ଗର୍ଜ୍ଜିଲେ କେଜ୍ରିୱାଲଙ୍କ ପତ୍ନୀ

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ଦୁର୍ନିତ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ୍ ଲଗାଇ ଦେଇଥିବା ବେଳେ , ଅନ୍ୟପଟେ ସିବିଆଇ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି । ସ୍ୱାମୀଙ୍କ ଅଡୁଆ ବଢୁଥିବା ଦେଖି ଏବେ ରାଗିଯାଇଛନ୍ତି ପତ୍ନୀ ସୁନୀତା କେଜ୍ରିୱାଲ ।

ସୁନୀତା ସୋଶାଲ ମିଡିଆରେ ଏକ ନୋଟ୍ ପୋଷ୍ଟ କରି ଗର୍ଜ୍ଜିଛନ୍ତି । ସେ କେଜ୍ରିୱାଲଙ୍କ ଗିରଫଦାରୀକୁ ଏକଛତ୍ରବାଦୀ ଶାସନବୋଲି କହିଛନ୍ତି । ଆହୁରି କହିଛନ୍ତି ଏବେ ଯାଏ ଭଗବାନ ସମସ୍ତଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଥିଲି । ହେଲେ ଏବେ ପ୍ରାର୍ଥନା କରୁଛି ଯେ ତାନାଶାହାର ବିନାଶ ହୋଇଯାଉ ।

ସୂଚନାଯୋଗ୍ୟ, ପୂର୍ବରୁ ସୁନୀତା କେଜ୍ରିୱାଲ ଆଉ ଏକ ପୋଷ୍ଟ ଲେଖି କେଜ୍ରିୱାଲଙ୍କ ଗିରଫର ପ୍ରତିବାଦ କରିଥିଲେ । “ଜୁନ ୨୦ରେ କେଜ୍ରିୱାଲଙ୍କୁ ଜାମିନ ମିଳିଥିଲା । ଏଥିରେ ଇ.ଡି. ତୁରନ୍ତ ରହିତାଦେଶ ଲଗାଇଦେଲା । ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ କରିନେଲା, ଆଜି ତାଙ୍କୁ ଗିରଫ କରାଯାଇଛି । ପୁରା ଶାସନ କଳ ଚାହୁଁଛି ଯେ ସେ ଜେଲରୁ ବାହାରକୁ ବାହାରି ନପାରନ୍ତୁ । ଏହା ଆଇନବ୍ୟବସ୍ଥା ନୁହେଁ । ଏହା ଏକଛତ୍ରବାଦ,ଜରୁରୀକାଳୀନ ପରିସ୍ଥିତି ।”

arvind kejriwalarvind kejriwal arrestarvind kejriwal arrestedarvind kejriwal latest newsarvind kejriwal newsarvind kejriwal news todaydelhi cm arvind kejriwaldictator should be destroyed says sunita kejriwalkejriwalkejriwal arrestedsudhanshu trivedi on arvind kejriwalsunita kejriwalsunita kejriwal kaun si atithi ke annshan parsunita kejriwal livesunita kejriwal ne kaha tamashai desh meinsunita kejriwal on modisunita kejriwal speech
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami