ପ୍ରେମ ପାଇଁ ଭାରତ ଚାଲିଆସିଥିଲେ ସୋନିଆ

ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି ସୋନିଆ ଗାନ୍ଧୀ । ସୋନିଆ ଗାନ୍ଧୀ ମୂଳତଃ ଇଟାଲୀର, ତେଣୁ ସେ ଇଂରାଜୀ ଭାଷାକୁ ଅଧିକ ବୁଝିପାରୁ ନ ଥିଲେ । ସେ କିନ୍ତୁ ଇଂରାଜୀ ଶିଖିବାକୁ ବହୁତ ଆଗ୍ରହୀ ଥିଲେ । ତେଣୁ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇ ସେଠାରେ ଇଂରାଜୀ ଅଧ୍ୟୟନ ଆରମ୍ଭ କଲେ । ଏହି ସମୟରେ ସେ ଖାଦ୍ୟ ଖାଇବା ପାଇଁ ମେସ୍‌କୁ ଯାଉଥିଲେ । ସେଠାରେ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ଭେଟ ହୋଇଥିଲା । ଏହି ପ୍ରେମ କାହାଣୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଏକ ଗ୍ରୀକ୍ ରେଷ୍ଟୁରାଣ୍ଟରୁ ଆରମ୍ଭ ହୋଇଥିଲା । ଏଠାରେ ରାଜୀବ ଗାନ୍ଧୀ ପ୍ରଥମେ ସୋନିଆ ଗାନ୍ଧୀଙ୍କୁ ଦେଖିଥିଲେ । ପ୍ରଥମ ଦେଖାରେ ରାଜୀବ ସୋନିଆଙ୍କୁ ଭଲ ପାଇ ବସିଥିଲେ । କେବଳ ଏତିକି ନୁହେଁ, ସେ ସୋନିଆଙ୍କ ପ୍ରତି ଏତେ ଆକର୍ଷିତ ହୋଇଯାଇଥିଲେ ଯେ, ସେ ସୋନିଆଙ୍କୁ ତାଙ୍କ ପାଖରେ ସିଟ୍ ଦେବାକୁ ରେଷ୍ଟୁରାଣ୍ଟ ମାଲିକଙ୍କୁ ଅନୁରୋଧ କରିଥିଲେ । ଏକ ସାକ୍ଷାତକାରରେ ରେଷ୍ଟୁରାଣ୍ଟ ମାଲିକ ଏକଥା କହିଥିଲେ ।

କାଗଜ ରୁମାଲରେ ରାଜୀବ ଲେଖିଥିଲେ ଚିଠି

ସେ କହିଥିଲେ, ଯେତେବେଳେ ମୁଁ ରାଜୀବଙ୍କୁ କହିଥିଲି ଯଦି ଆପଣ ଏହା ଚାହାନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଦୁଇଗୁଣ ଅର୍ଥ ଦେବାକୁ ପଡ଼ିବ ଏବଂ ସେ ତୁରନ୍ତ ରାଜି ହୋଇଯାଇଥିଲେ । ସେହିଦିନ ରାଜୀବ ରେଷ୍ଟୁରାଣ୍ଟରେ ଥିବା ଏକ କାଗଜ ରୁମାଲ ଉପରେ ସୋନିଆଙ୍କ ପାଇଁ ଏକ ଚିଠି ଲେଖିଥିଲେ । ପ୍ରଥମ ଦେଖାରେ ରାଜୀବ ସୋନିଆଙ୍କୁ ଜଣେ ଭଲ ଝିଅ ଭାବେ ଗ୍ରହଣ କରି ନେଇଥିଲେ । ସେ ବହୁତ ସହଯୋଗୀ ଏବଂ କୌଣସି କଥାକୁ ଲୁଚାନ୍ତି ନାହିଁ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ରାଜୀବ ଏବଂ ସୋନିଆଙ୍କ ଏହି ସାକ୍ଷାତ ଧୀରେ ଧୀରେ ବଢ଼ିବାକୁ ଲାଗିଲା । ତିନି ବର୍ଷ ଧରି ଦୁହିଁଙ୍କର ଦେଖା ସାକ୍ଷାତ ହୋଇଥିଲା ।

ଅମିତାଭଙ୍କ ଘରେ ରହିଥିଲେ ସୋନିଆ

ସୋନିଆ ୯ ଡିସେମ୍ବର ୧୯୪୬ରେ ଇଟାଲୀର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ନାମ ଏଡ୍‌ୱିଗ ଆଣ୍ଟୋନିଆ ଆଲବିନା ମେନୋ । ସୋନିଆ ଜଣେ ସାଧାରଣ ପରିବାରର ଥିଲେ । କେମ୍ବ୍ରିଜରେ ପଢ଼ିବା ସହିତ ସେ ରେଷ୍ଟୁରାଣ୍ଟରେ ପାର୍ଟ ଟାଇମ କାମ ମଧ୍ୟ କରୁଥିଲେ । ରାଜୀବଙ୍କ ପ୍ରେମରେ ସୋନିଆ ଏତେ ପାଗଳ ହୋଇଯାଇଥିଲେ ଯେ, ସେ ନିଜ ପରିବାର ସଦସ୍ୟଙ୍କୁ ରାଜୀବଙ୍କ ବିଷୟରେ ଚିଠି ଲେଖିଥିଲେ । ସୋନିଆ ଚିଠିରେ ଲେଖିଥିଲେ, ମୁଁ ଜଣେ ଭାରତୀୟ ଯୁବକକୁ ଭଲ ପାଏ, ସେ ଜଣେ କ୍ରୀଡ଼ାବିତ୍ । ମୁଁ ଏପରି ଜଣେ ରାଜକୁମାରଙ୍କୁ ଅପେକ୍ଷା କରିଥିଲି । ୧୯୬୮ ମସିହାରେ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ଭାରତ ଆସିଥିଲେ କିନ୍ତୁ ରାଜୀବ ଗାନ୍ଧୀଙ୍କ ଘରେ ରହି ନ ଥିଲେ । ସେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଏଭଳି ପରିସ୍ଥିତିରେ ସୋନିଆଙ୍କୁ ତାଙ୍କ ଘରେ ରଖିବା ଇନ୍ଦିରାଙ୍କ ପାଇଁ ଠିକ୍ ନ ଥିଲା । ତେଣୁ ଅମିତାଭ ବଚ୍ଚନଙ୍କ ଘରେ ସୋନିଆଙ୍କ ରହଣି ବ୍ୟବସ୍ଥା କରାଯାଇଥିଲା । ବଚ୍ଚନ ପରିବାର ଏବଂ ଗାନ୍ଧୀ ପରିବାର ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିଲା । ରାଜୀବ ଗାନ୍ଧୀ ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ବନ୍ଧୁତା ଏହି ସମ୍ପର୍କକୁ ଆଗକୁ ବଢ଼ାଇଲା ।

ସୋନିଆଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ଜଣାଇଥିଲେ ଅମିତାଭଙ୍କ ମାଆ

୧୯୬୮ ଜାନୁୟାରୀ ୧୩ ଶୀତୁଆ ସକାଳରେ ଅମିତାଭ ବଚ୍ଚନ ସୋନିଆ ଗାନ୍ଧୀଙ୍କୁ ନେବା ପାଇଁ ପାଲମ ବିମାନବନ୍ଦରରେ ପହଞ୍ଚିଥିଲେ । ତା’ପରେ ସୋନିଆ ରାଜୀବଙ୍କ ଫ୍ୟାନ୍ସ ବା ପ୍ରଶଂସକ ଭାବରେ ଭାରତ ଆସିଥିଲେ । ସେତେବେଳେ ସୋନିଆ ଅମିତାଭଙ୍କ ଘରେ ରହୁଥିଲେ । ଅମିତାଭଙ୍କ ମା’ ତେଜି ବଚ୍ଚନ ସୋନିଆଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ବୁଝାଇଥିଲେ । ଯେତେବେଳେ ରାଜୀବ ସୋନିଆଙ୍କୁ ବିବାହ କରିବାକୁ ଚାହିଁଥିଲେ, ତେଜି ବଚ୍ଚନ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥିଲେ । ଇନ୍ଦିରା ଗାନ୍ଧୀ ରାଜୀବ ଏବଂ ସୋନିଆଙ୍କ ବିବାହ ବିରୋଧରେ ଥିଲେ । ତେବେ ଇନ୍ଦିରାଙ୍କୁ ବୁଝାଇଥିଲେ ଅମିତାଭଙ୍କ ମା’ । ଶେଷରେ ୧୯୬୯ ମସିହାରେ ରାଜୀବ ଏବଂ ସୋନିଆ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେଣୁ କିଛିଦିନ ସୋନିଆ ତାଙ୍କ ପରିବାର ସହିତ ୱିଲିଙ୍ଗଡନ କ୍ରେସେଣ୍ଟରେ ଥିବା ବଚ୍ଚନ ପରିବାରର ବାସଭବନରେ ରହିଥିଲେ । ୧୯୮୩ରେ ସୋନିଆଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଥିଲା ।

sonia gandhiSonia Gandhi is an Italian girlSonia moved to India for loveSonia was working as a waiter!
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami