୨୦୩୦ ବେଳକୁ ନଥିବ ସ୍ମାର୍ଟଫୋନ୍,ଆପଣଙ୍କ ମୁଣ୍ଡରେ ଥିବ କମ୍ପ୍ୟୁଟର

ଯଦି ଆପଣଙ୍କୁ ସ୍ମାର୍ଟ୍ ଫୋନ୍ ତ୍ୟାଗ କରିବାକୁ କୁହାଯାଏ ତେବେ ଆପଣ ଫୋନ୍ ଛାଡି ପାରିବେ କି ? ଉତ୍ତର ହେଉଛି ନା । କାମ ଓ ସମ୍ପର୍କ ସ୍ଥାପନା ପାଇଁ ସ୍ମାର୍ଟ୍ ଫୋନର ଭୂମିକା ଏମିତି ଯେ ଏହାବିନା ଜୀବନ ଅସମ୍ଭବ ଲାଗୁଛି । କାମ ହେଉକି ଓଟିଟିରେ ମନୋରଂଜନ,ସବୁଥିପାଇଁ ଆବଶ୍ୟକ ହେଉଛି ସ୍ମାର୍ଟ୍ ଫୋନ୍ । ତେବେ ଏମିତିରେ ଯଦି କେହି ଆପଣଙ୍କୁ କୁହେ ଯେ, ଆଉ ମାତ୍ର ୭ ବର୍ଷ ପରେ ସ୍ମାର୍ଟ୍ ଫୋନ୍ ବୋଲି କିଛି ନଥିବ ତେବେ କ’ଣ ରହିବ ଆପଣଙ୍କ ଉତ୍ତର ? ଆପଣ ନିଶ୍ଚୟ ଚକିତ ହେବେ । ଆଉ ଏହାକୁ ଗପ କହି ଏଡାଇଯିବାକୁ ଚାହିଁବେ । ତେବେ ସତ ହେଉଛି ଯେ, ହୁଏତ ଆଉ ବର୍ଷ ୭ଟାରେ ବଜାରରୁ ସ୍ମାର୍ଟ୍ ଫୋନ୍ ଉଭାନ ହୋଇଯାଇଥିବତେବେ ସ୍ମାର୍ଟଫୋନର ସ୍ମାର୍ଟ୍ ଚିପ୍ ଆପଣଙ୍କ ମସ୍ତିଷ୍କରେ ଲାଗି ସାରିଥିବ

୨୦୩୦ ସ୍ମାର୍ଟ୍ ଫୋନ୍ ମୃତ୍ୟୁର ବର୍ଷ !

ନୋକିଆର ସିଇଓଙ୍କ ଅନୁସାରେ ୨୦୩୦ ବେଳକୁ ସ୍ମାର୍ଟ୍ ଫୋନ୍ ଅତିତର କଥା ହୋଇଯାଇଥିବ ନୋକିଆ ସିଇଓ ପେକା ଲୁଣ୍ଡ୍ ମାର୍କଙ୍କ ଅନୁସାରେ ବର୍ଷ ୨୦୩୦ ବେଳକୁ ଆମ ଶରିର ଭିତରେ ଅନେକ ଡିଭାଇସକୁ ଇମପ୍ଲାଣ୍ଟ୍ କରାଯାଇଥିବ । ଅର୍ଥାତ ଶରିର ଭିତରେ ଲଗାଯାଇଥିବ ଡାଭୋସରେ ୱାର୍ଲ୍ଡ ଇକୋନମିକ୍ ଫୋରମର ପ୍ୟାନେଲରେ ସେ କହିଛନ୍ତି ଯେ, ଆଗାମୀ ଶତାବ୍ଦୀରେ ସ୍ମାର୍ଟଫୋନର ଚିହ୍ନବର୍ଣ୍ଣ ଲୋପ ପାଇଯିବ । ଏହା ସହିତ ୬ଜିର କମର୍ଶିଆଲ ବ୍ୟବହାର ୨୦୩୦ ବେଳକୁ ଆରମ୍ଭ ହୋଇସାରିଥିବ

କ’ଣ ସ୍ମାର୍ଟ୍ ଫୋନର ସ୍ଥାନ ସ୍ମାର୍ଟ୍ ଗ୍ଲାସେସ କିମ୍ବା ଅନ୍ୟକୌଣସି ଡିଭାଇସ୍ ନେବେ ? ଏହି ପ୍ରଶ୍ନର ଉତ୍ତର ଦେଇ ଲୁଣ୍ଡମାର୍କ କହିଥିଲେ ଯେ, ୬ଜି ଆସିବା ପୂର୍ବରୁ ଏମିତି ହୋଇସାରିଥିବ । ସେ କହିଥିଲେ ଯେ, ସ୍ମାର୍ଟ୍ ଫୋନକୁ ଆଜି ଆମେ ଯେମିତି ଜାଣିଛୁ ସେତେବେଳେ ସେମିତି କମନ ଇଣ୍ଟରଫେସ୍ ହୋଇ ରହିନଥିବ । ଅନେକ ଜିନିଶକୁ ଆମ ଶରିର ମଧ୍ୟରେ ଫିଟ୍ କରାଯାଉଥିବ । ତେବେ ସେହି ଟେକ୍ନୋଲୋଜି ସବୁ କ’ଣ ହେବେ ଯାହା ସ୍ମାର୍ଟଫୋନର ସ୍ଥାନ ନେବେ ସେ ବାବଦରେ ଲୁଣ୍ଡମାର୍କ କିଛି କହିନଥିଲେ୨୦୩୦ ସୁଧା ୬ଜି ନେଟୱର୍କର ଟେକନିକାଲ ଆବଶ୍ୟକତା ମଧ୍ୟ ଅନେକାଂଶରେ ବଦଳିଯିବଫଳରେ ବଡ଼ ସ୍ତରରେ କମ୍ପ୍ୟୁଟିଂ ପାୱାର ଓ ଫାଷ୍ଟର ନେଟୱର୍କ ସ୍ପିଡ୍ର ଆବଶ୍ୟକତା ପଡ଼ିବ । ଏହା ବର୍ତ୍ତମାନର ନେଟୱର୍କଠାରୁ ପ୍ରାୟ ଏକ ଶହ ଗୁଣ ବା ୧ ହଜାର ଗୁଣ ଅଧିକ ତୀବ୍ର ହେବ

କେମିତି ହେବ ଟେକ୍ନୋଲୋଜିର ଭବିଷ୍ୟ ?

ଏକ ଅନୁମାନ ଅନୁସାରେ ୨୦୫୦ ସୁଧା ଲୋକ ସ୍ମାର୍ଟଫୋନର ବ୍ୟବହାର ବନ୍ଦ କରିଦେବେ । ଏହା ବଦଳରେ ସେମାନଙ୍କ ମସ୍ତିଷ୍କ ସିଧାସଳଖ ଇଣ୍ଟରେନେଟ୍ ସହିତ ଯୋଡ଼ି ହେବ ଆଡଭାନ୍ସଡ୍ ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସେଜ୍ ଜରିଆରେ ମାନବ ମସ୍ତିଷ୍କକୁ ଇଣ୍ଟରନେଟ୍ ସହିତ ଯୋଡା଼ଯିବ । ଯେତେବେଳେ କେହି କୌଣସି ସୂଚନା ଚାହିଁବ-ଯେମିତି କାହାକୁ ଫୋନ୍ କଲ କରିବା,ଲାଇଟ୍ ଅନ୍ କରିବା କିମ୍ବା ଖାଦ୍ୟ ଅର୍ଡର କରିବା ଆଦି ବାବଦରେ କେବଳ ଭାବିବା ମାତ୍ରକେ କାମ ହୋଇଯିବନର୍ମାଲ ବ୍ରେନ୍ ଫଙ୍କସନ୍ ସହିତ ଏଆଇ ଅଲଗୋରିଦମ ରନ୍ କରିବ । ଏହା ଲୋକଙ୍କୁ ନୂଆ ସ୍କିଲ୍ ଶିଖିବାରେ ,ନିଜ୍ ଜୀବନକୁ ମ୍ୟାନେଜ୍ କରିବାରେ ଓ କଠିନ କାର୍ଯ୍ୟ କରିବାରେ ସାହାଯ୍ୟ କରିବ ଜଣେ ବ୍ୟକ୍ତିର ମସ୍ତିଷ୍କ ହିଁ କ୍ଲାଉଡ୍ ପାଲଟିଯିବ

ar and vr technologyar vr smart glassesnokia ceo 2030nokia ceo statementnokia ceo world economic forumpekka lundmark nokiavr smart glasseswhat will phones be like in 2030what will technology be like in 2030world economic forum 2023world economic forum 2023 india
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami