ରାଜନୈତିକ ଦଳ ଗଢିଲେ ଥଲପତି ବିଜୟ

ହାଇଦ୍ରାବାଦ: ତାମିଲ ସୁପରଷ୍ଟାର ଥଲପତି ବିଜୟ ଅଭିନୟ କ୍ଷେତ୍ରରେ ବିପୁଳ ସଫଳତା ହାସଲ କରିବା ପରେ ଏବେ ରାଜନୀତି ଜଗତରେ ପାଦ ଥାପିଛନ୍ତି । ଶୁକ୍ରବାର ସେ ତାଙ୍କ ଦଳର ନାମ ଘୋଷଣା କରିଛନ୍ତି । ନିଜ ଦଳର ନାଁ ‘ତାମିଲାଗା ଭେଟ୍ରି କାଜଗମ୍‌’ ରଖିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଥଲପତି ନିଜ ଦଳର ନାଁ ଘୋଷଣା କରିଛନ୍ତି ସତ, ହେଲେ ସେ ନିର୍ବାଚନ ଲଢିବେନି । ଏହି ସୂଚନା ଦେଇଛନ୍ତି ବିଜୟ ।

ନିର୍ବାଚନ ଲଢିବେ ନାହିଁ

ଅଭିନେତା ବିଜୟ ଏକ ବୟାନ ଜାରି କରି କହିଛନ୍ତି, ଆମେ ଦଳ ତାମିଲାଗା ଭେଟ୍ରି କାଜଗମକୁ ପଞ୍ଜୀକରଣ କରିବା ପାଇଁ ଆମେ ଶୁକ୍ରବାର ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଛୁ । ଆମେ ଲୋକସଭା ନିର୍ବାଚନ ୨୦୨୪ ଲଢୁନାହୁଁ । ଆମେ କୌଣସି ଦଳକୁ ସମର୍ଥନ ମଧ୍ୟ କରିବୁ ନାହିଁ । ସାଧାରଣ ଏବଂ କାର୍ଯ୍ୟକାରିଣୀ ପରିଷଦ ବୈଠକ ପାଇଁ ଆମେ ଏହି ନିଷ୍ପତ୍ତି ନେଇଛୁ । ସେ ଆହୁରି କହିଛନ୍ତି ଯେ, ଆପଣ ବର୍ତ୍ତମାନର ରାଜନୈତିକ ପାଣିପାଗ ବିଷୟରେ ଅବଗତ ଅଛନ୍ତି । ଗୋଟିଏ ପଟେ ପ୍ରଶାସନିକ ଅବହେଳା ଏବଂ ଦୁର୍ନୀତିଗ୍ରସ୍ତ ରାଜନୈତିକ ଅଭ୍ୟାସ ଏବଂ ଏକ ବିଭାଜନକାରୀ ରାଜନୀତି ଯାହା ଆମ ଲୋକଙ୍କୁ ଜାତିଗତ ବିଭକ୍ତ କରିବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷରେ ଧର୍ମ, ତାମିଲନାଡୁରେ ସମସ୍ତେ ଏକ ମୌଳିକ ରାଜନୈତିକ ପରିବର୍ତ୍ତନ ପାଇଁ ଆଗ୍ରହୀ ଅଟନ୍ତି ଯାହା ଏକ ନିଃସ୍ୱାର୍ଥପର, ସ୍ୱଚ୍ଛ, ଜାତିମୁକ୍ତ, ଦୂରଦୃଷ୍ଟିସମ୍ପନ୍ନ, ଦୁର୍ନୀତିମୁକ୍ତ ଏବଂ ଦକ୍ଷ ପ୍ରଶାସନର କାରଣ ହୋଇପାରେ ।

ସମାଜସେବା ପାଇଁ ବେଶ୍ ଜଣାଶୁଣା

ବିଜୟଙ୍କ ସମ୍ପୂର୍ଣ୍ଣ ନାମ ଜୋସେଫ ବିଜୟ ଚନ୍ଦ୍ରଶେଖର ହୋଇଥିବାବେଳେ ସେ ବିଜୟ ନାମରେ ଜଣାଶୁଣା । ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବିଜୟ ଖୁବ ନାମ କମାଇଛନ୍ତି । ବିଜୟ ରାଜନୀତିରେ ଯୋଗଦେବା ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହୋଇ ଆସୁଥିଲା । ଅଭିନୟ ବ୍ୟତୀତ ବିଜୟ ସାମାଜସେବା ପାଇଁ ମଧ୍ୟ ବେଶ୍ ଜଣାଶୁଣା । ଡିସେମ୍ବର ୨୦୨୩ରେ ବିଜୟ ଥୁଥୁକୁଡି ଏବଂ ତିରୁନେଲଭେଲି ଜିଲାର ବନ୍ୟା ପ୍ରଭାବିତ ବାସିନ୍ଦାଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ ।

actor thalapathy vijaytamil actor thalapathy vijaytamil actor thalapathy vijay announces new team
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami