ରାଜ୍ୟ ବିଜେପିରେ ଏବେ ସଂଘ ବନାମ୍ ଧର୍ମେନ୍ଦ୍ର ଛକାପଞ୍ଝାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ମୁକୁ ଭାଇ ଯେଉଁଠାରୁ ବି ଲଢ଼ିବେ, ଦଳ ବାହାର କଥା ଛାଡ଼ନ୍ତୁ, ଆଗ ତାଙ୍କ ଗୋଛି କାଟିବ ବିଜେପିର ସାଂଗଠନିକ ରିମୋର୍ଟ କଣ୍ଟ୍ରୋଲ ନିଜ ପାଖରେ ରଖିଥିବା ସ୍ୱୟଂ ସେବକ ସଂଘର ଏକ ପ୍ରଭାବଶାଳୀ ଗୋଷ୍ଠୀ । କେନ୍ଦ୍ର ମନ୍ତ୍ରୀ ତଥା ଏକଦା ରାଜ୍ୟ ବିଜେପିର ପୋଷ୍ଟର ବୟ ଗଣାହେଉଥିବା ଧର୍ମେନ୍ଦ୍ର ପ୍ରଧାନ ଓ ସଂଘ ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ଶିଖର ଛୁଇଁଥିବା ଖାସ୍ ପଦ୍ମ ଗାଡ଼ିଆର ଏକ ଭିତିରି ସୂତ୍ର କହୁଛି । ସୂତ୍ରର କହିବା ଅନୁସାରେ, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଘ ପରିବାର ପକ୍ଷରୁ ରାଜ୍ୟସାରା ରୀତିମତ ସାଂଗଠନିକ ବୈଠକ ଓ କାର୍ଯ୍ୟକ୍ରମ ଏବେ ଜୋର୍ ଧରିଛି । କିନ୍ତୁ ଏହି ସାଂଗଠନିକ ରଣନୀତି ବୈଠକ ସଂପର୍କରେ ବାବୁ ଧର୍ମେନ୍ଦ୍ର କି ତାଙ୍କ ସମର୍ଥକଙ୍କୁ କୌଣସି ସୂଚନା ଦିଆଯାଉନାହିଁ କି ଡକାଯାଉନାହିଁ ମଧ୍ୟ । ସେପଟେ ମୁକୁ ଭାଇ ଏବେ ରାଜ୍ୟରେ ତୁଫାନୀ ଢଙ୍ଗରେ ନିଜ ରାଜନୀତିକ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । ନିଜ ସମର୍ଥକଙ୍କ ଗହଣରେ ପ୍ରଧାନ ବାବୁ ବିଭିନ୍ନ ସ୍ଥାନରେ ରାଜନୀତିକ କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ସଂଘ ପରିବାରକୁ କିଛି ବି ଜଣାଉ ନାହାନ୍ତି ।

ଧର୍ମେନ୍ଦ୍ରଙ୍କ ସଭାରେ ହେଉନାହାନ୍ତି ଲୋକ

ତେବେ ସୂତ୍ରର କହିବା ଅନୁସାରେ, ଏହି ଛକାପଞ୍ଝାରେ ବେଶୀ କ୍ଷତି କୁଆଡ଼େ ପ୍ରଧାନ ପୁଅଙ୍କର ହିଁ ହେଉଛି । କାରଣ ସଂଘ ସାଂଗଠନିକ ନେଟୱର୍କ ଓ ସମର୍ପିତ କର୍ମୀ ମୁକୁ ବାବୁଙ୍କ ରାଜନୀତିକ ସଭା ଅବା କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଥିବାରୁ ବାବୁ ଧର୍ମେନ୍ଦ୍ରଙ୍କ ସଭାରେ ଆଶାନୁସାରେ ଲୋକ ହେଉନାହାନ୍ତି । ଏହା ହିଁ ଏବେ ମୁକୁ ଭାଇ ଆଣ୍ଡ୍ କୋଙ୍କ ପାଇଁ ସବୁଠୁ ବଡ଼ ଚିନ୍ତା ଓ ଚ୍ୟାଲେଂଜ ହୋଇଛି । ସୂତ୍ରର କହିବା ଅନୁାସାରେ, ଧର୍ମେନ୍ଦ୍ର ଅନୁଗତ ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ଥିବାବେଳେ ଅନ୍ୟ ଦଳରୁ ବହିଷ୍କୃତ ଅବା ଆମଦାନୀ ହୋଇ ଆସିଥିବା ନେତା ପଦ୍ମ ଗାଡ଼ିଆରେ ଇନ୍ଦ୍ର ଚନ୍ଦ୍ର ମାନୁ ନଥିଲେ । ଗତ ନିର୍ବାଚନରେ ଏମାନେ ସଂଖ୍ୟାଧିକ ଆସନରେ ସଂଘର ପରାମର୍ଶକୁ ଅଣଦେଖା କରି ନିଜ ଲୋକଙ୍କୁ ଟିକେଟ୍ ବି ଦେଇଥିଲେ । ବଡ଼ କଥା ହେଉଛି, ଧର୍ମେନ୍ଦ୍ରଙ୍କ ପୃଷ୍ଠପୋଷକତା, ପ୍ରୋତ୍ସାହନ ଓ ସମର୍ଥନରେ ପଦ୍ମ କ୍ୟାମ୍ପରେ ରାତାରାତି ପାୱାରଫୁଲ୍ ସାଜିଥିବା ଏହି ଆମଦାନୀ ନେତାଏ ସେତେବଳେ ମଉକା ପାଇଲା ମାତ୍ରେ କୁଆଡ଼େ ସଂଘ ପରିବାର ଓ ନେତାଙ୍କୁ ଅପଦସ୍ଥ ଓ ଅପମାନିତ କରିବାକୁ ପଛାଇ ନଥିଲେ ।

ବିଜେପିରେ ଜୋର୍ ଧରିଛି ଭାଗ୍ ଧରମା ଭାଗ୍ ନାରାବାଜି

ରାଜ୍ୟ ବିଜେପିରେ ସଂଘ ପରିବାରର କାଟତି କମାଇବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ହିଁ ସେହି ଆମଦାନୀ ନେତାଙ୍କୁ ସେତେବଳେ ଭରପୂର ବଳ ଯୋଗାଇଥିବା କୁହାଯାଉଛି । ସୂତ୍ରର ସୂଚନା ଅନୁସାରେ, ଏବେ ପଦ୍ମ ଗାଡ଼ିଆର ରାଜ୍ୟ ପଟ୍ଟଚିତ୍ର ବଦଳି ଯାଇଛି । ସଂଘ ସମର୍ଥନରେ ମନମୋହନ ସାମଲ୍ ସଭାପତି ହେବା ପରେ ସେତେବେଳେ ଧର୍ମେଦ୍ରଙ୍କ ଦ୍ୱାରା ପରିଚାଳିତ ଆମଦାନୀ ଗୋଷ୍ଠୀ ଓ ତାଙ୍କ ରିଙ୍ଗ ମାଷ୍ଟରଙ୍କ ଉପରେ ଏବେ ବଦଲା ନେବାର ଚରମ ସୁଯୋଗ ଆସିଛି, ଯାହା ଆଦୌ ହାତଛଡ଼ା କରିବା ମୁଡରେ ନାହିଁ ସଂଘ ପରିବାରର ପ୍ରଭାବଶାଳୀ ଗୋଷ୍ଠୀ । ଖାସ୍ ଏହି ସଂଘ ଗୋଷ୍ଠୀର ପ୍ରୋତ୍ସାହନରେ ଏବେ କୁଆଡ଼େ ଓଡ଼ିଶା ବିଜେପିରେ ଭାଗ୍ ଧରମା ଭାଗ୍ ନାରାବାଜି ଜୋର୍ ହୋଇଛି, ଯାହା ଆଗାମୀ ନିର୍ବାଚନରେ ସମ୍ବଲପୁର ହେଉ କି ଅନ୍ୟ କେଉଁଠି, ମୁକୁ ଭାଇଙ୍କୁ ଧରାଶାୟୀ କରିଦେବା ବିଚିତ୍ର ନୁହେଁ ବୋଲି ଆମ ସୂତ୍ର ଯୁକ୍ତି ବାଢିଛି ।

dharmendra pradhan newspoltical newsState BJP is now 'Sangha Vs Dharmendra'!
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami