TASK FORCE ORANGE OF US MILITARY: ଆମେରିକା ସେନାର ‘କମଳା’ ୟୁନିଟ୍ ଯିଏ ଜୱାହିରିକୁ ଜନ୍ନତ ପଠାଇଛି

ହେଲ୍ ଫାୟାର ମିଶାଇଲ୍ ମାଡ଼ରେ ଅଲ-କାଏଦା ମୁଖ୍ୟ ଅୟମନ ଅଲ-ଜୱାହିରି ଜନ୍ନତକୁ ଯାତ୍ରା କରିଛି । ଶନିବାର ପୃଥିବୀ ନାମକ ଗ୍ରହରେ ଥିଲା ତା’ର ଶେଷଦିନ । ଏହି ଦିନ ଆକାଶରୁ ତା’ ଲାଗି ଆସିଥିଲା ମୃତ୍ୟୁ ସନ୍ଦେଶ । ବାଲକୋନି ଉପରେ ବସି ଭବିଷ୍ୟତର ଟେରର୍ ଆଟାକର ପ୍ଲାନିଂ କରୁଥିବା ଜୱାହିରି ହେଲ୍ ଫାୟାର ମାଡରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଜୱାହିରିକୁ ନରକ ନିଆଁ ଭିତରକୁ ପଠାଇବା ପଛରେ ଅଛି ଆମେରିକା ସେନାର ଏକ ଗୁପ୍ତ ୟୁନିଟ୍ । ଯାହାକୁ ଟାସ୍କ ଫୋର୍ସ ଅରେଂଜ୍ ବୋଲି କୁହାଯାଇଥାଏ । ନାମରୁ ଯଦି ଆପଣ ଏହାକୁ କମଳା ଭଳି ମିଠା ବୋଲି ଭାବୁଛନ୍ତି ତେବେ ଥରେ ପୁଷ୍ପା ଫିଲ୍ମର ସେଇ ଡାଇଲଗ୍ ମନେ ପକାନ୍ତୁ.. ପୁଷ୍ପା ନାମ ଶୁନକର ଫ୍ଲାୱାର ସମଝେ ଥେ କ୍ୟା.. ଫ୍ଲାୱାର ନେହିଁ ଫାୟାର ହୁଁ ମୈ.. ଆମେରିକା ସେନାର ଅରେଂଜ୍ ଟାସ୍କ ଫୋର୍ସ ସେହିଭଳି ଗୋଟିଏ ୟୁନିଟ୍ ଯାହାର କାମ ହେଲା ମୃତ୍ୟୁଦୂତଙ୍କୁ ମୃତ୍ୟୁ ବାଣ୍ଟିବା । ଆସନ୍ତୁ ଜାଣିବା ଟାସ୍କ ଫୋର୍ସ ଅରେଂଜ୍ କ’ଣ । ତେବେ ତା’ ପୂର୍ବରୁ ଜାଣିନେବା ଆତଙ୍କର ଡାକ୍ତର ଜୱାହିରି କିଏ

ଜାୱାହିରି କିଏ ?

ଜୱାହିରି ମିଶର ବା ଇଜିପ୍ଟର ଜଣେ ଫେରାର ଆତଙ୍କବାଦୀଡାକ୍ତରରୁ ଆତଙ୍କବାଦୀ ପାଲଟିଥିବା ଏହି କୁଖ୍ୟାତ ବ୍ୟକ୍ତି ଜଣକ ଆମେରିକାର ମୋଷ୍ଟ୍ ୱାଣ୍ଟେଡ୍ ଲିଷ୍ଟରେ ଏକ ନମ୍ବର ଥିଲା ନ’ ଏଗାର ଆକ୍ରମଣର ମାଷ୍ଟର ମାଇଣ୍ଡ୍ ଓସମା ବିନ୍ ଲାଦେନର ମୃତ୍ୟୁର ପାଖାପାଖି ୧୦ବର୍ଷ ପରେ ଜୱାହିରିର ଅନ୍ତ ଘଟିଛିଲାଦେନ ପରେ ଜୱାହିରି ଅଲକାଏଦାର ମଙ୍ଗ ଧରିଥିଲା ଜୱାହିରି ଗୋଟିଏ ସମୟରେ ସିଆଇଏର ସାହାଯ୍ୟ ନେଇ ଆଫଗାନିସ୍ତାନରେ ସୋଭିଏତ ଋଷ ବିରୋଧରେ ଲଢିଥିଲା । ସେତେବେଳେ ତା’ର ଲାଦେନ ସହିତ ବନ୍ଧୁତା ହୋଇଥିଲା । ଯେଉଁ ବନ୍ଧୁତା ଲାଦେନର ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ଥିଲା ।ଖାଲି ବନ୍ଧୁତା ନଥିଲା ଉଭୟ ମଧ୍ୟ ସମୁଦି ଥିଲେ । ଶନିବାର ଦିନ ଜୱାହିରିର ମୃତ୍ୟୁ ସହିତ ଆତଙ୍କର ଗୋଟିଏ ଅଧ୍ୟାୟର ଅନ୍ତ ହୋଇଛି ଜୱାହିରିର ଖାତା ବନ୍ଦ କରିବା ପଛରେ ଅଛି ଟାସ୍କ ଫୋର୍ସ ଅରଂଜ୍ ।

ଟାସ୍କ୍ ଫୋର୍ସ ଅରେଂଜ୍ କ’ଣ ?

ଆସନ୍ତୁ ଏଥର ଜାଣିବା ଟାସ୍କ ଫୋର୍ସ ଅରେଂଜ୍ କ’ଣ ନାଟୋର ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କ ଅନୁସାରେ ଜୱାହିରିକୁ ଖୋଜି ଶେଷ କରିବା ପାଇଁ ସିଆଇଏ ଏକ ବଡ଼ ଅପରେସନ୍ କରିଥିଲା । ଏଥିରେ ଅନେକ ଏଜେନ୍ସିର ସହଯୋଗ ଥିଲା । କିନ୍ତୁ ଗୋଟିଏ ସଂଗଠନ ଜୱାହିରି ଉପରେ ୨୪ ଘଣ୍ଟା ନଜର ରଖିଥିଲା । ସେହି ସଂଗଠନର ନାମ ହେଉଛି ଟାସ୍କ ଫୋର୍ସ ଅରେଂଜ୍

୧୯୮୦ ମସିହାରେ ଏହି ଟାସ୍କ ଫୋର୍ସର ଗଠନ ହୋଇଥିଲା । ଏହାର ନାମ ଅନେକ ଥର ବଦଳିଛି । ପ୍ରଥମେ ଏହାକୁ ଇଣ୍ଟେଲିଜେନ୍ସ ସପୋର୍ଟ୍ ଆକ୍ଟିଭିଟି ବୋଲି କୁହାଯାଉଥିଲା ।ଏହା ଜଏଣ୍ଟ୍ ସ୍ପେଶାଲ ଅପରେସନ୍ କମାଣ୍ଡ୍ ମଧ୍ୟରେ କାମ କରିଥାଏ । ଏହାର କାମ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ଅପରେସନ୍ ପାଇଁ ତଥ୍ୟ ସଂଗ୍ରହ କରିବା । ବର୍ତ୍ତମାନ ଏହି ୟୁନିଟକୁ ଟାସ୍କ ଫୋର୍ସ ଅରେଂଜ୍ ବୋଲି କୁହାଯାଉଛି ।

ଅନେକ ନାମ ,ଗୋଟିଏ କାମ

ଟାସ୍କ ଫୋର୍ସର ଅନେକ ନାମ ରହିଛି । ଅତିତରେ ଏହାର ନାମ ସେମେଟ୍ରି ୱାଇଣ୍ଡ୍,ସେଣ୍ଟ୍ରା ସ୍ପାଇକ୍,ଗ୍ରେ ଫକ୍ସ,ଟର୍ଣ୍ଣିଭିକ୍ଟର କ୍ୱାଇଟ୍ ଏନେବଲ ଥିଲା । ଆଧିକାରିକ ଭାବେ ଏହାକୁ ଆମେରିକା ସେନା ଇଣ୍ଟେଲିଜେନ୍ସ ସପୋର୍ଟ୍ ଆକ୍ଟିଭିଟି ଓ ଅନୌପଚାରିକ ଭାବେ ଅରେଂଜ୍ ବା ଆକ୍ଟିଭିଟି ବୋଲି କୁହାଯାଇଥାଏ ।

ଆମେରିକା ସେନାର ଜେମ୍ସ ବଣ୍ଡ୍

ସିଆଇଏ ଦେଶ,ସରକାର ଓ ବିରୋଧୀଙ୍କ ବାବଦରେ ଅନେକ ତଥ୍ୟ ଦେଇପାରେ କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ଘରେ କିଏ ରହୁଛି ତା’ର ସଠିକ ତଥ୍ୟ ଖୋଜିବା ବେଳେ ଅରେଂଜକୁ ଡାକରା ଆସିଥାଏ ଘରେ କେତୋଟି ବଖରା ଅଛି,କେତେ ଜଣ ରହୁଛନ୍ତି ,କେତୋଟି କବାଟ ଅଛି । ଘରର ପ୍ରବେଶ ଓ ପ୍ରସ୍ତାନ ପଥ କେଉଁଠି ରହିଛି ।ଏହିଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଟାସ୍କ ଫୋର୍ସ ଅରେଂଜ୍ ଏକାଠି କରିଥାଏ । କୌଣସି ଅପରେସନ ପୂର୍ବରୁ ଅରେଂଜ୍ ଯେତେ ସମ୍ଭବ ଜରୁରୀ ତଥ୍ୟ ସଂଗ୍ରହ କରିଥାଏଜେମ୍ସ ବଣ୍ଡ୍ ଭଳି ଅରେଂଜ୍ ଟିମ୍ ଟାର୍ଗେଟ୍ ସମ୍ପର୍କିତ ସବୁ ତଥ୍ୟ ସଂଗ୍ରହ କରିଥାଏ ।

ଅଲ୍-ଜୱାହିରି ଉପରେ ଥିଲା ଅରେଂଜ୍ ନଜର

ଅରେଂଜ୍ ଟିମର ଅଲ ଜୱାହିରି ଉପରେ ୨୪ ଘଣ୍ଟା ନଜର ଥିଲା । ଏଥିପାଇଁ ଏହାର ଟିମ୍ ସଦସ୍ୟ ନିଶ୍ଚିତ ଭାବେ ଜୱାହିରି ରହୁଥିବା ଘର ପାଖାପାଖି ସ୍ଥାନରେ ଆସ୍ଥାନ ଜମାଇଥିବେ । ସେଠରୁ ସେମାନେ ଜୱାହିରିର ଦୈନନ୍ଦିନ କାର୍ଯ୍ୟକଳାପ ବା ପ୍ୟାଟର୍ଣ୍ଣ ଅଫ୍ ଲାଇଫ୍ ଉପରେ ନଜର ରଖିଥିବେ ଜୱାହିରି ବାଲକୋନି ଉପରେ ଥିବା ବେଳେ ହିଁ ତା’ ଉପରେ ଆକ୍ରମଣ ହୋଇଥିଲା ଜୱାହିରି ସବୁଦିନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ବାଲକୋନିକୁ ଯାଉଥିଲା । ଏହି ସୂଚନା ହିଁ ଜୱାହିରି ପାଇଁ କାଳ ହୋଇଥିଲା । ଠିକ ସମୟରେ ଆକାଶରୁ ହେଲ୍ ଫାୟାର ଆସି ଜୱାହିରିକୁ ୯ ଖଣ୍ଡ କରିଦେଇଥିଲା ଜୱାହିରି କିଛି ବୁଝି ମଧ୍ୟ ପାରିନଥିଲା ଯେ, ତା’ ସହିତ କ’ଣ ଘଟିଲା

al qaeda leader ayman killedal qaeda leader ayman killed footageal qaeda leader deathal qaeda leader news todayal qaeda leader zawahiriCentral Intelligence Agencyhellfire missile al-qaedaosama bin ladentask force orange armyus army intelligence support activityus drone strike kills al qaeda leader ayman al zawahiri
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami