ବୁମ୍ରାଙ୍କ ସ୍ଥାନ ନେଲେ ଶାମୀ

ଟି-ଟ୍ୱେଣ୍ଟି ବିଶ୍ୱ କପ୍ ପାଇଁ ବଦଳ ଖେଳାଳି ଘୋଷଣା

କିଏ ଖେଳିବେ, କାହାକୁ ଷ୍ଟାଣ୍ଡ୍ ବାଇ ରେ ରଖାଯିବ, ତାକୁ ନେଇ ଚାଲିଥିବା ଅଙ୍କକଷା ଓ ଆଶଙ୍କାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଟି-ଟ୍ୱେଣ୍ଟି ୱାର୍ଲଡ କପ୍ ପାଇଁ ସଂଶୋଧିତ ପନ୍ଦର ଜଣିଆ ଖେଳାଳି ତାଲିକା ଘୋଷଣାର ଅବଧି ଅକ୍ଟୋବର 15 ରହିଥିଲା। ତେବେ ଏହାର ଦିନକ ପୂର୍ବରୁ ବିସିସିଆଇ ଟିମ୍ ଇଣ୍ଡିଆର ପନ୍ଦର ଜଣିଆ ଚୂଡାନ୍ତ ଦଳ ଘୋଷଣା କରିଛି। ପ୍ରଥମେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିବା ମୁମ୍ବାଇ ସ୍ପିଡ୍ ଷ୍ଟାର୍ ଯଶପ୍ରୀତ ବୁମ୍ରା ଆହତ ଯୋଗୁ ଶେଷ ମୁହୂର୍ତ୍ତରେ ଦଳରୁ ବାଦ୍ ପଡ଼ିଥିଲେ। ଏବେ ଆହତ ବୁମ୍ରାଙ୍କ ବଦଳ ଖେଳାଳି ଭାବେ ସବୁ ଆକଳନରେ ପୂର୍ଣ୍ଣଚ୍ଛେଦ ପକାଇ ବିସିସିଆଇ ଚୟନକର୍ତ୍ତା ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ସେହିପରି ଷ୍ଟାଣ୍ଡବାଇରେ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ରଖାଯାଇଛି। ଆଜି ଏ ସମ୍ପର୍କରେ ବିସିସିଆଇ ସଂପାଦକ ଜୟ ଶାହ ବିବୃତି ଜାରି କରି ସୂଚନା ଦେଇଛନ୍ତି। ବୁମ୍ରାଙ୍କ ବଦଳ ଖେଳାଳି ସ୍ଥାନ ନେବାକୁ ଶାମୀ ଓ ସିରାଜଙ୍କ ନାଁ ଖୁବ୍ ଚର୍ଚ୍ଚା ଚାଲିଥିଲା। ତେବେ ବହୁ ବିଚାର ବିମର୍ଶ ପରେ ଚୟନକର୍ତ୍ତା ଶାମୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ତେବେ ଭଲ ଫର୍ମରେ ଥାଇ ମଧ୍ୟ ମହମ୍ମଦ ସିରାଜ ଷ୍ଟାଣ୍ଡବାଇ ବା ବ୍ୟାକ ଅପ ଖେଳାଳି ଭାବେ ବିଶ୍ୱକପ ଟିମ୍‌ରେ ରହିବେ। ସିରାଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି। ୩ଟି ମ୍ୟାଚ୍‌ରେ ସେ ୫ଟି ୱିକେଟ ନେଇ ମ୍ୟାନ ଅଫ ଦି ସିରିଜ ହାତେଇଥିଲେ। ତେବେ ସିରାଜଙ୍କ ତୁଳନାରେ ଶାମିଙ୍କ ଅଭିଜ୍ଞତା ଢେର୍ ଅଧିକ। କିନ୍ତୁ ଶାମି ଫେବୃଆରୀରୁ ଭାରତ ପାଇଁ ଟି-୨୦ କ୍ରିକେଟ ଖେଳି ନାହାନ୍ତି। ଏଥିସହ ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ତଥାପି ବିସିସିଆଇ ଅଷ୍ଟ୍ରେଲିଆରେ ଶାମିଙ୍କ ଅଭିଜ୍ଞତା କାମରେ ଆସିବ ବୋଲି ଆଶା କରି ତାଙ୍କୁ ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ଦେଇଛି।ଅକ୍ଟୋବର ୧୬ରୁ ନଭେମ୍ବର ୧୩ ଯାଏ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ହେବ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ନାମିବ୍ୟାକୁ ଭେଟିବ୨୩ ଅକ୍ଟୋବରରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିରୋଧରେ ଖେଳିବ ବିଶ୍ବକପର ଫାଇନାଲ ମ୍ୟାଚ ଆସନ୍ତା ନଭେମ୍ବର ୧୩ରେ ଖେଳାଯିବ। ନଗଦ ସୂଚନା ଅନୁସାରେ ମହମ୍ମଦ ଶାମୀ ଶୁକ୍ରବାର ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି।

indian cricket team updateindian squad for t20 world cup 2022mohammed shami replaces jasprit bumrahmohammed shami t20 world cup 2022shami replace bumrahteam india squad for t20 world cup 2022team india squad for t20 world cup 2022 status
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami