ଆଫଗାନସ୍ଥାନୀ ମହିଳାଙ୍କୁ ‘ଯୌନଦାସୀ’ କରୁଛି ତାଲିବାନ, ବଳପୂର୍ବକ ଘରୁ ହେଉଛି ଅପହରଣ

ତାଲିବାନ୍ ଧିରେ ଧିରେ ଆଫଗାନିସ୍ତାନ ଉପରେ ନିଜ କବଜା ମଜବୁତ କରିବାରେ ଲାଗିଛି । ଆମେରିକା ହାତ ଛାଡିବା ପରେ ଏବେ ତାଲିବାନ ଦେଶର ବଡ ଭୂଭାଗ ଉପରେ ନିଜ କବଜା ଜମାଇ ସାରିଲାଣି । ଏହାରି ଭିତରେ ଏମିତି ଖବର ଆସୁଛି ଯାହା ଦୁନିଆକୁ ବିବ୍ରତ କରୁଛି । କୁହାଯାଉଛି ଯେ, ତାଲିବାନ ଆଫଗାନୀ ଯୁବତୀ, ମହିଳାଙ୍କୁ ଯୌନଦାସୀ କରୁଛି । ମିଡିଆ ରିପୋର୍ଟ ଅନୁସାରେ ତାଲିବାନ ଆଫଗାନସ୍ଥାନୀ ଯୁବତୀ, ମହିଳାଙ୍କୁ ସେକ୍ସ ସ୍ଲେଭ୍ ବା ଯୌନଦାସୀ କରିବା ପାଇଁ ଲୋକଙ୍କ ଘର ଉପରେ ଆକ୍ରମଣ କରୁଛନ୍ତି । ବ୍ରିଟିଶ ଖବରକାଗଜ ଦି ସନ୍ ଅନୁସାରେ ନିକଟରେ ତାଲିବାନ ତା’ର ସ୍ଥାନୀୟ ନେତାଙ୍କୁ ୧୨ ବର୍ଷରୁ ୪୫ ବର୍ଷୀୟ ମହିଳାଙ୍କ ସୂଚୀ ମାଗିଥିଲା । ସୂଚୀ ମଗାଯିବାର କିଛିଦିନ ପରେ ତାଲିବାନୀ ନେତା ମହିଳାଙ୍କ ଅପହରଣ ସହିତ ବଳପୁର୍ବକ ବିବାହ ଉଦ୍ୟମ କରୁଛନ୍ତି ।

ହିଜବ ଜରୁରୀ

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଏହି ପଦକ୍ଷେପ ଏକ କଠୋର ସାରିଆ ଆଇନର ପ୍ରତ୍ୟାବର୍ତ୍ତନ ଆଡକୁ ଇଶାରା କରୁଛି । ଆଫଗାନିସ୍ତାନରେ ଏବେ ପୁରୁଷ ସାଥୀଙ୍କ ବିନା ମହିଳା ଘରୁ ବାହାରକୁ ବାହାରି ପାରିବେ ନାହିଁ । ସେମାନଙ୍କ ପାଇଁ ହିଜବ ପିନ୍ଧିବା ବାଧ୍ୟତାମୁଳକ । ଅନେକ ସ୍କୁଲ ଓ ବ୍ୟବସାୟ ବନ୍ଦ ହୋଇ ସାରିଛି । ଆଫଗାନୀ ଝିଅ ଏବେ ସେହି ସ୍କୁଲରେ ହିଁ ପଢିପାରିବେ ଯେଉଁଠାରେ ମହିଳା ଶିକ୍ଷୟତ୍ରୀ ଥିବେନିୟମ ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡ ଦିଆଯିବା ବୋଲି ତାଲିବାନ ଘୋଷଣା କରି ସାରିଛି ।

ଆଫଗାନିସ୍ତାନରୁ ମହିଳାଙ୍କ ପଳାୟନ

ତାଲିବାନ ଡରରେ ଆଫଗାନିସ୍ତାନରୁ ମହିଳା ପଳାୟନ କରୁଛନ୍ତି । ପରିବାର ନିଜ ଝିଅ ମାନଙ୍କୁ ଅନ୍ୟତ୍ର ପଠାଇ ଦେବାକୁ ବାଧ୍ୟ ହେଉଛନ୍ତି । କାରଣ ପରିବାରର ଭୟ ଯେ, ତାଲିବାନ ସେମାନଙ୍କ ଝିଅର ଅପହରଣ କରି ଯୌନଦାସୀ ହେବାକୁ ବାଧ୍ୟ କରିବ । ଆଫଗାନିସ୍ତାନର ଜଣେ ବରିଷ୍ଠ ରାଜନେତା ଫରଖୁଣ୍ଡା ଜହରା ନାଦେରୀଙ୍କ ଅନୁସାରେ ଦେଶରେ ନାଗରିକ ଅଧିକାର ବିପଦରେ ଅଛି । ସେ କହିଛନ୍ତି ଯେ, ମୋର ସବୁଠୁ ବଡ଼ ଡର ହେଉଛି ଯେ, ଆତଙ୍କବାଦୀ ସେହି ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ଯେଉଁମାନେ ନେତୃତ୍ୱ ନେଉଛନ୍ତି ।

ସେନାମୁଖ୍ୟଙ୍କୁ ବରଖାସ୍ତ କଲେ ଆଫଗାନ ସରକାର

ତାଲିବାନୀ ଆତଙ୍କବାଦୀଙ୍କୁ ରୋକିବାରେ ଅସମର୍ଥ ହୋଇଥିବାରୁ ରାଷ୍ଟ୍ରପତି ଅବଦୁଲ ଗାନୀ ନିଜ ସେନାମୁଖ୍ୟ ଜେନରାଲ ବଲି ମହମ୍ମଦ ଅହମଦଜାଇଙ୍କୁ ପଦରୁ ବରଖାସ୍ତ କରିଛନ୍ତି । ତାଙ୍କ ସ୍ଥାନରେ ଜେନରାଲ ହୈବତୁଲଲା ଅଲିଜଇଙ୍କୁ ଆଗାମୀ ସେନାମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ଜେନରାଲ ବଲିଙ୍କୁ ଏମିତି ସମୟରେ ବରଖାସ୍ତ କରାଯାଇଛି ଯେତେବେଳେ ତାଲିବାନ ଦେଶର ୬୮ ପ୍ରତିଶତ ଅଞ୍ଚଳ ଉପରେ କବଜା ଜମାଇ ସାରିଲାଣି । ଶୁକ୍ରବାର ସୁଧା ତାଲିବାନ ଆଫଗାନିସ୍ତାନର ୯ଟି ପ୍ରାଦେଶିକ ରାଜଧାନୀକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଛି ।

୬୮ ପ୍ରତିଶତ ଅଞ୍ଚଳ ଉପରେ କବଜାabdul ghaniafghan womenafghani girlsafghanistanAfghanistan presidentashraf ghanibloomberg reportbritish newspaper the suncapturing afghan womenscapturing womens forciblyfarkhunda zahra naderiGeneral Haibatullah Alizaigeneral wali mohammad ahmadzaihijabmedia reportssex slaverysex slavessharia lawtalibantaliban controlling afghanistantaliban terroriststhe sun newspaper ukଅପହରଣଆଫଗାନସ୍ଥାନୀ ମହିଳାଆଫଗାନିସ୍ତାନଆଫଗାନୀ ଯୁବତୀଜେନରାଲ ବଲି ମହମ୍ମଦ ଅହମଦଜାଇଜେନରାଲ ହୈବତୁଲଲା ଅଲିଜଇତାଲିବାନୀ ଆତଙ୍କବାଦୀତାଲିବାନ୍ଫରଖୁଣ୍ଡା ଜହରା ନାଦେରୀବ୍ରିଟିଶ ଖବରକାଗଜ ଦି ସନ୍ବ୍ଲୁମବର୍ଗ ରିପୋର୍ଟବ୍ଲୁମବର୍ଗ ରିପୋର୍ଟ ଅନୁସାରେମହିଳାଙ୍କ ଅପହରଣମିଡିଆ ରିପୋର୍ଟଯୌନଦାସୀରାଷ୍ଟ୍ରପତି ଅବଦୁଲ ଗାନୀସାରିଆ ଆଇନରସେକ୍ସ ସ୍ଲେଭ୍ହିଜବ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami