମୁସଲିମ୍ ରାଷ୍ଟ୍ର ଚାହୁଁଛି । ତାକୁ ଏହି ପ୍ଲାନରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ସମର୍ଥନ ରହିଛି ।

ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ହାର୍ଦ୍ଦିକ ସିଂ ନିଜାରକୁ ଜୁନ ୧୮ ରେ କାନାଡାର ବ୍ରିଟିଶ କଲମ୍ବିଆରେ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ଭାରତୀୟ ଏଜେନ୍ସିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏହା ପରେ ଦୁଇ ଦେଶ ଭିତରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି ।

ଏବେ ବିଦେଶରେ ଥାଇ ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁର ମୁଖା ଖୋଲିବାକୁ ଭାରତ ପ୍ଲାନ୍ କରୁଛି । ଏହି ପ୍ଲାନ୍ କରୁଥିବା ଭିତରେ ଏକ ଗୁରୁତ୍ବପୂର୍ଣ୍ଣ କଥା ସାମ୍ନାକୁ ଆସିଛି । କୁହାଯାଇଛି ଯେ, ପନ୍ନୁ ଭାରତକୁ କେବଳ ଖଲିସ୍ତାନ ନୁହେଁ ଉର୍ଦ୍ଦୁସ୍ତାନ ବି କରିବାକୁ ଚାହୁଁଥିଲା ।

କିପରି ଭାରତକୁ ଖଣ୍ଡ ଖଣ୍ଡ କରିବା ପାଇଁ ସେ କିପରି ପ୍ଲାନିଂ କରୁଥିଲା ତାର ସବୁ ରିପୋର୍ଟ ରହିଛି । ଏହି ରିପୋର୍ଟ ଅନୁସାରେ ପନ୍ନୁ ଉପରେ ପୂରା ଦେଶରେ ୧୬ଟି କେସ୍ ରହିଛିଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଖାଲିସ୍ତାନୀ ଆନ୍ଦୋଳନ ମାମଲାରେ ତା ବିରୋଧରେ ମାମଲା ରୁଜୁ ହୋଇଛି।

ବିଭାଜନ ସମୟରେ ପନ୍ନୁ ୧୯୪୭ ମସିହାରେ ପାକିସ୍ତାନର ଖାନକୋଟ ଗାଁରୁ ଅମୃତସର ଆସିଥିଲା । ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଛି ଏବଂ ତା’ ପିତାମାତା ମୃତ୍ୟୁ ବରଣ କରିସାରିଛନ୍ତି। ପନ୍ନୁଙ୍କ ଭାଇ ଭଗୱନ୍ତ ସିଂ ବିଦେଶରେ ରୁହନ୍ତି। ପନ୍ନୁ ଆମେରିକାରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ‘ଶିଖ ଫର ଜଷ୍ଟିସ’ର ମୁଖ୍ୟ ଏବଂ ପଞ୍ଜାବକୁ ଭାରତରୁ ଅଲଗା କରିବାକୁ ଦାବି କରି ଆସୁଛି । ୨୦୨୨ ଜୁଲାଇ ୭ ରେ ଗୃହ ମନ୍ତ୍ରଣାଳୟ ତାକୁ ଆତଙ୍କବାଦୀ ଘୋଷଣା କରିଥିଲା ।

ପନ୍ନୁ ଭାରତକୁ ବିଭିନ୍ନ ଭାଗରେ ବିଭକ୍ତ କରି ବହୁ ଗୁଡିଏ ଦେଶ ସୃଷ୍ଟି କରିବାକୁ ଚାହୁଁଛି । ଏଥିପାଇଁ ସେ ଧାର୍ମିକ ଭିତ୍ତିରେ ବିଭାଜନ କରିବାକୁ ଚାହୁଁଛି । ପନ୍ନୁ ବିଶେଷକରି ଦେଶର ମୁସଲମାନଙ୍କୁ ନିଜ ଅକ୍ତିଆରକୁ ନେଇ ଏକ ମୁସଲମାନ ଦେଶ ସୃଷ୍ଟି କରିବାକୁ ଚାହୁଁଛି । ଯାହାକୁ ସେ ଡେମୋକ୍ରେଟିକ ରିପବ୍ଲିକ୍ ଅଫ୍ ଉର୍ଦ୍ଦୁସ୍ତାନ ନାଁ ଦେବାକୁ ଚାହୁଁଛି । ଏହା ବ୍ୟତୀତ ସେ କାଶ୍ମୀରର ଲୋକଙ୍କୁ ମଧ୍ୟ ଭାରତରୁ ଅଲଗା କରିବାକୁ ଚାହୁଁଛି

ସାରା ଦେଶରେ ଦେଶ ବିରୋଧୀ କାର୍ଯ୍ୟ କଳାପ ପାଇଁ ତା ବିରୋଧରେ ମୋଟ ୧୬ ଟି ମାମଲା ରୁଜୁ ହୋଇଛି। ଅମୃତସରର UAPA ଅଧୀନରେ ଅର୍ଥାତ ବେଆଇନ୍ କାର୍ଯ୍ୟକଳାପ ଅଧିନରେ ୪ ଟି ମାମଲା, ଦିଲ୍ଲୀରେ ୪ଟି ମାମଲା, ଗୁରୁଗ୍ରାମ, ଧର୍ମଶାଳାରେ ମଧ୍ୟ ମାମଲା ରହିଛି । ସେ ମୋଟ ୯ ଟି ମାମଲାରେ ଅଭିଯୁକ୍ତ ଭାବେ ସାବ୍ୟସ୍ତ ହୋଇଛି । ଇଣ୍ଡିଆ ଗେଟରେ ଖାଲିସ୍ତାନୀ ପତାକା ଉତ୍ତୋଳନ କରିବା ବ୍ୟକ୍ତିଙ୍କୁ ସେ ୨.୫ ମିଲିୟନ ଆମେରିକୀୟ ଡଲାର ଦେବାକୁ ଘୋଷଣା ବି କରିଥିଲାଏମିତିକି ୧୫ ଅଗଷ୍ଟ ୨୦୨୧ ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନକୁ ଯଦି କୌଣସି ପୋଲିସ କର୍ମୀ ବିଫଳ କରନ୍ତି ତେବେ ତାଙ୍କୁ ୧ କୋଟି ପୁରସ୍କାର ଦେବା ପାଇଁ ବି ସେ ଘୋଷଣା କରିଥିଲା ।

ଏହା ବ୍ୟତୀତ ସେ ଅନେକ ସମୟରେ ଭଏସ୍ ମେସେଜ୍ ପଠାଇ ଭାରତର ଏକତା ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ ବି କରିଛିପନ୍ନୁ ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ହରିୟାଣାରେ ତା ଗୁଣ୍ଡା ମାନଙ୍କ ଜରିଆରେ ଖାଲିସ୍ତାନୀ ପୋଷ୍ଟର ଏବଂ ପତାକା ଲଗାଇବାକୁ ଅନେକ ଥର ଚେଷ୍ଟା କରିଛି ।

ଲସ୍କର ସହିତ ହାତ ମିଳାଇଛନ୍ତି ଖଲିସ୍ତାନୀ ଆତଙ୍କବାଦୀ ?

ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀରେ ଜଣେ ଯୁବକକୁ ହତ୍ୟା କରାଯାଇଥିଲା । ହତ୍ୟାର ଶିକାର ହିନ୍ଦୁ ଯୁବକଙ୍କ ମୁଣ୍ଡ କାଟି ତାହାର ଭିଡିଓ ପାକିସ୍ତାନ ପଠା ଯାଇଥିଲା । ଏହି ଭିଡିଓ ଆଇଏସଆଇକୁ ଜଣେ ଶିଖ ଆତଙ୍କବାଦୀ ଓ ଜଣେ ଲସ୍କର ଆତଙ୍କବାଦୀ ପଠାଇଥିଲେ । ପଂଜାବ ଓ ଦିଲ୍ଲୀରେ ହିନ୍ଦୁ ସାଧୁ ସନ୍ଥ ତଥା ନେତାଙ୍କୁ ଟାର୍ଗେଟ୍ କରିବାକୁ ଆଇଏସଆଇ ଲସ୍କର ଓ ଖଲିସ୍ତାନୀ କମାଣ୍ଡୋ ଫୋର୍ସକୁ ଦାୟିତ୍ୱ ଦେଇଥିଲା । ଦିଲ୍ଲୀର ଜାହାଙ୍ଗିରପୁରାରେ ହୋଇଥିବା ହତ୍ୟାକାଣ୍ଡ ପଛରେ ଲସ୍କରର ନୌସାଦ ଓ ଖଲିସ୍ତାନୀ ଆତଙ୍କବାଦୀ ଜଗଜିତ ସିଂହ ଜଗା ଥିଲେ । ହତ୍ଯାର ଭିଡିଓ ପାକିସ୍ତାନ ପଠାଇବା ପରେ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିଥିଲା । ଜଗାକୁ ହ୍ୟାଣ୍ଡେଲ କରୁଥିବା ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପର ପନ୍ନୁ ସହିତ ସମ୍ପର୍କ ଥିଲା ।

canada pm justin trudeaugurpatwant singh pannu khalistangurpatwant singh pannu latest interviewgurpatwant singh pannu latest newsjustin trudeau on hardeep nijjarjustin trudeau on khalistanjustin trudeau speech on khalistankhalistan canada haryanakhalistan canada indiakhalistani terrorist hardeepkhalistani terrorist hardeep nijjarkhalistani terrorist missingkhalistani terrorist newskhalistani terrorist pannu newsurdustan in indiawhy khalistan was demanded
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami