ବ୍ୟକ୍ତିଗତ କାମରେ ଗୋଆରେ ସୋନିଆ

ନୂଆଦିଲ୍ଲୀ : ଗୋଆରେ ଛୁଟି କାଟୁଛନ୍ତି କଂଗ୍ରେସ ନେତ୍ରୀ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେ ନିଜର ବ୍ୟକ୍ତିଗତ କାରଣରୁ ଗୋଆ ଗସ୍ତରେ ଅଛନ୍ତି । ସେ ଡାବୋଲିମ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିିବା ପରେ ସିଧା ଦକ୍ଷିଣ ଗୋଆର ଏକ ରିସୋର୍ଟକୁ ଯାଇଛନ୍ତି । ଏହି ସମୟରେ କୌଣସି ଦଳୀୟ କାର୍ଯ୍ୟକ୍ରମ କିମ୍ବା ସଭା ନ ଥିବାରୁ ସେ ବ୍ୟକ୍ତିଗତ କାରଣରୁ ଗୋଆ ଯାଇଥିବା କୁହାଯାଉଛି । ସେଠାରେ ସେ କିଛିଦିନ ଛୁଟି କଟାଇବେ ବୋଲି ଜଣାଯାଇଛି ।

ରାଜନୈତିକ ନେତାଙ୍କୁ ଭେଟିବେ ନାହିଁ ସୋନିଆ

ଗଣମାଧ୍ୟମକୁ ସୂଚନା ଦେଇ ଡେପୁଟି ପୋଲିସ ଅଧୀକ୍ଷକ ସଲିମ ଶେଖ କହିଛନ୍ତି, “ସୋନିଆ ଗାନ୍ଧୀ ନିୟମିତ ବିମାନ ଯୋଗେ ଡାବୋଲିମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହା ପରେ ସେ ଦକ୍ଷିଣ ଗୋଆର ଏକ ରିସୋର୍ଟକୁ ଯାଇଥିଲେ । ତେବେ ଗୋଆରେ ରହିବା ସମୟରେ ସୋନିଆ ଗାନ୍ଧୀ ଦଳ ସମ୍ବନ୍ଧୀୟ କୌଣସି ବୈଠକ କରିବେ ନାହିଁ । ଏମିତି କି ରାଜନୈତିକ ନେତାଙ୍କୁ ଭେଟିବେ ମଧ୍ୟ ନାହିଁ । ସୋନିଆ ଗାନ୍ଧୀଙ୍କ ଗସ୍ତର ଉଦ୍ଦେଶ୍ୟ ବ୍ୟକ୍ତିଗତ ଏବଂ କୌଣସି ରାଜନୈତିକ କିମ୍ବା ସରକାରୀ ଏଜେଣ୍ଡାରୁ ବଞ୍ଚିତ ଥିବା ପରି ମନେହୁଏ । ସୋନିଆ ଗାନ୍ଧୀଙ୍କ ରାଜ୍ୟ ଗସ୍ତ ସମ୍ପର୍କରେ ଗୋଆ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅମିତ ପାଟକରଙ୍କଠାରୁ କୌଣସି ସୂଚନା ମଧ୍ୟ ମିଳି ନାହିଁ ।

Congress president Sonia GandhiSonia Gandhi in Goa on personal visit
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami