ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗ ଦେଇପାରନ୍ତି ସୋନିଆ !

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ । ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କାର୍ଯ୍ୟକ୍ରମରେ କିଏ କିଏ ଯୋଗ ଦେବେ ସେମାନଙ୍କ ନିକଟକୁ ନିମନ୍ତ୍ରଣପତ୍ର ପଠାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି । ସେ ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କୁ ନିମନ୍ତ୍ରଣ ପଠାଯାଇଛି । ତେବେ ରାମ ମନ୍ଦିରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେଉଁ କଂଗ୍ରେସ ନେତା ଯୋଗଦେବେ ତାହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ । ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ଦଳର କେଉଁ ନେତା ସାମିଲ ହେବେ ସ୍ପଷ୍ଟ ହୋଇନି

ରାମ ମନ୍ଦିର ନିର୍ମାଣ ସମାରୋହରେ ଦଳର ଶୀର୍ଷ ନେତାମାନେ ଯୋଗଦେବେ କି ନାହିଁ ସେ ନେଇ କଂଗ୍ରେସ ଗୁରୁବାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନ ଥିଲା । କେବଳ ଏହି ନିମନ୍ତ୍ରଣ ପାଇଁ ଦଳ ଧନ୍ୟବାଦ ଜଣାଇଥିଲା । ଜାନୁଆରୀ ୨୨ ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ର ଶିଳାନ୍ୟାସ ସମାରୋହ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ ପଠାଯାଇଛି ବୋଲି ଜଣାଯାଇଛି ।

ram temple inaugurationsonia gandhi congressSonia gandhi may attend ram temple inauguration
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami